ଜୁଲାଇ ୧୫ ଯାଏ ବଢ଼ିଲା କଟକଣା, ଖୋଲିବ ସେଲୁନ ଓ ବିୟୁଟି ପାର୍ଲର

କୋଲକାତା: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲାଗିଥିବା କୋଭିଡ କଟକଣାକୁ ଜୁଲାଇ ୧୫ ଯାଏ ବୃଦ୍ଧି କରିଛନ୍ତି। ତେବେ ଅନେକ କ୍ଷେତ୍ରରେ ସରକାର ସର୍ତ୍ତମୂଳକ କୋହଳ ନୀତି ଅବଲମ୍ବନ କରିଛନ୍ତି। ପୂର୍ବରୁ ଜାରି ହୋଇଥିବା କଟକଣା ଜୁଲାଇ ୧ ତାରିଖରେ ଶେଷ ହେବ। ଏହାପରେ ନୂଆ ଗାଇଡଲାଇନ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ, ୧ ତାରିଖରୁ ରାଜ୍ୟରେ ଥିବା ସେଲୁନ, ଜିମ୍ନାସିୟମ ଓ ବିୟୁଟି ପାର୍ଲର ୫୦ % […]

WB

Hemant Lenka
  • Published: Monday, 28 June 2021
  • , Updated: 29 June 2021, 11:56 AM IST

କୋଲକାତା: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲାଗିଥିବା କୋଭିଡ କଟକଣାକୁ ଜୁଲାଇ ୧୫ ଯାଏ ବୃଦ୍ଧି କରିଛନ୍ତି। ତେବେ ଅନେକ କ୍ଷେତ୍ରରେ ସରକାର ସର୍ତ୍ତମୂଳକ କୋହଳ ନୀତି ଅବଲମ୍ବନ କରିଛନ୍ତି। ପୂର୍ବରୁ ଜାରି ହୋଇଥିବା କଟକଣା ଜୁଲାଇ ୧ ତାରିଖରେ ଶେଷ ହେବ। ଏହାପରେ ନୂଆ ଗାଇଡଲାଇନ କାର୍ଯ୍ୟକାରୀ କରାଯିବ।

ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ, ୧ ତାରିଖରୁ ରାଜ୍ୟରେ ଥିବା ସେଲୁନ, ଜିମ୍ନାସିୟମ ଓ ବିୟୁଟି ପାର୍ଲର ୫୦ % କ୍ଷମତା ସହ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ସକାଳ ୧୦ରୁ ଦିନ ୪ଟା ଯାଏ କାର୍ଯ୍ୟକ୍ଷମ ହୋଇପାରିବ।

ବ୍ୟାଙ୍କ ଓ ଅନ୍ୟ ଆର୍ଥିକ କାରବାର କରୁଥିବା ସଂସ୍ଥାଗୁଡ଼ିକ ସକାଳ ୧୦ଟାରୁ ଦିନ ୨ଟା ଯାଏ ସେବା ଯୋଗାଇ ପାରିବେ। ଘରୋଇ ଓ ସରକାରୀ ବସ ଗୁଡ଼ିକ କ୍ଷମତାର ୫୦% ଲୋକଙ୍କୁ ନେଇ ଚାଲି ପାରିବ। ତେବେ ବସ୍‌ର ଡ୍ରାଇଭର ଓ କଣ୍ଟକ୍ଟର କରୋନା ଟିକା ନେଇଥିବା ଜରୁରୀ।

ପରିବାର ଭେଣ୍ଡର ଗୁଡ଼ିକ ସକାଳ ୬ଟାରୁ ଦିନ ୧୨ ଯାଏ ଖୋଲିବ। ଅନ୍ୟ ମାର୍କେଟଗୁଡ଼ିକ ସକାଳ ୧୧ଟାରୁ ରାତି ୮ଟା ଯାଏ ଚାଲିପାରିବ ବୋଲି ସରକାର କହିଛନ୍ତି।

Related story