Advertisment

କଟକଣା କୋହଳ କଲା ବିଏମସି, ଏଣିକି ଦିନ ୨ଟା ଯାଏ ଖୋଲିବ ଦୋକାନ

ମୁମ୍ବାଇ: କରୋନା ସଂକ୍ରମଣ କମୁ ଥିବାରୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି) ସୋମବାର ବ୍ରେକ ଦି ଚେନ୍‌ ଘୋଷଣା କରିଛି। ଏଥିସହ ଦୋକାନ ବଜାର ଖୋଲିବା ଉପରେ କିଛି କୋହଳ ନୀତି ଅବଲମ୍ବନ କରିଛି। ମହାରାଷ୍ଟ୍ର ସରକାର ଜୁନ୍‌ ୧୫ ଯାଏ ରାଜ୍ୟରେ ଲକଡାଉନ ବୃଦ୍ଧି କରିଥିବା ବେଳେ ବିଏମସି ଆଜି ଏପରି ଘୋଷଣା କରିଛି। ବିଏମସିର ଘୋଷଣା ଅନୁଯାୟୀ, କାଲିଠାରୁ ମୁମ୍ବାଇରେ ଥିବା ଜରୁରୀ ସାମଗ୍ରୀ ବିକ୍ରି ଦୋକାନ ଗୁଡ଼ିକ ଏଣିକି ସକାଳ ୭ଟାରୁ ଦିନ ୨ଟା […]

author-image
Hemant Lenka
ଅଦ୍ୟତନ ହୋଇଛି
କଟକଣା କୋହଳ କଲା ବିଏମସି, ଏଣିକି ଦିନ ୨ଟା ଯାଏ ଖୋଲିବ ଦୋକାନ

BMC

ମୁମ୍ବାଇ: କରୋନା ସଂକ୍ରମଣ କମୁ ଥିବାରୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି) ସୋମବାର ବ୍ରେକ ଦି ଚେନ୍‌ ଘୋଷଣା କରିଛି। ଏଥିସହ ଦୋକାନ ବଜାର ଖୋଲିବା ଉପରେ କିଛି କୋହଳ ନୀତି ଅବଲମ୍ବନ କରିଛି।

Advertisment

ମହାରାଷ୍ଟ୍ର ସରକାର ଜୁନ୍‌ ୧୫ ଯାଏ ରାଜ୍ୟରେ ଲକଡାଉନ ବୃଦ୍ଧି କରିଥିବା ବେଳେ ବିଏମସି ଆଜି ଏପରି ଘୋଷଣା କରିଛି। ବିଏମସିର ଘୋଷଣା ଅନୁଯାୟୀ, କାଲିଠାରୁ ମୁମ୍ବାଇରେ ଥିବା ଜରୁରୀ ସାମଗ୍ରୀ ବିକ୍ରି ଦୋକାନ ଗୁଡ଼ିକ ଏଣିକି ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲିପାରିବ। ସପ୍ତାହର ସବୁଦିନ ଏହା ଖୋଲା ରହିବ।

ସେହିପରି ରାସ୍ତାର ଡାହାଣ ପଟେ ଥିବା ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଦୋକାନ ଗୁଡ଼ିକ ସୋମବାର, ବୁଧବାର ଓ ଶୁକ୍ରବାର ଖୋଲିବ। ବାମ ପଟେ ଥିବା ଦୋକାନ ଗୁଡ଼ିକ ମଙ୍ଗଳବାର ଓ ଗୁରୁବାର ଖୋଲିବ। ଶନିବାର ଓ ରବିବାର ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ବନ୍ଦ ରହିବ।

Advertisment

କୃଷି ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ସପ୍ତାହର ସବୁଦିନ ଦିନ ୨ଟା ଯାଏ ବ୍ୟବସାୟ କରିପାରିବେ। ଇ-କର୍ମସ ବ୍ୟବସାୟ ବିନା କୌଣସି କଟକଣାରେ ଜାରି ରହିବ। ଦିନ ୩ଟା ପରେ କେହି ବି ଘରୁ ବାହାରିପାରିବେ ନାହିଁ। କେବଳ ଜରୁରୀ ଓ ମେଡିକାଲ ସେବାକୁ ଅନୁମତି ମିଳିବ। ସରକାରୀ ଅଫିସ ଗୁଡ଼ିକ ୨୫% କର୍ମଚାରୀଙ୍କୁ ନେଇ କାମ କରିବ। କୋଭିଡ୍ ମ୍ୟାନେଜମେଣ୍ଟ ସହ ଜଡ଼ିତ ଅଫିସ ବ୍ରେକ ଦି ଚେନ୍ କଟକଣା ବାହାରେ ରହିଛି।


ସୋମବାର ମୁମ୍ବାଇରେ ୬୭୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ୫,୫୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସହରରେ ସକ୍ରିୟ ମାମଲା ୨୨,୩୯୦ ରହିଛି। ମୁମ୍ବାଇରେ ଆରୋଗ୍ୟ ହାର ୯୪% ଥିବା ବେଳେ ଡବଲିଂ ରେଟ୍‌ ୪୩୪ ଦିନ ରହିଛି।

Mumbai Maharashtra