ସ୍କୁଲ୍‌ରେ ଗଛ ପଡ଼ି ଜଣେ ଛାତ୍ର ମୃତ, ଅନେକ ଆହତ

ଚଣ୍ଡିଗଡ଼: ସ୍କୁଲ୍ ପରିସରରେ ଥିବା ଏକ ବଡ଼ ଗଛ ପଡ଼ିଯିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଛାତ୍ର ଆହତ ହୋଇଛନ୍ତି। ପଞ୍ଜାବର ଚଣ୍ଡିଗଡ଼ରେ ଏକ ସ୍କୁଲ୍‌ରେ ଏହି ଘଟଣା ଘଟିଛି। ସ୍କୁଲଟି ଚଣ୍ଡିଗଡ଼ର ସେକ୍ଟ ୯ ଅଞ୍ଚଳରେ ଅଛି। ଆଜି ଖାଇବା ଛୁଟି ବେଳେ ଏହି ଅଘଟଣ ଘଟିଥିଲା। ଅନେକ ପିଲା ଏହି ଗଛ ତଳେ ଖେଳୁଥିବା ବେଳେ ତାହା ଉପୁଡ଼ି ଯାଇଥିଲା। ଆହତ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଏକ ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି […]

Tree

Jitendra Garnayak
  • Published: Friday, 08 July 2022
  • , Updated: 08 July 2022, 01:53 PM IST

ଚଣ୍ଡିଗଡ଼: ସ୍କୁଲ୍ ପରିସରରେ ଥିବା ଏକ ବଡ଼ ଗଛ ପଡ଼ିଯିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଛାତ୍ର ଆହତ ହୋଇଛନ୍ତି। ପଞ୍ଜାବର ଚଣ୍ଡିଗଡ଼ରେ ଏକ ସ୍କୁଲ୍‌ରେ ଏହି ଘଟଣା ଘଟିଛି। ସ୍କୁଲଟି ଚଣ୍ଡିଗଡ଼ର ସେକ୍ଟ ୯ ଅଞ୍ଚଳରେ ଅଛି।

ଆଜି ଖାଇବା ଛୁଟି ବେଳେ ଏହି ଅଘଟଣ ଘଟିଥିଲା। ଅନେକ ପିଲା ଏହି ଗଛ ତଳେ ଖେଳୁଥିବା ବେଳେ ତାହା ଉପୁଡ଼ି ଯାଇଥିଲା।

ଆହତ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଏକ ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

 

Related story