କୋଲକାତା: ଫିଲ୍ମ 'ଦ କଶ୍ମୀର ଫାଇଲ୍ସ' ଦେଖି ଫେରୁଥିବା ଜଣେ ବିଜେପି ନେତାଙ୍କ ଉପରେ ବୋମା ମାଡ ହୋଇଛି। ତ୍ରୁଣମୂଳ କଂଗ୍ରେସର କର୍ମୀମାନେ ତାଙ୍କ ଉପରେ ଏହି ବୋମାମାଡ କରିଛନ୍ତି। ଏଭଳି କିଛି ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଜଗନ୍ନାଥ ସରକାର।
ଅଭିଯୋଗ ମୁତାବକ, ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ 'ଦ କଶ୍ମୀର ଫାଇଲ୍ସ' ଫିଲ୍ମ ଦେଖି ବିଜେପି ସାଂସଦ ଜଣକ ନିଜ ଘରକୁ ଫେରୁଥିବା ବେଳେ ହଠାତ୍ ତାଙ୍କ ଗାଡି ଉପରକୁ ଟିଏମ୍ସିର କିଛି ଗୁଣ୍ଡାମାନେ ବୋମା ମାଡ କରିଥିଲେ। ଏହି ବୋମା ତାଙ୍କ କାର୍ ପଛପଟେ ବାଜିଥିଲା। ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।
ସାଂସଦ ଜଗନ୍ନାଥ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ଯେତେବଳେ ଏହି ଘଟଣା ବିଷୟରେ ପୁଲିସକୁ ସୂଚନା ଦିଆଯାଇଥିଲା ସେତେବେଳେ ପୁଲିସ ମଧ୍ୟ ଜାଣି ଶୁଣି ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ପୁଲିସ ଏହି ପୂରା ମାମଲା ଯାଞ୍ଚ କରୁଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମମତା ବାନାର୍ଜୀଙ୍କ ସରକାର ଶାସନରେ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତିର ଅବନତି ଘଟିଛି। ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ। ରାଜ୍ୟରେ ଆଇନ-ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବାରୁ ପଶ୍ଚିମବଙ୍ଗରେ କେହି ସୁରକ୍ଷିତ ନୁହନ୍ତି। ରାଜ୍ୟ ସରକାର ଗଣତନ୍ତ୍ରକୁ ଭୁଶୁଡ଼ାଇ ଦେଲେଣି।'
https://twitter.com/AHindinews/status/1505264004050341888?s=20&t=ptTq3b3yunEERlHuswPtyQ