ଭବାନୀପୁରରେ ହାଇ-ଭୋଲଟେଜ୍‌ ପ୍ରଚାର, ଶେଷଦିନରେ ମଇଦାନରେ ବିଜେପିର ୮୦ ହେଭିୱେଟ୍‌

କୋଲକାତା: କମ୍ପୁଛି ପ୍ରଚାର ମଇଦାନ। ପଶ୍ଚିମବଙ୍ଗ ଭବାନୀପୁର ଆସନ ହାତେଇବା ପାଇଁ ଲାଗି ପଡିଛନ୍ତି ବିଜେପି ଓ ଟିଏମ୍‌ସି। ଆଜି ପ୍ରଚାରର ଶେଷ ଦିନ। ସନ୍ଧ୍ୟା ୫ଟା ପରଠୁ ପ୍ରଚାର ବନ୍ଦ ହୋଇଯିବ। ଏହା ପୂର୍ବରୁ ଶେଷଦିନରେ ବିଜେପି ଓ ଟିଏମସି ପ୍ରଚାରରେ ପୁରା ଦମ୍ ଲଗାଇ ଦେଇଛନ୍ତି । ଟିଏମସିର ବରିଷ୍ଠ ନେତାମାନେ ପ୍ରଚାରର ମଙ୍ଗ ସମ୍ଭାଳୁଛନ୍ତି। ସେପଟେ ବିଜେପି ୮୦ ହେଭିୱେଟ୍‌ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି। ବିଜେପି ଓ ଟିଏମସିର କହିବାନୁସାରେ, ଭବାନୀପୁରରେ […]

Bhabanipur campaigning

Madhupriya Mistry
  • Published: Monday, 27 September 2021
  • , Updated: 27 September 2021, 12:39 PM IST

କୋଲକାତା: କମ୍ପୁଛି ପ୍ରଚାର ମଇଦାନ। ପଶ୍ଚିମବଙ୍ଗ ଭବାନୀପୁର ଆସନ ହାତେଇବା ପାଇଁ ଲାଗି ପଡିଛନ୍ତି ବିଜେପି ଓ ଟିଏମ୍‌ସି। ଆଜି ପ୍ରଚାରର ଶେଷ ଦିନ। ସନ୍ଧ୍ୟା ୫ଟା ପରଠୁ ପ୍ରଚାର ବନ୍ଦ ହୋଇଯିବ। ଏହା ପୂର୍ବରୁ ଶେଷଦିନରେ ବିଜେପି ଓ ଟିଏମସି ପ୍ରଚାରରେ ପୁରା ଦମ୍ ଲଗାଇ ଦେଇଛନ୍ତି । ଟିଏମସିର ବରିଷ୍ଠ ନେତାମାନେ ପ୍ରଚାରର ମଙ୍ଗ ସମ୍ଭାଳୁଛନ୍ତି। ସେପଟେ ବିଜେପି ୮୦ ହେଭିୱେଟ୍‌ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି।

ବିଜେପି ଓ ଟିଏମସିର କହିବାନୁସାରେ, ଭବାନୀପୁରରେ ୨୦ ପ୍ରତିଶତ ମୁସଲିମ ରୁହନ୍ତି। ସିଖ୍ ଓ ଅଣବାଂଲାଭାଷୀ ହିନ୍ଦୁଙ୍କୁ ସଂଖ୍ୟା ଏଠାରେ ୩୪ ପ୍ରତିଶତରୁ ଅଧିକ। ଏହି ବିଧାନସଭା କ୍ଷେତ୍ରରେ ୨ ଲକ୍ଷ ୬ ହଜାର ୩୮୯ ଭୋଟର ଅଛନ୍ତି। ଏହି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପ୍ରତି ବ୍ଲକ ପିଛା ୧୦ ନେତାଙ୍କୁ ଦାୟିତ୍ୱ ଦେଇଛି।

ରାଜ୍ୟ ବିଜେପି ଉପସଭାପତି ପ୍ରତାପ ବାନାର୍ଜୀ କହିଛନ୍ତି ଯେ, ମତାଦାତାଙ୍କୁ ବୁଝିବାକୁ ଚେଷ୍ଟା କରାଯିବ। ସୋମବାର ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଓ ଜାତୀୟ ଉପାଧ୍ୟକ୍ଷ ଦୀଲିପ ଘୋଷ ଜନତାଙ୍କୁ ସମ୍ବୋଧନ କରିବେ। ସନ୍ଧ୍ୟାରେ ସେମାନେ ଦିଲ୍ଲୀ ଗସ୍ତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିବେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ସୁଭାସ ସରକାର, ରାହୁଲ ସିହ୍ନା ଆଦି ନିର୍ବାଚନମଣ୍ଡଳୀରେ ଅନେକ ସଭା କରି ଭୋଟ୍ ମାଗିବେ।

ଟିଏମସି ପକ୍ଷରୁ ମମତା ବାନାର୍ଜୀଙ୍କ ସମେତ ଅନେକ ତୁଙ୍ଗ ନେତା ମଧ୍ୟ ଶେଷ ଦିନରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଦଳର ମହାସଚିବ ଅଭିଷେକ ବାନାର୍ଜୀ, ମମତା ବାନାର୍ଜୀ ଭବାନୀପୁର ଆସନରୁ ବଡ଼ ସଂଖ୍ୟାରେ ନିଶ୍ଚିତ ରୂପେ ବିଜୟ ହାସଲ କରିବେ ବୋଲି ଦାବି କରିଛନ୍ତି।

ପଶ୍ଚିମବଙ୍ଗର ଭବାନୀପୁରରେ ଆସନ୍ତା ୩୦ ତାରିଖରେ ଉପ ନିର୍ବାଚନ ହେବ। ଏହି ଉପ ନିର୍ବାଚନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ପଦବୀରେ ରହିବାକୁ ହେଲେ ଦିଦିଙ୍କୁ ନିର୍ବାଚନ ଜିତିବାକୁ ହେବ। ମମତାଙ୍କ ବିରୋଧରେ ବିଜେପି ପ୍ରିୟଙ୍କା ଟିବରେଓ୍ୱାଲଙ୍କୁ ପ୍ରାର୍ଥୀ କରିଛି। ସେପଟେ କଂଗ୍ରେସ କିନ୍ତୁ ମମତାଙ୍କ ବିରୋଧରେ ପ୍ରାର୍ଥୀ ଦେଇନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ନିର୍ବାଚନ କମିଶନ ଭବାନୀପୁର ସମେତ ଉପନିର୍ବାଚନ ହେବାକୁ ଥିବା ତିନୋଟି ଆସନର ସମସ୍ତ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷଣା କରିଛନ୍ତି। ସମସ୍ତ ଭୋଟିଂ କେନ୍ଦ୍ରରେ ସୁରକ୍ଷାବାହିନୀ ମୁତୟନ ରହିବେ। ଅନେକ କ୍ଷେତ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀମାନେ ରୁଟ୍‌ ମାର୍ଚ କରିଛନ୍ତି। ଅନ୍ୟପକ୍ଷରେ ବାତ୍ୟା 'ଗୁଲାବ'ର ପ୍ରଭାବ ଯୋଗୁଁ ଖରାପ ପାଗ ହେବାର ସମ୍ଭାବନା ସତ୍ତ୍ୱେ ଉଭୟ ରାଜନୈତିକ ଦଳର କାର୍ଯ୍ୟକ୍ରମ ଜାରି ରହିଛି।

Related story