ବିଧାୟକ ବୈଠକ ଡାକିଲେ ଉଦ୍ଧବ, ହ୍ୱିପ୍‌ ଜାରି କଲା ଦଳ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ କ୍ଷମତା ଅପହରଣ ଯୋଜନାରେ ଥିବା ବେଳେ ଗାଦି ବଞ୍ଚାଇବାକୁ ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରୟାସ ଜାରି ରଖିଛନ୍ତି। ଏହାରି ଭିତରେ ଆଜି ସେ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ଦଳୀୟ ବୈଠକ ଡାକିଛନ୍ତି।  ଏହି ବୈଠକ ଉଦ୍ଧବଙ୍କ ବାସଭବନରେ ହେବାକୁ  ଥିବା ବେଳେ ଦଳ ପକ୍ଷରୁ ହ୍ୱିପ୍‌ ଜାରି କରାଯାଇଛି। ଏଥିରେ ଦଳର ସମସ୍ତ […]

udhab

Tapas Behera
  • Published: Wednesday, 22 June 2022
  • , Updated: 22 June 2022, 02:49 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ କ୍ଷମତା ଅପହରଣ ଯୋଜନାରେ ଥିବା ବେଳେ ଗାଦି ବଞ୍ଚାଇବାକୁ ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରୟାସ ଜାରି ରଖିଛନ୍ତି। ଏହାରି ଭିତରେ ଆଜି ସେ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ଦଳୀୟ ବୈଠକ ଡାକିଛନ୍ତି।  ଏହି ବୈଠକ ଉଦ୍ଧବଙ୍କ ବାସଭବନରେ ହେବାକୁ  ଥିବା ବେଳେ ଦଳ ପକ୍ଷରୁ ହ୍ୱିପ୍‌ ଜାରି କରାଯାଇଛି। ଏଥିରେ ଦଳର ସମସ୍ତ ବିଧାୟକ ଯୋଗ ଦେବାକୁ ନିର୍ଦ୍ଦେଶ ହୋଇଛି।  ଆଜି ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ। ଦଳ ପକ୍ଷରୁ ବିଧାକୟମାନଙ୍କୁ ଏକ ପ୍ରକାର ଧମକ ଦିଆଯାଇଛି। ଆଜି ବୈଠକରେ ଯେଉଁମାନେ ଅନୁପସ୍ଥିତ ରହିବେ ସେମାନ ଦଳରେ ନାହାନ୍ତି ବୋଲି ବୁଝାଯିବ। ତେଣୁ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି କୁହାଯାଇଛି।

ଏ ସମ୍ପର୍କରେ ଦଳର ମୁଖ୍ୟ ହୁଇପ ସୁନୀଲ ପ୍ରଭୁଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ଜାରି ହୋଇଛି। ଅନ୍ୟପଟେ ଦଳର ବିଦ୍ରୋହୀ ସାଜିଥିବା  ମନ୍ତ୍ରୀ ଏକନାଥ ସିନ୍ଦେ ୪୦ଜଣ ବିଦ୍ରୋହୀ ବିଧାୟକଙ୍କୁ ଧରି ଆସାମର ଗୌହାଟିରେ ପହଞ୍ଚିଛନ୍ତି। ଏକନାଥ ସିନ୍ଦେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ବାଲାସାବେହ ଠାକ୍‌ରେଙ୍କ ଶିବସେନା ପରିତ୍ୟାଗ କରିନାହୁଁ କି କରିବୁ ନାହିଁ। ଆମେ ବାଲାସାହେବଙ୍କ ହିନ୍ଦୁତ୍ୱ ମାନି ଚଳୁଛୁ ଏବଂ ଏହି ଧାରାକୁ ଅଗ୍ରସର କରାଇବୁ।

ହୋଟେଲ୍‌ରେ ବିଦ୍ରୋହୀମାନଙ୍କ ସହିତ ଆଲୋଚନା କରିବା ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶିବସେନା ନେତା ମିଲିନ୍ଦ ନରୱେକର୍‌ ଏବଂ ରବୀନ୍ଦ୍ର ପାଠକଙ୍କୁ ପଠାଇବାର କିଛି ସମୟ ପରେ ଉପରୋକ୍ତ ବିଦ୍ରୋହୀ ବିଧାୟକମାନଙ୍କୁ ଗ‌ୌହାଟି ନିଆଯାଇଛି। ୪୦ ଜଣ ସମଥର୍କଙ୍କୁ ନିଜ ପଟକୁ ନେବାରେ ସଫଳ ହୋଇଥିବା ସିନ୍ଦେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।

Related story