ଚାଷୀଙ୍କୁ ହତ୍ୟା କରିଛନ୍ତି ମନ୍ତ୍ରୀଙ୍କ ପୁଅ, ଚାର୍ଜସିଟ୍‌ ଦାଖଲ କଲା ଏସ୍‌ଆଇଟି

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା। ଏନେଇ ଆଜି ମାମଲାର ତଦନ୍ତ କରୁଥିବା ଉତ୍ତରପ୍ରଦେଶ ପୁଲିର ଏସ୍‌ଆଇଟି ଟିମ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି।  ଖେରି ହିଂସା ମାମଲାରେ ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି ଏସ୍‌ଆଇଟି। ଏହି ମାମଲାରେ ପୁଲିସ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ହିଁ  ମୁଖ୍ୟ ଅଭିଯୁକ୍ତ। ସେ ହିଁ ଚାଷୀ […]

Ashish Mishra

Madhupriya Mistry
  • Published: Monday, 03 January 2022
  • , Updated: 03 January 2022, 05:33 PM IST

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା। ଏନେଇ ଆଜି ମାମଲାର ତଦନ୍ତ କରୁଥିବା ଉତ୍ତରପ୍ରଦେଶ ପୁଲିର ଏସ୍‌ଆଇଟି ଟିମ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି।  ଖେରି ହିଂସା ମାମଲାରେ ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି ଏସ୍‌ଆଇଟି। ଏହି ମାମଲାରେ ପୁଲିସ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ହିଁ  ମୁଖ୍ୟ ଅଭିଯୁକ୍ତ। ସେ ହିଁ ଚାଷୀ ହତ୍ୟାକାରୀ ବୋଲି ଉଲ୍ଲେଖ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ୩ ତାରିଖରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଲଖିମ୍‌ପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ କୃଷକ ଓ ବିଜେପି କର୍ମୀ ଥିଲେ। ଏଥିରୁ ୪ ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କ ହୋଇଥିବା ହତ୍ୟାର ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ବୋଲି ଏସ୍‌ଆଇଟି କହିଛି।

ଆଶିଷ ମିଶ୍ରା କଥିତ ରୂପେ ଏହି ଚାରି ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କ ଉପରେ ଗାଡି ଚଢ଼ାଇ ହତ୍ୟା କରିଥିଲେ। ଏହାପରେ ସେଠାରେ ହିଂସା ଉଗ୍ର ରୂପ ନେଇଥିଲା। ପରେ ବଜେପି କର୍ମୀଙ୍କ ସମେତ ଅନ୍ୟ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଚାର୍ଜସିଟ୍‌ରେ ପୁଲିସ କହିଛି ଯେ, ହିଂସାକାଣ୍ଡ ଘଟିବା ବେଳେ ଘଟଣାସ୍ଥଳରେ ଆଶିଷ ମିଶ୍ରା ଉପସ୍ଥିତ ଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଚାର୍ଜସିଟ୍‌ରେ ଆଶିଷ ମିଶ୍ରାଙ୍କର ଜଣେ ଆତ୍ମୀୟଙ୍କ ନାମ ମଧ୍ୟ ରହିଛି। ପୋଲିସ କହିବା ଅନୁଯାୟୀ, ଧୀରେନ୍ଦ୍ର ଶୁକ୍ଳା ସବୁ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଥିଲା । ଆଶିଷ ମିଶ୍ରାଙ୍କ ଗାଡି ଫଛରେ ଧୀରେନ୍ଦ୍ରଙ୍କ ସ୍କର୍ପିଓ ଥିଲା। ଧୀରେନ୍ଦ୍ର ସେ କଥା ଗୋପନ ରଖିଥିଲେ।

ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ପ୍ରତିବାଦରତ କୃଷକମାନଙ୍କ ଉପରକୁ ଚଢ଼ାଯାଇଥିବା କାର୍‌ରେ ନ ଥିଲେ ବୋଲି ପ୍ରମାଣ କରିବା ଲାଗି ପୂର୍ବରୁ ମନ୍ତ୍ରୀ ପୁଅ ଆଶିଷ ମିଶ୍ରା ଭିଡିଓ ଏବଂ ୧୦ଜଣ ବ୍ୟକ୍ତିଙ୍କ ସତ୍ୟପାଠ ଦାଖଲ କରିଥିଲେ।

https://twitter.com/ANINewsUP/status/1477903239131529216?s=20

Related story