ନାଗାଲାଣ୍ଡ ହିଂସା: ମୃତକଙ୍କ ବାପା କହିଲେ- ଟଙ୍କା ଦେଲେ ନ୍ୟାୟ ମିଳିବନି

କୋହିମା: ଥମିବାର ନା ନେଉ ନାହିଁ ନାଗାଲାଣ୍ଡ ହିଂସା। ସୈନ୍ୟ ଗୁଳିରେ ୧୪ଜଣ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଗୁଳିକାଣ୍ଡରେ ୬ ଜଣ ନାବାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। କେନ୍ଦ୍ର ସରକାର ଏହି ଘଟଣାର ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଜ୍ୟ ସରକାର ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଅନ୍ୟପଟେ […]

nagaland firing

Madhupriya Mistry
  • Published: Tuesday, 07 December 2021
  • , Updated: 07 December 2021, 12:02 PM IST

କୋହିମା: ଥମିବାର ନା ନେଉ ନାହିଁ ନାଗାଲାଣ୍ଡ ହିଂସା। ସୈନ୍ୟ ଗୁଳିରେ ୧୪ଜଣ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଗୁଳିକାଣ୍ଡରେ ୬ ଜଣ ନାବାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। କେନ୍ଦ୍ର ସରକାର ଏହି ଘଟଣାର ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଜ୍ୟ ସରକାର ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ମଧ୍ୟ ପ୍ରତ୍ୟେକ ମୃତକଙ୍କ ପରିବାର ପ୍ରତି ୧୧ ଲକ୍ଷ ଓ ପରିବାରର ଜଣକୁ ସରକାରୀ ଚାକିରି ପାଇଁ ଘୋଷଣା ହୋଇଛି। ଏସବୁ ସତ୍ତ୍ୱେ ବି ପରିବର ଲୋକଙ୍କ ରାଗ ଶାନ୍ତ ହୋଇନାହିଁ।

ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ମୃତ ନାବାଳକଙ୍କ ବାପା କହିଛନ୍ତି ଟଙ୍କା ଦେଇଦେଲେ ନ୍ୟାୟ ମିଳିବ ନାହିଁ। ଏଥିପାଇଁ ସେନା ଦାୟୀ। ତାଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି ସେ କହିଛନ୍ତି।

ପ୍ରକୃତରେ ତାଙ୍କର ପୁଅ ଏକ ବିବାହ ସମାରୋହରେ ସାମିଲ ହୋଇଥିଲା। ଏହି ବିବାହରେ ଅନ୍ୟ ୫ ନାବାଳକ ମଧ୍ୟ ସାମିଲ ହୋଇଥିଲେ, ଯେଉଁମାନଙ୍କର ଏହି ଗୁଳିକାଣ୍ଡରେ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଯେଉଁ ଯୁବକଙ୍କ ବିବାହ ହୋଇଥିବା ତା'ର ମଧ୍ୟ ଗୁଳିମାଡରେ ମୃତ୍ୟୁ ହୋଇଛି। ଗୋଟିଏ ଅଞ୍ଚଳର ହିଁ ୧୪ ଜଣଙ୍କ ମୃତ୍ୟୁ ପୂରା ଗାଁକୁ ସ୍ତବ୍ଧ କରିଦେଇଛି।

ଗତ ଶନିବାର ଘଟିଥିବା ଏପରି ନାରକୀୟ କାଣ୍ଡ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ବି ନିୟନ୍ତ୍ରଣରେ ଅଛି। ଭବିଷ୍ୟତରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବାକୁ ଦାବି  ହୋଇଛି। ସେପଟେ ମୋନ ଜିଲ୍ଲାରୁ ଆସାମ ରାଇଫଲ୍ସକୁ ତୁରନ୍ତ ପ୍ରତ୍ୟାହାର କରିବା ଓ ପୂର୍ବୋତ୍ତର ଭାରତରୁ ସ୍ୱତନ୍ତ୍ର ବଳ ଅଧିନିୟମ  ତଥା  AFSPA ACTକୁ  ହଟାଇବାକୁ ଦାବି ଜଣାଇଛନ୍ତି ନାଗା ଜନଜାତି ଲୋକ । ମୋନା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ, ଶନିବାର ରାତିରେ ଭାରତ-ମ୍ୟାନମାର୍ ସୀମାରେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ।

ଆସାମ ରାଇଫଲ ସେନାର ଗୁଳିମାଡ଼ରେ ୧୪ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ସଂପୃକ୍ତ ଅଞ୍ଚଳର ଲୋକେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ସୁରକ୍ଷା ଯବାନ ମଧ୍ୟ ପ୍ରାଣ ହରାଇଥିଲେ।

Related story