/odisha-reporter/media/post_attachments/uploads/2021/06/BJP-LEADER-DIED.jpg)
BJP-LEADER-DIED
କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଜାରି ରହିଛି ହିଂସା। ମୁଖ୍ୟତଃ ବିଜେପି ସମର୍ଥକ ଏବଂ କର୍ମୀ ଆକ୍ରମଣର ଶିକାର ହେଉଛନ୍ତି। ଆଜି ଉତ୍ତର ୨୪ ପରଗନା ଜିଲ୍ଲାର ଜଣେ ବିଜେପି କର୍ମୀଙ୍କ ମୁଣ୍ଡ ଉପରେ କିଛି ଅଜ୍ଞାତ ଦୁର୍ବୃତ୍ତ ବୋମା ମାଡ଼ କରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଜେ.ପି ଯାଦବ।
ଘଟଣାସ୍ଥଳରେ ହିଂସାକୁ ନଜରରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଏହି ବୋମା ବିସ୍ଫୋରଣ ଏତେ ଜୋର ହୋଇଥିଲା ଯେ ବିସ୍ଫୋରଣର ଶବ୍ଦ ବହୁ ଦୂର ଯାଏ ଶୁଣାଯାଇଥିଲା। ସେହିପରି ବୋମା ମାଡ଼ର ଶିକାର ବିଜେପି କର୍ମୀଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ଏହାପରେ ବିଜେପି ସାଂସଦ ଅର୍ଜୁନ ସିଂହ ଘଟଣାସ୍ଥଳରେ ପହଞ୍ଚି ଟୁନ-ଟୁନ୍, ଚନ୍ଦନ ସିଂହ ଏବଂ ଲଲ୍ଲନ ସିଂହ ଦଳୀୟ କର୍ମୀଙ୍କ ଉପରେ ବୋମା ଫିଙ୍ଗିଥିବା ସାଂସଦ ଅଭିଯୋଗ କରିଛନ୍ତି।
ସାଂସଦ କହିଛନ୍ତି ଏହି ତିନି ଜଣ ହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିଲେ। ଉଦ୍ଦେଶ୍ୟ ପୂରଣ କରିବା ପରେ ଫେରାର ହୋଇଯାଇଛନ୍ତି। ଏହି ହତ୍ୟା ଶାସକ ଦଳ ଟିଏମିସି ନିର୍ଦ୍ଦେଶରେ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ କରୋନା ପାଇଁ ଲକଡାଉନ ଜାରି ରହିଥିବା ବେଳେ ଟିଏମସି ଗୁଣ୍ଡା ମାନଙ୍କ ପାଇଁ ଏଠି ସବୁ ଖୋଲା ମେଲା ବୋଲି ଅର୍ଜୁନ ସିଂହ କହିଛନ୍ତି। ମମତା ସରକାର ବେଳେ ଲୁଟ୍, ଡକାୟତି, ଚୋରି ଆଦି ନିତିଦିନର ଘଟଣା ପାଲଟିଥିବା ସେ କହିଛନ୍ତି। ମମତା ବାନାର୍ଜୀରାଜ୍ୟରେ ଯେଉଁଭଳି ଆଇନ୍ ଶୃଙ୍ଖଳା ବ୍ୟବସ୍ଥା କରିଛନ୍ତି ଏଠି ମଣିଷ ଆଉ କେହି ବଞ୍ଚିବେନି କି ଶାନ୍ତି କେବେ ଫେରିବନି ବୋଲି ସେ କହିଛନ୍ତି। ରାଜ୍ୟରେ ଶାନ୍ତି ଫେରିବା ନେଇ ନିର୍ବାଚନ ବେଳେ ଟିଏମସିର ପ୍ରତିଶୃତି ଡହରାମି ଛଡ଼ା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆଜି ରାଜ୍ୟପାଳ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ନିର୍ବାଚନ ପରେ ରାଜ୍ୟରେ ଦେଖାଉଥିବା ହିଂସା ମାନବିକତା ଆଧାରରେ ଲଜ୍ୟାଜନକ ଘଟଣା ବୋଲି ରାଜ୍ୟପାଳ କହିଥିଲେ। ଏହି ମାମଲାରେ ରାଜ୍ୟପାଳ ନୂଆ ମୁଖ୍ୟ ଶାସନ ସଚିବ ଏଚକେ ଦ୍ୱିବେଦୀଙ୍କୁ ମଧ୍ୟ ତଲବ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
