Advertisment

ବ୍ଲାକବକ୍ସ ଉଦ୍ଧାର : ମିଳିବ ଦୁର୍ଘଟଣାର କାରଣ

କୁନ୍ନୁର: ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣାରେ ତନାଘନା ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରୁ ୩୦୦ରୁ ଏକ କିମି ଦୂରତା ମଧ୍ୟରେ ବ୍ଲାକବକ୍ସ ଉଦ୍ଧାର କରାଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ଦୁର୍ଘଟଣା ବାବଦରେ ସବିଶେଷ ତଥ୍ୟ ଏହି ବ୍ଲାକବକ୍ସରୁ ମିଳିବା ନେଇ ସମ୍ଭାବନା ରହିଛି। ତାମିଲନାଡ଼ୁର କୁନ୍ନୁର ଗତକାଲି Mi-17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ସିଡିଏସ […]

author-image
Tapas Behera
ଅଦ୍ୟତନ ହୋଇଛି
ବ୍ଲାକବକ୍ସ ଉଦ୍ଧାର : ମିଳିବ ଦୁର୍ଘଟଣାର କାରଣ

bipin-8

କୁନ୍ନୁର: ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣାରେ ତନାଘନା ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରୁ ୩୦୦ରୁ ଏକ କିମି ଦୂରତା ମଧ୍ୟରେ ବ୍ଲାକବକ୍ସ ଉଦ୍ଧାର କରାଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ଦୁର୍ଘଟଣା ବାବଦରେ ସବିଶେଷ ତଥ୍ୟ ଏହି ବ୍ଲାକବକ୍ସରୁ ମିଳିବା ନେଇ ସମ୍ଭାବନା ରହିଛି।

Advertisment

ତାମିଲନାଡ଼ୁର କୁନ୍ନୁର ଗତକାଲି Mi-17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ସିଡିଏସ ବିପିନ୍‌ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣକୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। କୋଏମ୍ବାଟୁର୍‌ ନିକଟ ସୁଲୁରୁସ୍ଥିତ ବାୟୁସେନା ବିମାନଘାଟିରୁ ‘ସିଡିଏସ୍‌’ ରାୱତ୍ ହେଲିକପ୍ଟର୍‌ ଯୋଗେ କୁନୁର୍‌ର ୱେଲିଂଟନ୍ ଅଭିମୁଖେ ଯାତ୍ରା କରୁଥିଲେ।

ୱେଲିଂଟନ୍‌ଠାରେ  ଥିବା ଆର୍ମଫୋର୍ସର ଏକ କଲେଜରେ ମୁଖ୍ୟ ବକ୍ତାଭାବେ ଯୋଗଦେବାକୁ ସିଡିଏସ ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଏମଆଇ-ସିରିଜ୍‌ ହେଲିକପ୍ଟରରେ ଯାଉଥିଲେ। ତେବେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୯ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ।  ତେବେ ସେଥିରେ ଥିବା ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂଙ୍କ ଅବସ୍ଥା ଏବେ ବି ଗୁରତର ରହିଛି। ୱେଲିଂଟନ୍ ସେନା ହସ୍‌ପିଟାଲାରେ ତାଙ୍କର ଏବେ ଚିକିତ୍ସା ଚାଲିଛି।  ଘଟଣାର ତଦନ୍ତ ପାଇଁ ଗତକାଲି ବାୟୁ ସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment
Army Chopper Crash CDS Bipin Rawat