Advertisment

ଆଜିଠାରୁ ଆରମ୍ଭ ହେଲା ବୁଷ୍ଟର ଡୋଜ୍‌: ପ୍ରଥମେ କୋଭିଡ୍ ଯୋଦ୍ଧା , ବୟସ୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସରେ କରୋନା ଭ୍ୟାକ୍ସିନର ସତର୍କତାମୂଳକ ଡୋଜ ନେବାକୁ  ଘୋଷଣା କରିଥିଲେ। କରୋନା ଭ୍ୟାକ୍ସିନର ଏହି ବୁଷ୍ଟର୍ ଡୋଜ୍ ଆଜିଠାରୁ ଦିଆଯାଉଛି। ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ୫.୭୫ କୋଟି ଲୋକ ବୁଷ୍ଟର ଡୋଜ୍‌ ନେବେ। ସେମାନଙ୍କ ମଧ୍ୟରେ ଏକ କୋଟି ସ୍ୱାସ୍ଥ୍ୟ କର୍ମୀ, ଦୁଇ କୋଟି ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ୨.୭୫ କୋଟି ଅଛନ୍ତି। ଆଜିଠାରୁ  ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସହିତ ଗୁରୁତର […]

ଅଦ୍ୟତନ ହୋଇଛି
ଆଜିଠାରୁ ଆରମ୍ଭ ହେଲା ବୁଷ୍ଟର ଡୋଜ୍‌: ପ୍ରଥମେ କୋଭିଡ୍ ଯୋଦ୍ଧା , ବୟସ୍କ

Vaccine

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସରେ କରୋନା ଭ୍ୟାକ୍ସିନର ସତର୍କତାମୂଳକ ଡୋଜ ନେବାକୁ  ଘୋଷଣା କରିଥିଲେ। କରୋନା ଭ୍ୟାକ୍ସିନର ଏହି ବୁଷ୍ଟର୍ ଡୋଜ୍ ଆଜିଠାରୁ ଦିଆଯାଉଛି। ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ୫.୭୫ କୋଟି ଲୋକ ବୁଷ୍ଟର ଡୋଜ୍‌ ନେବେ। ସେମାନଙ୍କ ମଧ୍ୟରେ ଏକ କୋଟି ସ୍ୱାସ୍ଥ୍ୟ କର୍ମୀ, ଦୁଇ କୋଟି ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ୨.୭୫ କୋଟି ଅଛନ୍ତି। ଆଜିଠାରୁ  ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସହିତ ଗୁରୁତର ରୋଗରେ ପୀଡିତ ବୟସ୍କମାନଙ୍କୁ ଟିକା ଦିଆଯାଉଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବୁଷ୍ଟର ଡୋଜ୍‌ ପାଇଁ  କୌଶସି ପଞ୍ଜିକରଣ ଆବଶ୍ୟକ ନାହିଁ। ଯେଉଁମାନେ ଯୋଗ୍ୟ ସେମାନେ ସିଧାସଳଖ ଆପଏଣ୍ଟମେଣ୍ଟ ନେଇ କିମ୍ବା ଟିକାରକଣ କେନ୍ଦ୍ର ଆସି ଟିକା ଏହାକୁ ନେଇପାରିବେ। ତେବେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ ରୋଗରେ  ଆକ୍ରାନ୍ତ ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍‌ ନେଇପାରିବେ।

ଅବଶ୍ୟ କୋଭିଡ ଟୀକାକରଣର ଦ୍ୱିତୀୟ ଡୋଜ୍‌ ଗ୍ରହଣ କରିବାର ୯ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ। ଯେଉଁ ଟିକା ପ୍ରଥମ ଏବଂ ଦ୍ୱିତୀୟ ଭାବେ ଦିଆଯାଇ ଥିଲା ତାକୁ ତୃତୀୟ ଡୋଜ ଭାବେ ଗ୍ରହଣ କରାଯାଛି । କେନ୍ଦ୍ର କହିଛି ଯେ ପୂର୍ବରୁ ଦିଆଯାଇଥିବା ଟିକାକୁ ବୁଷ୍ଟର ଡୋଜ ଭାବେ ସମାନ ଟିକା ଦିଆଯିବ।

Advertisment

ଏହାର ଅର୍ଥ ହେଉଛି, ଯେଉଁମାନେ ସେରମ୍ ଇନଷ୍ଟିଚ୍ୟୁଟ୍ର ଭ୍ୟାକ୍ସିନ୍ କୋଭାସିଲ୍ଡର ଦୁଇଟି ଡୋଜ୍ ପାଇଛନ୍ତି, ସେମାନଙ୍କୁ ସମାନ ତୃତୀୟ ଡୋଜ୍ ଦିଆଯାବ।  ଯେଉଁମାନେ ଭରତ ବାୟୋଟେକ୍ କୋଭାକ୍ସିନ୍ ନେଇଚନ୍ତି  ସେମାନଙ୍କୁ କୋଭାକ୍ସିନର ତୃତୀୟ ଡୋଜ୍ ଦିଆଯିବ।  ଓମିକ୍ରନର ବିପଦକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜର ପ୍ରଦାନ ନେଇ  ଦାବି ଉଠିଥିଲା। ଏଥିସହ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଓମିକ୍ରନ୍ ମୁକାବିଲା ପାଇଁ ବୁଷ୍ଟର ଡୋଜ୍‌ ଉପରେ ଗୁରୁତ୍ୱ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଡୋଜ ଘୋଷଣା କରିଥିଲେ

ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶକୁ ସୁରକ୍ଷିତ ରଖିବାରେ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଅବଦାନ ଅନନ୍ୟ। ତେଣୁ ସରକାର ଲୋକଙ୍କ ସ୍ୱାସ୍ଥ୍ୟସେବା ସାଙ୍ଗକୁ  ଫ୍ରଣ୍ଟଲାଇନ ୱାରର୍କରଙ୍କ ପାଇଁ  ଚିନ୍ତିତ ଅଛନ୍ତି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ଯେ, ଭାରତ, ଇସ୍ରାଏଲ୍, ଆମେରିକା, ୟୁରୋପ, ବ୍ରିଟେନ କିମ୍ବା ଚାଇନା ହେଉପଛେ, ଯେ କୌଣସି କୋଭିଡ୍‌  ଟିକା ସଂକ୍ରମଣକୁ ସମ୍ପୂର୍ଣ୍ଣ  ରୋକପାରିବ ନାହିଁ।  କେବଳ ସଂକ୍ରମଣକୁ ନିୟନ୍ତ୍ରଣ, ମେଡିକାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିପାରିବ।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe