Advertisment

ହରଭଜନ, ରାଘବଙ୍କ ସମେତ ୪ ଜଣ ଯିବେ ରାଜ୍ୟସଭା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ହରଭଜନ ସିଂହ, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ, ଶିକ୍ଷାବିତ ଅଶୋକ କୁମାର ମିତ୍ତଲ ଏବଂ ଦିଲ୍ଲୀ ବିଧାୟକ ରାଘବ ଚଡ୍ଡା ରାଜ୍ୟସଭା ଯିବେ। ଆମଆଦୀମ ପାର୍ଟି ପକ୍ଷରୁ ମନୋନିତ ହୋଇଥିବା ଏହି ୪ ଜଣ ପଞ୍ଜାବ ବିଧାନସଭାରୁ ସଂସଦର ଉପର ଗୃହକୁ ଯିବେ। ନିକଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍‌ ବିପୁଳ ଭୋଟରେ ବିଜୟୀ ହୋଇ ସରକାର ଗଠନ କରିଛି। ଅସନ୍ତା ଏପ୍ରିଲ ୯ରେ ରାଜ୍ୟସଭାରେ ୫ଟି ଆସନ ଖାଲି ହେଉଛି। ମାର୍ଚ୍ଚ […]

ଅଦ୍ୟତନ ହୋଇଛି
ହରଭଜନ, ରାଘବଙ୍କ ସମେତ ୪ ଜଣ ଯିବେ ରାଜ୍ୟସଭା  

raghab-chadha

Advertisment

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ହରଭଜନ ସିଂହ, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ, ଶିକ୍ଷାବିତ ଅଶୋକ କୁମାର ମିତ୍ତଲ ଏବଂ ଦିଲ୍ଲୀ ବିଧାୟକ ରାଘବ ଚଡ୍ଡା ରାଜ୍ୟସଭା ଯିବେ। ଆମଆଦୀମ ପାର୍ଟି ପକ୍ଷରୁ ମନୋନିତ ହୋଇଥିବା ଏହି ୪ ଜଣ ପଞ୍ଜାବ ବିଧାନସଭାରୁ ସଂସଦର ଉପର ଗୃହକୁ ଯିବେ। ନିକଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍‌ ବିପୁଳ ଭୋଟରେ ବିଜୟୀ ହୋଇ ସରକାର ଗଠନ କରିଛି। ଅସନ୍ତା ଏପ୍ରିଲ ୯ରେ ରାଜ୍ୟସଭାରେ ୫ଟି ଆସନ ଖାଲି ହେଉଛି। ମାର୍ଚ୍ଚ ୩୧ରେ ରାଜ୍ୟ ସଭା ନିର୍ବାଚନ ଥିବା ବେଳେ ଆପ୍‌  ପ୍ରାର୍ଥୀ ଘୋଷଣା କରିଛି । ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ବିଧାୟକ ତଥା ପଞ୍ଜାବ ପ୍ରଭାରୀ ରାଘବ ଚଡ୍ଡାଙ୍କୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି ।

Advertisment

ଏହାବ୍ୟତୀତ ପ୍ରଫେସର ସନ୍ଦୀପ ପାଠକ ଓ କ୍ରିକେଟର ହରଭଜନ ସିଂ ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ।  ସେହିପରି ପ୍ରଫେସର ଅଶୋକ କୁମାର ମିତ୍ତଲଙ୍କୁ  ଦଳ ରାଜ୍ୟସଭା ପଠାଇବ । ରାଘବ ଚଡ୍ଡା ୨୦୨୦ରେ ରାଜେନ୍ଦ୍ର ନଗର ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପୂର୍ବରୁ ଦଳର କୋଷାଧ୍ୟକ୍ଷ ଭାବେ ସେ କାମ କରିଥିଲେ । ପଞ୍ଜାବ ନିର୍ବାଚନରେ ଦଳ ତାଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିଲା ।

ସେହିପରି ପ୍ରଫେସର ସନ୍ଦୀପ ପଞ୍ଜାବରେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ଆଇଆଇଟିରେ ପଦାର୍ଥ ବିଜ୍ଞାନର ଜଣେ ଜଣାଶୁଣା ପ୍ରଫେସର । ପୂର୍ବରୁ ହରଭଜନ ସିଂହଙ୍କ ନାମ ଘୋଷଣା କରିଥିଳା ଆପ୍‌ ।

Advertisment
Punjab Politics Aam Aadmi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe