ଟଙ୍କା ଦିଅ ଟିକେଟ୍ ନିଅ ଅଭିଯୋଗ, ନିର୍ଧୁମ ଛେଚା ଖାଇଲେ ବିଧାୟକ

ନୂଆଦିଲ୍ଲୀ: ନିର୍ଧୁମ ଛେଚା ଖାଇଲେ ବିଧାୟକ। ଆମ୍ ଆଦମୀ ପାର୍ଟି ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ପିଟିଲେ ଲୋକେ। ଫଳରେ ବୈଠକ ଛାଡି ଦୌଡିଲେ ବିଧାୟକ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ। ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ବିଜେପି ଓ ଆମ୍ ଆଦମୀ ପାର୍ଟି ପରସ୍ପରକୁ ଟାର୍ଗେଟ୍ କରିବାର ଗୋଟିଏ ମଉକା ଛାଡୁନାହାନ୍ତି। କେବଳ ସେତିକି ନୁହେଁ ଆପ୍ ନେତାମାନେ ଟିକେଟ୍ ବିକ୍ରି କରୁଥିବା ନେଇ ମଧ୍ୟ ବିଜେପି […]

aap-mla-gulab-singh-yadav

Madhupriya Mistry
  • Published: Tuesday, 22 November 2022
  • , Updated: 22 November 2022, 10:26 AM IST

ନୂଆଦିଲ୍ଲୀ: ନିର୍ଧୁମ ଛେଚା ଖାଇଲେ ବିଧାୟକ। ଆମ୍ ଆଦମୀ ପାର୍ଟି ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ପିଟିଲେ ଲୋକେ। ଫଳରେ ବୈଠକ ଛାଡି ଦୌଡିଲେ ବିଧାୟକ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ।

ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ବିଜେପି ଓ ଆମ୍ ଆଦମୀ ପାର୍ଟି ପରସ୍ପରକୁ ଟାର୍ଗେଟ୍ କରିବାର ଗୋଟିଏ ମଉକା ଛାଡୁନାହାନ୍ତି। କେବଳ ସେତିକି ନୁହେଁ ଆପ୍ ନେତାମାନେ ଟିକେଟ୍ ବିକ୍ରି କରୁଥିବା ନେଇ ମଧ୍ୟ ବିଜେପି ଅଭିଯୋଗ ଆଣିଛି। ଏହାରି ଭିତରେ ଆପ୍ ବିଧାୟକ ଗୁଲାବ ସିଂହ ଯାଦବଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ହଇଚଇ ଖେଳିଯାଇଛି।

ସୂଚନା ମୁତାବକ, ଗତକାଲି ଦିଲ୍ଲୀ ଶ୍ୟାମ ବିହାରରେ ନିଜ କର୍ମକର୍ତ୍ତାଙ୍କ ସହ ଆପ୍ ବିଧାୟକ ଗୁଲାମ ସିଂହ ଯାଦବ ଏକ ବୈଠକ କରିଥିଲେ। ଏତିକି ବେଳେ ବିଧାୟକ ନିର୍ବାଚନ ଟିକେଟ୍ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ କର୍ମକର୍ତ୍ତାମାନେ ବିଧାୟକଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ଫଳରେ ଜୀବନ ବିକଳରେ ଆପ୍ ବିଧାୟକ ବୈଠକ ଛାଡି ଦୌଡି ପଳାଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦିଲ୍ଲୀ ବିଜେପି ପକ୍ଷରୁ ଟ୍ୱିଟ୍ କରି ଟିକେଟ୍ ବିକ୍ରିିକୁ ନେଇ ଗୁଲାବ ସିଂହ ଯାଦବଙ୍କୁ କର୍ମୀମାନେ ମାଡ ମାରିଥିବା ଅଭିଯୋଗ କରିଛି। ଏଭଳି ଆଗକୁ ଆପ୍‌ର ସମସ୍ତ ଦୁର୍ନୀତିଗ୍ରସ୍ତ ବିଧାୟକଙ୍କ ନମ୍ବର ଆସିବ ବୋଲି ବିଜେପି କେଜ୍ରିୱାଲଙ୍କୁ ବାଣ ମାରି କହିଛି।

ସେପଟେ ଏହି ଘଟଣାକୁ ନେଇ ବିଜେପି ମୁଖପାତ୍ର ଟ୍ୱିଟ୍ କରି କହିଛି, ‘ସଚ୍ଚୋଟ ରାଜୀନତି’ର ନାଟକରେ ଲିପ୍ତ ଥିବା ଦଳର ଏହା ହେଉଛି ଅଦ୍ଭୁତପୂର୍ବ ଦୃଶ୍ୟ। ଆପ୍ ଦିର୍ନୀତିରେ ଏତେ ବୁଡି ରହିଛି ଯେ, ତା’ର ସଦସ୍ୟମାନେ ମଧ୍ୟ ସେମାନଙ୍କର ବିଧାୟକଙ୍କୁ ଛାଡୁନାହାନ୍ତି। ଆଗମୀ ଏମ୍‌ସିଡି ନିର୍ବାଚନରେ ମଧ୍ୟ ଏଭଳି ହିଁ କିଛି ଫଳାଫଳ ଆପ୍‌କୁ ଅପେକ୍ଷା କରିଛି।

ସେପଟେ ଏହି ଅଭିଯୋଗକୁ ମାଡ ଖାଇଥିବା ଆପ୍ ବିଧାୟକ ଗୁଲାବ ସିଂହ ଯାଦବ ଖଣ୍ଡନ କରିଛନ୍ତି। ବିଜେପି ଅଯଥାରେ ମିଛ ଅଭିଯୋଗ ଆଣୁଥିବା ସେ କହିଛନ୍ତି।

Related story