Advertisment

ଦିଦିଙ୍କ ହାର୍ଟବିଟ୍ ବଢ଼ାଇଲେ ଅମିତ ଶାହ

କୋଲକାତା: ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗରେ ୩୦ଟି ଓ ଆସାମରେ ୪୭ଟି ଆସନ ପାଇଁ ମତଦାନ ହୋଇଛି। ପଶ୍ଚିମବଙ୍ଗର ୩୦ଟି ଆସନରୁ ବିଜେପି ୨୬ଟିରେ ବିଜୟୀ ହେବ ବୋଲି ଗୃହମନ୍ତ୍ରୀ ତଥା ବିଜେପିର ଶୀର୍ଷ ନେତା ଅମିତ ଶାହ କହିଛନ୍ତି। ସେହିପରି ଆସାମରେ ହୋଇଥିବା ୪୭ଟି ଆସନରୁ ବିଜେପି ୩୭ଟି ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି। ରବିବାର ଅମିତ ଶାହ ଦିଲ୍ଲୀରେ କହିଛନ୍ତି, ଯେଉଁମାନେ ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନରେ ସାମିଲ୍ ହୋଇଛନ୍ତି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଦିଦିଙ୍କ ହାର୍ଟବିଟ୍ ବଢ଼ାଇଲେ ଅମିତ ଶାହ

amit-shah-mamta

କୋଲକାତା: ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗରେ ୩୦ଟିଆସାମରେ ୪୭ଟି ଆସନ ପାଇଁ ମତଦାନ ହୋଇଛି। ପଶ୍ଚିମବଙ୍ଗର ୩୦ଟି ଆସନରୁ ବିଜେପି ୨୬ଟିରେ ବିଜୟୀ ହେବ ବୋଲି ଗୃହମନ୍ତ୍ରୀ ତଥା ବିଜେପିର ଶୀର୍ଷ ନେତା ଅମିତ ଶାହ କହିଛନ୍ତି। ସେହିପରି ଆସାମରେ ହୋଇଥିବା ୪୭ଟି ଆସନରୁ ବିଜେପି ୩୭ଟି ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି।

Advertisment

ରବିବାର ଅମିତ ଶାହ ଦିଲ୍ଲୀରେ କହିଛନ୍ତି, ଯେଉଁମାନେ ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନରେ ସାମିଲ୍ ହୋଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ। ଭୋଟପ୍ରତିଶତ ଅଧିକ ରହିଛି। ଏହାର ଅର୍ଥ ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ଲୋକମାନେ ସାମିଲ୍ ହେବାକୁ ଆଗ୍ରହ ରଖିଛନ୍ତି।

ଦୁଇ ରାଜ୍ୟର ବିଜେପି କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବା ପରେ ଅମିତ ଶାହ କହିଛନ୍ତି ପଶ୍ଚିମବଙ୍ଗରେ ୩୦ଟି ଆସନରୁ ୨୬ଟିରେ ବିଜୟ ହେବାକୁ ଯାଉଛି ଏବଂ ଆସାମରେ ୪୭ଟି ଆସନରୁ ୩୭ଟିରେ ବିଜୟ ହେବାକୁ ଯାଉଛି।

Advertisment

ସୂଚନାଯୋଗ୍ୟ, ଗତକାଲି ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ୭୯.୭୯ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆସାମରେ ସଂଧ୍ୟା ୫ଟା ସୁଦ୍ଧା ୭୨.୧୪ ପ୍ରତିଶତ ଭୋଟିଂ ହୋଇଛି। ନିର୍ବାଚନ କମିଶନରଙ୍କ ତରଫରୁ ଏହି ସୂଚନା ମିଳିଛି।

ଏଥିସହ ଅମିତ ଶାହ କହିଛନ୍ତି, ଶନିବାର ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିନା ହିଂସାରେ ମତଦାନ ପ୍ରକ୍ରିୟା ସୁରୁଖୁରରେ ହୋଇଛି। ମହିଳାମାନେ ଭୋଟ ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତି। ଦିଦିଙ୍କ ଶାସନ ଶୈଳୀରେ ବିରକ୍ତି ଭାବ ପ୍ରକାଶ କରି ଲୋକମାନେ ମନ ବଦଳାଇ ଦେଇଛନ୍ତି। ଆଉ ଅଧିକାଂଶ ମହିଳା ବିଜେପିକୁ ହିଁ ଭୋଟ୍ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ଅମିତ ଶାହ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୨ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ରହିଛି। ଏହି ପର୍ଯ୍ୟାୟରେ ନନ୍ଦିଗ୍ରାମ ଆସନ ରହିଛି। ଯେଉଁଠୁ ମମତା ପ୍ରାର୍ଥୀ ହୋଇଛନ୍ତି। ଆଉ ତାଙ୍କ ପ୍ରତିଦ୍ୱନ୍ଦୀ ଶୁଭେନ୍ଦୁ ଅଧିକାରୀ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଏହି ହାଇପ୍ରୋଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଛି। ଦିଦି ମଧ୍ୟ ବିଜେପିକୁ ରାଜ୍ୟରେ ହଟାଇବେ ବୋଲି ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି।

Assam Election 2021 West Bengal Election 2021