SP
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପିର ରେକର୍ଡ ବିଜୟ ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ପ୍ରତିକ୍ରିୟା ରଖିଛନ୍ତି। ସେ ସପାକୁ ମିଳିଥିବା ଭୋଟ ପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ବିଜେପିର ଆସନ ହ୍ରାସ କରାଯାଇ ପାରେ ବୋଲି ତାଙ୍କ ଦଳ ପ୍ରମାଣ କରି ଦେଖାଇଛି ବୋଲି ଅଖିଲେଶ କହିଛନ୍ତି।
୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭା ନିର୍ବାଚନରେ ବିଜେପି ମେଣ୍ଟ ୨୭୩ ଆସନରେ ଜିତିଥିବା ବେଳେ ଅଖିଲେଶଙ୍କ ମେଣ୍ଟ ୧୨୫, କଂଗ୍ରେସ ୨, ବିଏସ୍ପି ୧ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିଛନ୍ତି।
ବିଜେପି ସର୍ବାଧିକ ଆସନ ସହ ପୁଣିଥରେ ସରକାର ଗଠନ ପାଇଁ ଜନାଦେଶ ପାଇଛି। ଗତଥର ବିଜେପି ମେଣ୍ଟ ୩୨୫ଟି ଆସନ ପାଇଥିଲା। ହେଲେ ଏଥର ଆସନ ସଂଖ୍ୟା ହ୍ରାସ ପାଇଛି।
ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବା ପରେ ଅଖିଲେଶ କହିଛନ୍ତି, “ଆମ ଆସନ ସଂଖ୍ୟା ଅଢ଼େଇ ଗୁଣ ବୃଦ୍ଧି କରିଥିବାରୁ ଉତ୍ତର ପ୍ରଦେଶର ଭୋଟରଙ୍କୁ ଧନ୍ୟବାଦ। ବିଜେପିର ଆସନ ସଂଖ୍ୟା ହ୍ରାସ ପାଇପାରେ ବୋଲି ଆମେ ସମସ୍ତଙ୍କୁ ଦେଖାଇଛୁ। ସିଟ୍ ହ୍ରାସ ପ୍ରକ୍ରିୟା ନିରନ୍ତର ଜାରି ରହିବ। ଅଧାରୁ ଅଧିକ ଭ୍ରମ ଓ ଛଳନା ଦୂର ହୋଇଛି। ବାକି ଆଉ କିଛି ଦିନ ମଧ୍ୟରେ ଲୋକଙ୍କ ମନରୁ ଦୂରେଇ ଯିବ। ଲୋକଙ୍କ ହୀତ ପାଇଁ ସଂଘର୍ଷ ଜାରି ରହିବ।”
ବିଜେପି ମେଣ୍ଟ ୨୦୧୭ ତୁଳନାରେ ଏଥର ୪୯ ଆସନ କମ ପାଇଛି। ସପା ୨୦୧୭ରେ ୪୭ଟି ଆସନ ପାଇଥିବା ବେଳେ ଏଥର ଏକାକୀ ୧୧୧ ଆସନ ଜିତିଛି। ସେହିପରି ସପାର ସହଯୋଗୀଙ୍କ ଆସନ ମିଶାଇଲେ ଏହି ସଂଖ୍ୟା ୧୨୫ରେ ପହଞ୍ଚିଛି। ଏହାର ଅର୍ଥ ୨୦୧୭ ତୁଳନାରେ ଅଖିଲେଶଙ୍କ ସପକ୍ଷରେ ଅଧିକ ୭୩ଟି ଆସନ ପଡ଼ିଛି। ସପାର ଭୋଟ ଭାଗ ୩୨% ଥିବା ବେଳେ ବିଜେପି ୪୧% ଭୋଟ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/SP.jpg)