ଗିରଫ ହେଲେ ଆଉ ଜଣେ ଅଭିନେତ୍ରୀ

ପୂର୍ବରୁ ଅଭିନେତ୍ରୀ ରାଗିଣୀ ଦିବ୍ୱେଦୀ ଗିରଫ ହୋଇସାରିଛନ୍ତି।

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ତାଙ୍କ ନାଁ ସଞ୍ଜନର ଗଲ୍‌ରାନୀ। ସେ କନ୍ନଡ଼ ଫିଲ୍ମରେ ଅଭିନୟ କରନ୍ତି। ଡ୍ରଗ୍ସ କାରବାରକୁ ନେଇ ଏବେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀ ଚର୍ଚ୍ଚାରେ ଥିବା ବେଳେ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ (ସିସିବି) ଏହାର ତଦନ୍ତ କରୁଛି। ତଦନ୍ତ ବେଳେ ସିସିବି ଅନେକ ଲୋକଙ୍କୁ ଗିରଫ କରିସାରିଛି, ଯେଉଁମାନେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ। ଏହି କ୍ରମରେ ପୂର୍ବରୁ ଅଭିନେତ୍ରୀ ରାଗିଣୀ ଦିବ୍ୱେଦୀ ଗିରଫ ହୋଇସାରିଛନ୍ତି।

ସିସିବି ଅଧିକାରୀମାନେ ଆଜି ସକାଳେ ସଞ୍ଜନା ଗଲ୍‌ରାନୀଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏହା ପରେ ତାଙ୍କୁ ପଚରାଉଚରା କରିବାକୁ ସିସିବି ଅଫିସ୍‌କୁ ନିଆଯାଇଥିଲା।

ସିସିବି ସୂଚନା ଅନୁଯାୟୀ, ରାହୁଲ ନାମକ ଜଣେ ରିୟଲ ଇଷ୍ଟେଟ୍‌ ଏଜେଣ୍ଟଙ୍କ ନାଁ ଏହି ମାମଲାରେ ଆସିବା ପରଠୁ ସଞ୍ଜନାଙ୍କ ଉପରେ ନଜର ରଖାଯାଇଥିଲା। କାରଣ ରାହୁଲ ହେଉଛନ୍ତି ସଞ୍ଜନାଙ୍କ ବନ୍ଧୁ।

ଏପର୍ଯ୍ୟନ୍ତ ଏହି ମାମଲାରେ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୬ ଜଣ ଗିରଫ ହୋଇଛନ୍ତି।

ସଞ୍ଜନା ବେଙ୍ଗାଲୁରୁରେ ଜନ୍ମ ହୋଇଛନ୍ତି। ୨୦୦୬ରେ ଏକ ତାମିଲ ଫିଲ୍ମ ମାଧ୍ରମରେ ସେ ବଡ଼ ପରଦାରେ ଏଣ୍ଟ୍ରି କରିଥିଲେ। ସେ କନ୍ନଡ଼ ଫିଲ୍ମ ‘Ganda Hendathi’ରେ ଅଭିନୟ କରିଛନ୍ତି।

ଆହୁରି ପଢ଼ନ୍ତୁ

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ

‘ବିଗବସ୍‌-୧୪’ରେ ରାଧେ ମା’

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ