କଙ୍ଗନାଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ, କହିଲେ ଦେଶଦ୍ରୋହୀ

ନୂଆଦିଲ୍ଲୀ: ପୁଣି ବିବାଦରେ ଫଶିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ନିଜ ବିବାଦୀୟ ବୟାନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଏପରିକି କଙ୍ଗନାଙ୍କୁ ସେ ଦେଶଦ୍ରୋହୀ ବୋଲି ମଧ୍ୟ କହିଛନ୍ତି। କଙ୍ଗନା ରାଣାୱତ ଏକ କାର୍ଯ୍ୟକ୍ରମରେ ଦେଶ ସ୍ୱାଧୀନତାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ବିଜେପି ସାଂସଦ ବରୁଣ ଗାନ୍ଧୀ ଟାର୍ଗେଟ କରିଛନ୍ତି। ବରୁଣ ଗାନ୍ଧୀ କଙ୍ଗନା ରାଣାୱତଙ୍କୁ ସ୍ୱାଧୀନତା […]

Kangana and Varun gandhi

Madhupriya Mistry
  • Published: Thursday, 11 November 2021
  • , Updated: 11 November 2021, 04:11 PM IST

ନୂଆଦିଲ୍ଲୀ: ପୁଣି ବିବାଦରେ ଫଶିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ନିଜ ବିବାଦୀୟ ବୟାନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଏପରିକି କଙ୍ଗନାଙ୍କୁ ସେ ଦେଶଦ୍ରୋହୀ ବୋଲି ମଧ୍ୟ କହିଛନ୍ତି।

କଙ୍ଗନା ରାଣାୱତ ଏକ କାର୍ଯ୍ୟକ୍ରମରେ ଦେଶ ସ୍ୱାଧୀନତାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ବିଜେପି ସାଂସଦ ବରୁଣ ଗାନ୍ଧୀ ଟାର୍ଗେଟ କରିଛନ୍ତି। ବରୁଣ ଗାନ୍ଧୀ କଙ୍ଗନା ରାଣାୱତଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। କହିଛନ୍ତି ଯେ ମୁଁ କଙ୍ଗନାଙ୍କ ଚିନ୍ତାଧାରାକୁ ପାଗଳାମି କିମ୍ବା ଦେଶଦ୍ରୋହ ବୋଲି କହିବା ଉଚିତ୍।

ନିକଟରେ କଙ୍ଗନା ଏକ ବୟାନ ଦେଇଥିଲେ ଯେ,'ସାବରକର, ରାଣୀ ଲକ୍ଷ୍ମୀବାଇ, ନେତା ସୁଭାଷ ଚନ୍ଦ୍ର ବୋଷ ଯଦି ମୁଁ ଏହି ଲୋକମାନଙ୍କ ବିଷୟରେ କଥାବାର୍ତ୍ତା କରେ, ତେବେ ଏହି ଲୋକମାନେ ଜାଣିଥିଲେ ଯେ ରକ୍ତ ବହିବ। କିନ୍ତୁ ଏହା ମଧ୍ୟ ମନେରଖ ଯେ ହିନ୍ଦୁସ୍ତାନୀ-ହିନ୍ଦୁସ୍ତାନୀଙ୍କ ରକ୍ତ ବୁହାଇବା ଉଚିତ୍ ନୁହେଁ। ଅବଶ୍ୟ ସେ ସ୍ୱାଧୀନତା ପାଇଁ ମୂଲ୍ୟ ଦେଇଥିଲେ। କିନ୍ତୁ ତାହା ସ୍ୱାଧୀନତା ନଥିଲା, ତାହା ଭିକ ଥିଲା। ଦେଶ ୨୦୧୪ରେ ପ୍ରକୃତ ସ୍ୱାଧୀନତା ପାଇଛି। ଯେତେବେଳେ ପ୍ରଧାମନ୍ତ୍ରୀ ମୋଦି ଦେଶ ଶାସନ ଭାର ସମ୍ଭାଳି ଥିଲେ।'

କଙ୍ଗନାଙ୍କ ଏହି ବୟାନର ଭିଡିଓକୁ ଟୁଇଟ୍ କରି, ବରୁଣ ଗାନ୍ଧୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, 'କେତେବେଳେ ମହାତ୍ମା ଗାନ୍ଧୀଙ୍କ ବଳିଦାନ ଏବଂ ତପସ୍ୟାକୁ ଅପମାନ ତ ଆଉ କେତେବେଳେ ବେଳେବେଳେ ହତ୍ୟାକାରୀଙ୍କୁ ସମ୍ମାନ। ବର୍ତ୍ତମାନ ସହିଦ ମଙ୍ଗଲ ପାଣ୍ଡେଙ୍କ ଠାରୁ ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ସୁଭାଷ ଚନ୍ଦ୍ର ବୋଷ ଏବଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ତିରସ୍କାର କରାଯାଇଛି। ଏଭଳି ଚିନ୍ତାଧାରା ରଖିଥିବା ବ୍ୟକ୍ତିଙ୍କୁ ପାଗଳ ନା ଦେଶଦ୍ରୋହ ବୋଲି କହିବା ଉଚିତ୍ କି?'

ସେପଟେ କଙ୍ଗନାଙ୍କ ଏଭଳି ବିବାଦୀୟ ବୟାନଙ୍କୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଉଛି। ଅକାଳି ଦଳର ବରିଷ୍ଠ ନେତା  ମନଜିନ୍ଦର ସିଂହ ସିର୍‌ସା ଟ୍ୱିଟ୍‌ କରି ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମଣିକର୍ଣ୍ଣିକାର ଚରିତ୍ରରେ ଅଭିନୟ କରିଥିବା କଳାକାର ସ୍ୱାଧୀନତାକୁ ଭିକ ବୋଲି କହିବା ଠିକ୍‌ ନୁହେଁ। ଲକ୍ଷ ଲକ୍ଷ ଲୋକ ସହିଦ ହେବା ପରେ ମିଳିଥିବା ସ୍ୱାଧୀନତାକୁ ଭିକ ବୋଲି କହୁଥିବା କଙ୍ଗନା ରଣାୱତ ମାନସିକ ଅବସ୍ଥା ଦେବାଳିଆ ହୋଇଯାଇଛି ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ନିକଟରେ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି।

https://twitter.com/varungandhi80/status/1458679746603077636?s=20

Related story