ବିଜେପିରେ ମେନେକା ଗାନ୍ଧି ଓ ବରୁଣ ଗାନ୍ଧିଙ୍କୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ: ଗୁରୁବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରିଛନ୍ତି। ୮୦ ସଦସ୍ୟ  ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ତାଲିକାରୁ ବାଦ ପଡ଼ିଛନ୍ତି ବରୁଣ ଗାନ୍ଧି। ସେହିପରି ବରୁଣ ଗାନ୍ଧିଙ୍କ ମା (ବିଜେପି ସାଂସଦ)  ମେନେକା ଗାନ୍ଧି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ତାଲିକାରୁ ବାଦ ପଡ଼ିଛନ୍ତି।  ବରୁଣ ଗାନ୍ଧି କେନ୍ଦ୍ର କୃଷି ବିଲକୁ ବିରୋଧ କରି ଚାଷୀ ଆନ୍ଦୋଳନକୁ ସମର୍ଥ କରି ଆସୁଥିବା ବେଳେ ୟୁପିର ଖେରୀ ହିଂସାକୁ ନେଇ […]

barun

barun

Tapas Behera
  • Published: Thursday, 07 October 2021
  • Updated: 07 October 2021, 05:45 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରିଛନ୍ତି। ୮୦ ସଦସ୍ୟ  ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ତାଲିକାରୁ ବାଦ ପଡ଼ିଛନ୍ତି ବରୁଣ ଗାନ୍ଧି। ସେହିପରି ବରୁଣ ଗାନ୍ଧିଙ୍କ ମା (ବିଜେପି ସାଂସଦ)  ମେନେକା ଗାନ୍ଧି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ତାଲିକାରୁ ବାଦ ପଡ଼ିଛନ୍ତି।  ବରୁଣ ଗାନ୍ଧି କେନ୍ଦ୍ର କୃଷି ବିଲକୁ ବିରୋଧ କରି ଚାଷୀ ଆନ୍ଦୋଳନକୁ ସମର୍ଥ କରି ଆସୁଥିବା ବେଳେ ୟୁପିର ଖେରୀ ହିଂସାକୁ ନେଇ ମଧ୍ୟ ପ୍ରତିବାଦ କରିଥିଲେ । ଉତ୍ତରପ୍ରଦେଶର ଖେରୀ ହିଂସା ଘଟଣାରେ  ପିଲିଭିଟ ସାଂସଦଙ୍କ ଆଭିମୁଖ୍ୟକୁ ବିଜେପିର ଶୀର୍ଷ ନେତୃତ୍ୱ ଗ୍ରହଣ କରିପାରି ନଥିବା ଆଲୋଚନା ହେଉଛି। ଯେଉଁଥି ପାଇଁ ବରୁଣ ଗାନ୍ଧି ତାଲିକାରୁ ବାଦ ପଡ଼ିଥିବା କୁହାଯାଉଛି।

ସେପଟେ ଜାତୀୟ କାର୍ଯ୍ୟକାରିଣୀ ତାଲିକାରେ କିଏ ରହିବେ ଏବଂ କିଏ ବାଦ ପଡ଼ିବେ ତାହା  ଦଳର ଅଧ୍ୟକ୍ଷ ଜେପି ନଡ୍ଡଆଙ୍କ  ନିଷ୍ପତିଗତ  ଅଧିକାର ବୋଲି ଦଳୀୟ ନେତା କହିଛନ୍ତି। ୟୁପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ନୂଆ କରି ତାଲିକାରେ ସାମିଲ କରାଯାଛି। ପାଖାପାଖି ଉକ୍ତ ରାଜ୍ୟରୁ ୧୦ ଜଣଙ୍କୁ ଏହି ଟିମ୍‌ରେ ସାମିଲ କରାଯାଇଛି। ଯେଉଁମାନେ ତାଲିକାରୁ ବାଦ ପଡ଼ିଛନ୍ତି ସେମାନେ ପ୍ରାସଙ୍ଗିକତା ହରାଇଥିବେ ବୋଲି କୁହାଯାଇଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ରହିଛି। ଏହାକୁ ଦୃଷ୍ଟିକୁ ରଖି ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।  ସେପଟେ କାର୍ଯ୍ୟକାରିଣୀ ତାଲିକାରୁ ବାଦ ପଡ଼ିଥିଲେ ମଧ୍ୟ ବରୁଣ ଗାନ୍ଧି ଖେରୀ ହିଂସା ମାମଲାରେ ଚାଷୀଙ୍କ ସହ ରହିବେ ବୋଲି କହିଛନ୍ତି । ଏହା ପୂର୍ବରୁ ବରୁଣ ଗାନ୍ଧି ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ  ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ ଚାଷୀଙ୍କ ଉପରେ ଏକ କାର ମାଡ଼ିଯାଉଥିବାର ଭିଡିଓ ଫୁଟେଜ୍‌ ରହିଛି।  ଯେଉଁ ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଗାନ୍ଧୀ ଏହି ଘଟଣାରେ ସୋମବାର ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ।  ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ । ମାମଲାରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।  ଏଥିସହ ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କୁ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ ବୋଲି କହିଛନ୍ତି। ସୂଚନା ଅନୁଯାୟୀ,  ଗତ ଅକ୍ଟୋବର ୩ରେ ଲଖିମପୁର ଖେରୀରେ ଘଟିଥିବା ହିଂସାରେ ଚାରି କୃଷକଙ୍କ ସମେତ ମୋଟ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story