ବାହା ହେବାକୁ ମନା କଲେ ଯୁବକ, ଏକାଥରେ ବିଷ ପିଇଦେଲେ ୬ ଯୁବତୀ

ପାଟନା: ଯୁବକ ରଖିଲେନି ପ୍ରେମିକାର ପ୍ରେମ ନିବେଦନ। ସିଧାସଳଖ ପ୍ରତ୍ୟାକ୍ଷାନ କଲେ ବିବାହ ପ୍ରସ୍ତାବ। ନାଁ ତୁମକୁ ବାହା ହେବିନି… କହି ଚାଲିଗଲେ। ଏହାପରେ ଚରମ ନିଷ୍ପତ୍ତି ନେଲେ ପ୍ରେମିକା। କେବଳ ସେ ନୁହେଁ ତାଙ୍କ ସାଙ୍ଗସାଥୀମାନେ ମଧ୍ୟ ତାଙ୍କ ସହ ମିଶି ତାଙ୍କ ସାଥ ଦେଲେ। ବାହା ହେବାକୁ ମନା କରିବାକୁ ବିଷ ଖାଇଦେଲେ ପ୍ରେମିକା। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୬ ଜଣ ଯୁବତୀ ବିଷ ପିଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ। […]

ate-poison-3 dead

Madhupriya Mistry
  • Published: Saturday, 09 April 2022
  • , Updated: 09 April 2022, 12:15 PM IST

ପାଟନା: ଯୁବକ ରଖିଲେନି ପ୍ରେମିକାର ପ୍ରେମ ନିବେଦନ। ସିଧାସଳଖ ପ୍ରତ୍ୟାକ୍ଷାନ କଲେ ବିବାହ ପ୍ରସ୍ତାବ। ନାଁ ତୁମକୁ ବାହା ହେବିନି... କହି ଚାଲିଗଲେ। ଏହାପରେ ଚରମ ନିଷ୍ପତ୍ତି ନେଲେ ପ୍ରେମିକା। କେବଳ ସେ ନୁହେଁ ତାଙ୍କ ସାଙ୍ଗସାଥୀମାନେ ମଧ୍ୟ ତାଙ୍କ ସହ ମିଶି ତାଙ୍କ ସାଥ ଦେଲେ।

ବାହା ହେବାକୁ ମନା କରିବାକୁ ବିଷ ଖାଇଦେଲେ ପ୍ରେମିକା। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୬ ଜଣ ଯୁବତୀ ବିଷ ପିଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସେମାନେ ସଂଘର୍ଷ କରୁଛନ୍ତି। ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ବିହାରର ଔରଙ୍ଗାବାଦରୁ।

ଔରଙ୍ଗାବାଦର ଏସପି କାନ୍ତେଶ କୁମାର ମିଶ୍ରାଙ୍କ କହିବା ମୁତାବକ, ଏହି ୬ ଜଣଙ୍କ ମଧ୍ୟରୁ ଜଣେ ଝିଅର ପ୍ରେମ ସଂପର୍କ ତାଙ୍କ ଭାଇର ଶଳା ସହିତ ଥିଲା। ଏନେଇ ଝିଅଟି ତା'ର ସାଙ୍ଗସାଥୀମାନଙ୍କ ସାମ୍ନାରେ ଭାଇର ଶଳାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଯୁବକ ଜଣଙ୍କ ଏହି ବିବାହ ପ୍ରସ୍ତାବକୁ ଖାରଜ କରିଦେଇଥିଲେ।

ଏହା ପରେ ଝିଅ ଓ ତାର ସମସ୍ତ ସାଙ୍ଗ ଗାଁକୁ ଫେରି ଆସିଥିଲେ। ହେଲେ କିଛି ସମୟ ପରେ ବିବାହ ପ୍ରସ୍ତାବ ଦେଇଥିବା ଝିଅଟି ବିଷ ଖାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଝିଅଟିର ଅନ୍ୟ ୫ ସାଙ୍ଗସାଥୀମାନେ ମଧ୍ୟ  ଜଣଙ୍କ ପରେ ଜଣେ ବିଷ ଖାଇ ଦେଇଥିଲେ।

ଏସବୁ ଜାଣିବା ପରେ ଗାଁ ଲୋକେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଏବେ ମଗଧ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଏପଟେ ଏହାକୁ ନେଇ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି। କୁହାଯାଉଛି ଏହି ୬ ଜଣ ଯୁବତୀ ଔରଙ୍ଗାବାଦର ଗୁରାରୁକୁ ଯାଇଥିଲେ। ସେଠାରୁ ଫେରିବା ପରେ ବିଷ ଖାଇଦେଇଥିଲେ।

ସେପଟେ ତିନି ଜଣ ଯୁବତୀଙ୍କ ମୃତ୍ୟୁ ପରେ ପୁଲସ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୁରୁତର ଅନ୍ୟ ତିନି ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Related story