ଜ୍ଞାନବାପୀ ମସଜିଦ ମାମଲା: ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମସଜିଦ୍ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଆଉ ଏକ ଆବେଦନ। ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ ଦାୟର କରିଛନ୍ତି। ଏଥିରେ ମସଜିଦ କମିଟିର ଆବେଦନକୁ ଖାରଜ କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏହି ମାମଲା ସିଧା ତାଙ୍କ ଧାର୍ମିକ ସ୍ୱତନ୍ତ୍ର ଅଧିକାର ସହ ଜଡିତ। ବହୁ ବର୍ଷ ଧରି ସେଠାରେ ଭଗବାନ ଆଦି ବିଶ୍ୱେଶ୍ୱରଙ୍କ ପୂଜା ହୋଇ ଆସୁଛି। […]

SC on gyanvapi-case

Madhupriya Mistry
  • Published: Monday, 23 May 2022
  • , Updated: 23 May 2022, 12:33 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମସଜିଦ୍ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଆଉ ଏକ ଆବେଦନ। ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ ଦାୟର କରିଛନ୍ତି। ଏଥିରେ ମସଜିଦ କମିଟିର ଆବେଦନକୁ ଖାରଜ କରିବାକୁ ସେ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ଏହି ମାମଲା ସିଧା ତାଙ୍କ ଧାର୍ମିକ ସ୍ୱତନ୍ତ୍ର ଅଧିକାର ସହ ଜଡିତ। ବହୁ ବର୍ଷ ଧରି ସେଠାରେ ଭଗବାନ ଆଦି ବିଶ୍ୱେଶ୍ୱରଙ୍କ ପୂଜା ହୋଇ ଆସୁଛି। ତେଣୁ ଏହି ସମ୍ପତ୍ତି ତାଙ୍କର ଅଟେ। କୌଣସି ବି ପରିସ୍ଥିତିରେ ଏହି ସମ୍ପତ୍ତିର ଅଧିକାର ଛଡାଇ ନିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଥରେ ପ୍ରାଣ ପ୍ରତିଷ୍ଠା ହୋଇଯିବା ପରେ ଏବଂ ମନ୍ଦିରର କିଛି ଅଂଶକୁ ଧ୍ୱଂସ କରିବା ପରେ ମଧ୍ୟ ମନ୍ଦିରର ଧାର୍ମିକ ସ୍ୱରୂପ ପରିବର୍ତ୍ତନ ହୁଏ ନାହିଁ । ଇସଲାମିକ୍ ସିଦ୍ଧାନ୍ତ ମୁତାବକ ମନ୍ଦିରକୁ ଭାଙ୍ଗି ଯେଉଁ ସବୁ ମସଜିଦ୍ ନିର୍ମାଣ କରାଯାଇଛି, ତାହା ବୈଧ ମସଜିଦ୍ ନୁହେଁ। ୧୯୯୧ ପ୍ଲେସସ୍ ଅଫ୍ ୱରସିପ୍ ଆକ୍ଟ ଅନୁସାରେ କୌଣସି ଧାର୍ମିକ ସ୍ଥଳର ସ୍ୱରୂପ ନିର୍ଦ୍ଧାରଣ କରିବାକୁ ରୋକା ଯାଇପାରିବ ନାହିଁ । ଏଥି ସହିତ ତାଙ୍କ ପକ୍ଷର କଥା ମଧ୍ୟ ଶୁଣିବାକୁ ସେ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।

ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ହସ୍ତକ୍ଷେପ ଆବେଦନରେ ସମ୍ବିଧାନର ଧାରା ୧୩(୨) ମୌଳିକ ଅଧିକାର ଛଡ଼ାଇବା ପାଇଁ ଆଇନ ପ୍ରଣୟନ କରିବାକୁ ରାଜ୍ୟକୁ ବାରଣ କରିଛି। କିନ୍ତୁ ୧୯୯୧ର ଆଇନ ହିନ୍ଦୁ, ଜୈନ, ବୌଦ୍ଧଧର୍ମ ବା ଶିଖମାନଙ୍କ ଅଧିକାର ଛଡ଼ାଇ ନେଇଛି। ଯେଉଁମାନେ ବର୍ବର ଆକ୍ରମଣକାରୀଙ୍କ ଦ୍ୱାରା ନଷ୍ଟ କରିଦିଆଯାଇଥିବା ସେମାନଙ୍କର 'ପୂଜାସ୍ଥଳ ଏବଂ ତୀର୍ଥସ୍ଥଳ' ଗୁଡିକୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି।'

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆଜି ପ୍ରଥମ ଥର ପାଇଁ ଏହି ମାମଲାର ଶୁଣାଣି ଜିଲ୍ଲା ଜଜ୍ ଡକ୍ଟର ଅଜୟ କୃଷ୍ଣଙ୍କ ଅଦାଲତରେ ହେବାକୁ ଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ମୋକଦ୍ଦମା ସହ ଜଡିତ ପ୍ରତିଟି ଦଲିଲ୍ ଜିଲ୍ଲା ଜଜଙ୍କ ଅଦାଲତରେ ପହଞ୍ଚି ସାରିଛି।

Related story