Advertisment

ଚାଷୀଙ୍କ ଉପରେ ଗାଡ଼ି ମାଡ଼ିବାର ନୂଆ ଭିଡିଓ ଜାରି କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯିବା ବେଳର ନୂଆ ଭିଡିଓ ଜାରି କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ପୂର୍ବରୁ ଗାଡ଼ି ମାଡ଼ିର ଭିଡିଓ ମଧ୍ୟ ସେ ଟ୍ୱିଟ କରିଥିଲେ। ହେଲେ ଉକ୍ତ ଭିଡିଓ ସ୍ଲୋମୋଶନରେ ରହିଥିଲା। ହେଲେ ଏବେ ଜାରି ଭିଡିଓରେ ଗାଡ଼ିର ପ୍ରକୃତ ସ୍ପିଡ ଓ ଏହା କେମିତି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ମାଡ଼ି ଯାଉଛି, ତା’ର ଦୃଶ୍ୟ ରହିଛି। ସବୁ ଦୃଶ୍ୟ […]

ଅଦ୍ୟତନ ହୋଇଛି
ଚାଷୀଙ୍କ ଉପରେ ଗାଡ଼ି ମାଡ଼ିବାର ନୂଆ ଭିଡିଓ ଜାରି କଲେ ବିଜେପି ସାଂସଦ

Farmer

Advertisment

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯିବା ବେଳର ନୂଆ ଭିଡିଓ ଜାରି କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ପୂର୍ବରୁ ଗାଡ଼ି ମାଡ଼ିର ଭିଡିଓ ମଧ୍ୟ ସେ ଟ୍ୱିଟ କରିଥିଲେ। ହେଲେ ଉକ୍ତ ଭିଡିଓ ସ୍ଲୋମୋଶନରେ ରହିଥିଲା। ହେଲେ ଏବେ ଜାରି ଭିଡିଓରେ ଗାଡ଼ିର ପ୍ରକୃତ ସ୍ପିଡ ଓ ଏହା କେମିତି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ମାଡ଼ି ଯାଉଛି, ତା’ର ଦୃଶ୍ୟ ରହିଛି। ସବୁ ଦୃଶ୍ୟ ସ୍ପଷ୍ଟ ଭାବେ ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି ବୋଲି ବରୁଣ ଗାନ୍ଧି କହିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି।

Advertisment

ଭିଡିଓ ଶେୟାର କରି ବରୁଣ ଗାନ୍ଧି କହିଛନ୍ତି, ଏହି ଭିଡିଓ ସବୁ କଥାକୁ ସ୍ପଷ୍ଟ କରିଛି। ହତ୍ୟା କରି ଆନ୍ଦୋଳନକାରୀଙ୍କୁ ଚୁପ କରାଯାଇ ପାରିବ ନାହିଁ। ନିରୀହ ଚାଷୀଙ୍କ ରକ୍ତ ପାଇଁ ଉତ୍ତରଦାୟୀ ରହିବା ଦରକାର। ସବୁ ଚାଷୀଙ୍କ ମୁଣ୍ଡରେ ନିଷ୍ଠୁରତା ଓ ଅହଂକାର ବାର୍ତ୍ତା ପଶିବା ପୂର୍ବରୁ ପୂରା ଘଟଣାରେ ସେମାନଙ୍କୁ ନ୍ୟାୟ ମିଳିବା ଦରକାର ବୋଲି ସେ କହିଛନ୍ତି।

Advertisment


ବରୁଣ ଗାନ୍ଧି ପ୍ରଥମଥର ପାଇଁ ଲଖିମପୁର ଖେରି ଘଟଣାରେ ମୁହଁ ଖୋଲି ନାହାନ୍ତି। ମଙ୍ଗଳବାର ସେ ସ୍ଲୋ ମୋଶନରେ ଚାଷୀଙ୍କ ଉପରେ ଗାଡ଼ି ମାଡ଼ି ଯାଉଥିବା ବେଳର ଭିଡିଓକୁ ପୋଷ୍ଟ କରି ନ୍ୟାୟ ମାଗିଥିଲେ। ପୁଲିସ୍‌ ଏହି ଘଟଣାରେ ସାମିଲ ଥିବା ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ସେ ଦାବି କରିଥିଲେ।

ବରୁଣ କହିଥିଲେ, ଲଖିମପୁର ଖେରିରେ ଗାଡ଼ିଟି ଜାଣିଶୁଣି ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ସ୍ପଷ୍ଟ ହୋଇଛି। ଏହାକୁ ଦେଖିଲେ ଯେକୌଣସି ଲୋକର ଆତ୍ମା ଦୋହଲି ଯିବ। ପୁଲିସ୍‌ ଏହି ଭିଡିଓକୁ ତୁରନ୍ତ ବିଚାରକୁ ନେଇ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଗାଡ଼ିର ମାଲିକ, ଏହାକୁ ଚଳାଉଥିବା ବ୍ୟକ୍ତି ଓ ଘଟଣା ବେଳେ ଗାଡ଼ିରେ ଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ କରାଯାଉ ବୋଲି ସେ କହିଥିଲେ।

ଏବେ ସାମ୍ନାକୁ ଆସିଥିବା ଭିଡିଓରେ ଗୋଟିଏ କଳା ରଙ୍ଗର ଏସ୍‌ୟୁଭି(ସମ୍ଭବତଃ ମହିନ୍ଦ୍ରା ଥର) ଦ୍ରୁତଗତିରେ ପଛପଟୁ ଆସି ଚାଷୀମାନଙ୍କୁ ଧକ୍କା ଦେଇ ଆଗକୁ ଚାଲି ଯାଉଛି। ଚାଷୀମାନେ ଗାଡ଼ି ଧକ୍କାରେ ତଳେ ପଡ଼ିଥିବା ବେଳେ ଆଉ ଦୁଇଟି ଗାଡ଼ି ମଧ୍ୟ ଦ୍ରୁତଗତିରେ ଉକ୍ତ ରାସ୍ତାକୁ ଅତିକ୍ରମ କରୁଛନ୍ତି। ଏହି ଭିଡିଓରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି।

Lakhimpur Kheri Updates Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe