Advertisment

ତାଲିବାନ କବଜାରେ ଥିବା କାବୁଲରୁ ଭାରତୀୟ ଯାତ୍ରୀଙ୍କୁ ଆଣିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ୧୨୩ ଯାତ୍ରୀ କାବୁଲରୁ ଏୟାରଇଣ୍ଡିଆ ଯୋଗେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଲିବାନ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅଧୀନକୁ ନେଇଛନ୍ତି। ଏହାର ପରେ ପରେ ଅପରାହ୍ନରେ ଏହି ବିମାନ କାବୁଲରେ ଥିବା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଏୟାର ଇଣ୍ଡିଆର ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ ଏବେ ଦିଲ୍ଲୀ-କାବୁଲ-ଦିଲ୍ଲୀ ବିମାନକୁ ବାତିଲ କରିବାକୁ ଏପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ। ସୋମବାର ମଧ୍ୟ ଏପରି ଚାଲିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ଏୟାର ଇଣ୍ଡିଆ […]

ଅଦ୍ୟତନ ହୋଇଛି
ତାଲିବାନ କବଜାରେ ଥିବା କାବୁଲରୁ ଭାରତୀୟ ଯାତ୍ରୀଙ୍କୁ ଆଣିଲା ଏୟାର ଇଣ୍ଡିଆ

Air-India

Advertisment

ନୂଆଦିଲ୍ଲୀ: ୧୨୩ ଯାତ୍ରୀ କାବୁଲରୁ ଏୟାରଇଣ୍ଡିଆ ଯୋଗେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଲିବାନ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅଧୀନକୁ ନେଇଛନ୍ତି। ଏହାର ପରେ ପରେ ଅପରାହ୍ନରେ ଏହି ବିମାନ କାବୁଲରେ ଥିବା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା।

Advertisment

ଏୟାର ଇଣ୍ଡିଆର ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ ଏବେ ଦିଲ୍ଲୀ-କାବୁଲ-ଦିଲ୍ଲୀ ବିମାନକୁ ବାତିଲ କରିବାକୁ ଏପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ। ସୋମବାର ମଧ୍ୟ ଏପରି ଚାଲିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ଏୟାର ଇଣ୍ଡିଆ କେବଳ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ କରୁଛି।

ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ରବିବାର ଅପରାହ୍ନରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବିମାନ (ଏଆଇ-୨୪୩) ଦିଲ୍ଲୀରୁ କାବୁଲ ଯାଇଥିଲା। ଅପରାହ୍ନ ୧.୪୫ ମିନିଟ୍ ସମୟରେ ଦିଲ୍ଲୀରୁ ଏହି ବିମାନଟି ଉଡ଼ାଣ ଭରିଥିଲା। କିନ୍ତୁ କାବୁଲରେ ଅବତରଣ କରିବା ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି)ରୁ ଅନୁମତି ମିଳିନଥିଲା। ଏହାପରେ ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ବିମାନଟି ଉଡିଥିଲା। ପରେ ଅବତରଣ କରିଥିଲା ଏହି ବିମାନ। ତେବେ କେଉଁ କାରଣ ପାଇଁ ଏହି ବିମାନକୁ ଅବତରଣ କରିବାକୁ ଆକାଶ ମାର୍ଗରେ ଅପେକ୍ଷା କରିବାକୁ ପଡ଼ିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ତେଣୁ ଏହି ବିମାନର ଯାତ୍ରା ସମୟ ଘଣ୍ଟାଏ ଚାଳିଶ ମିନିଟ୍ ପରିବର୍ତ୍ତେ ପ୍ରାୟ ଦୁଇ ଘଣ୍ଟା ପଚାଶ ମିନିଟ୍ ରହିଥିଲା।

Advertisment

ଏହାପରେ ଏଆଇ-୨୪୪ ଅପରାହ୍ନ ପ୍ରାୟ ୫ଟା ୩୫ ମିନିଟ୍ ସମୟରେ କାବୁଲ ବିମାନବନ୍ଦରରୁ ୧୨୩ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ବିମାନ ସେବା ଉପରେ ଏବେ ତୀକ୍ଷ୍ଣ ନଜର ରହିଛି। ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ତାଲିବାନ ଆଫଗାନିସ୍ତାନରେ ସକ୍ରିୟ ହେବା ପରେ ଭାରତୀୟ ଦୂତାବାସ ସକ୍ରିୟ ରହିଛି। ସମସ୍ତ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ପଠାଇବାକୁ ଯୋଜନା କରୁଛି। ତେବେ ତାଲିବାନ ଭାରତୀୟ ଦୂତାବାସରେ ଏବଂ ଭାରତୀୟ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ନାହିଁ ବୋଲି ଜଣାପଡ଼ିଛି।

Afganistan Taliban Recapture Afghanistan Taliban Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe