Advertisment

ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ହାରୁଛନ୍ତି ସେଠି ଜିତିଲେ ଦିନ ମଜୁରିଆଙ୍କ ସ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ତୃତୀୟ ଥର ପାଇଁ ବିଜୟୀ ହୋଇଛି। ଯଦିଓ ନିର୍ବାଚନ କମିଶନ ଚୂଡ଼ାନ୍ତ ଘୋଷଣା କରି ନାହାନ୍ତି ହେଲେ ଟିଏମସି ଭୋଟ୍ କାଉଣ୍ଟି ବେଳେ ଆଗରେ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦିଗ୍ରାମରୁ ହାରିଥିବା ଜଣାପଡ଼ିଛି। ହେଲେ ଏଭଳି ସ୍ଥିତିରେ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ହେଉଛନ୍ତି ଚନ୍ଦନା ବାଉରୀ। ଯିଏକି ସଲତୋରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିଏମସିର ସନ୍ତୋଷ କୁମାର ମଣ୍ଡଳଙ୍କୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ହାରୁଛନ୍ତି ସେଠି ଜିତିଲେ ଦିନ ମଜୁରିଆଙ୍କ ସ୍ତ୍ରୀ

CHANDANA-BAURI

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ତୃତୀୟ ଥର ପାଇଁ ବିଜୟୀ ହୋଇଛି। ଯଦିଓ ନିର୍ବାଚନ କମିଶନ ଚୂଡ଼ାନ୍ତ ଘୋଷଣା କରି ନାହାନ୍ତି ହେଲେ ଟିଏମସି ଭୋଟ୍ କାଉଣ୍ଟି ବେଳେ ଆଗରେ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦିଗ୍ରାମରୁ ହାରିଥିବା ଜଣାପଡ଼ିଛି ହେଲେ ଏଭଳି ସ୍ଥିତିରେ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ହେଉଛନ୍ତି ଚନ୍ଦନା ବାଉରୀ। ଯିଏକି ସଲତୋରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିଏମସିର ସନ୍ତୋଷ କୁମାର ମଣ୍ଡଳଙ୍କୁ ୪ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି।

Advertisment

ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ଚନ୍ଦନା ବାଉରୀଙ୍କ ତିନି ସନ୍ତାନ ରହିଛନ୍ତି। ତାଙ୍କ ପାଖରେ ୩୧ ହଜାର ୯୮୫ ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ୱାମୀଙ୍କ ନାମକେ ୩୦ ହଜାର ୩୧୧ ଟଙ୍କାର ସମ୍ପତ୍ତି ରହିଛି। ଏହି ଦମ୍ପତିଙ୍କ ପାଖରେ ତିନୋଟି ଗାଈ ଓ ତିନୋଟି ଛେଳି ରହିଛି।

ଗତ ମାର୍ଚ୍ଚରେ ସେ ପ୍ରତିକ୍ରିୟା ଦେଇ କହିଥିଲେ ପ୍ରାର୍ଥୀ ହେବାକୁ ସେ କେବେ ଚିନ୍ତା କରିନଥିଲେ। ହେଲେ ତାଙ୍କର ଶୁଭେଚ୍ଛୁ ମାନେ ପ୍ରାର୍ଥୀ ହେବାକୁ ଅନଲାଇନରେ ଆବେଦନ କରିଥିଲେ। ଆଉ ପରେ ବିଜେପି ତାଙ୍କୁ ଟିକେଟ ଦେଇଥିଲା। ଆଉ ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ସେତେବେଳେ ଚନ୍ଦନା କହିଥିଲେ। ସୂଚନାଯୋଗ୍ୟ ସଲତୋରାର ଆସନ ଲଗାତର ଦ୍ୱିତୀୟ ଥର ପାଇଁ ଟିଏମସି ପାଖରେ ଥିଲା। ଏବେ କିନ୍ତୁ ଏହି ଆସନ ବିଜେପି ପାଖକୁ ଆସିଛି। ନିର୍ବାଚନ ବେଳେ ପ୍ରଚାର କରିବାକୁ ଚନ୍ଦନାଙ୍କ ପାଖରେ ସମ୍ୱଳ ନଥିବାରୁ ପ୍ରଚାର ପାଇଁ ବିଜେପି ଏକ କାର ଯୋଗାଇଥିଲା।

Advertisment

https://twitter.com/casanjay_shri/status/1388856260347322375?s=20

ସୂଟନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୯୨ ବିଧାନସଭା ଆସନରୁ ଟିଏମସି ୨୦୦ରୁ ଅଧିକ ଆସନରେ ଅଗ୍ରଣୀ ରହିଥିବା ବେଳେ ବିଜେପି ୧୦୦ରୁ କମ୍ ଆସନରେ ଅଗ୍ରଣୀ ରହିଛି।

West Bengal Election 2021