ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକ୍ଷ୍ନୌ: ରେଲଓ୍ୱେ ଷ୍ଟେସନରେ ଖେଳୁଥିବା ବେଳେ ଦୁଇ ବର୍ଷର ସାନ ଭାଇକୁ ବଡ଼ ଭାଇ ଠେଲି ଦେଇଥିଲା। ଆଉ ପିଲାଟି ଟ୍ରେନ ଟ୍ରାକ ଉପରେ ପଡ଼ି ଯାଇଥିଲା। ଏହି ସମୟରେ ହଠାତ୍ ଏକ ମାଲ ଗାଡ଼ି ଟ୍ରେନ ଆସୁଥିଲା। ରେଳ ଷ୍ଟେସନରେ ଥିବା ଲୋକମାନେ ସ୍ଥିତି ଦେଖି ଅଘଟଣ ଆଶଙ୍କା କରିଥିଲେ। ଏମିତିକି ଦୁଇ ଭାଇଙ୍କ ମାଆ ମଧ୍ୟ ଟ୍ରେନ ଆସୁଥିବା ଦେଖି ମୂକ ପାଲଟି ଯାଇଥିଲେ। ଛୋଟ ପିଲାଟି ଆଗକୁ ଆସୁଥିବା ଦେଖି ଟ୍ରେନର ଦୁଇ […]

Train Runs Over Him (1)

Train Runs Over Him (1)

Subhransu Sekhar
  • Published: Thursday, 24 September 2020
  • Updated: 24 September 2020, 04:37 PM IST

Sports

Latest News

ଲକ୍ଷ୍ନୌ: ରେଲଓ୍ୱେ ଷ୍ଟେସନରେ ଖେଳୁଥିବା ବେଳେ ଦୁଇ ବର୍ଷର ସାନ ଭାଇକୁ ବଡ଼ ଭାଇ ଠେଲି ଦେଇଥିଲା। ଆଉ ପିଲାଟି ଟ୍ରେନ ଟ୍ରାକ ଉପରେ ପଡ଼ି ଯାଇଥିଲା। ଏହି ସମୟରେ ହଠାତ୍ ଏକ ମାଲ ଗାଡ଼ି ଟ୍ରେନ ଆସୁଥିଲା। ରେଳ ଷ୍ଟେସନରେ ଥିବା ଲୋକମାନେ ସ୍ଥିତି ଦେଖି ଅଘଟଣ ଆଶଙ୍କା କରିଥିଲେ। ଏମିତିକି ଦୁଇ ଭାଇଙ୍କ ମାଆ ମଧ୍ୟ ଟ୍ରେନ ଆସୁଥିବା ଦେଖି ମୂକ ପାଲଟି ଯାଇଥିଲେ।

ଛୋଟ ପିଲାଟି ଆଗକୁ ଆସୁଥିବା ଦେଖି ଟ୍ରେନର ଦୁଇ ଲୋକୋ ପାଇଲଟ ଏମରଜେନ୍ସି ବ୍ରେକ ଲଗାଇଥିଲେ। କିନ୍ତୁ ଟ୍ରେନ ଅଟକିବା ବେଳକୁ ବାଳକକୁ ଅତିକ୍ରମ କରି ସାରିଥିଲା। ଟ୍ରେନ ଅଟକିବା ପରେ ସଙ୍ଗେ ସଙ୍ଗେ ଦୁଇ ଲୋକୋ ପାଇଲଟ ତଳକୁ ଓହ୍ଲାଇ ଆସିଥିଲେ ଛୋଟ ଛୁଆଟିକୁ ଉଦ୍ଧାର କରିବା ପାଇଁ। ପିଲାଟି ଛୋଟ ହୋଇଥିବାରୁ ଟ୍ରେନଟି ତା ଉପରେ ଚାଲିଯାଇ ବ୍ରେକ୍‌ ମାରିଥିଲା ଓ ସେ ଠିଆ ହୋଇଥିଲା। ସେ କୌଣସି ଆଘାତର ଶିକାର ହୋଇନଥିବା ଦେଖିବାକୁ ମିିଳିଛି। ପରେ ଛୋଟ ପିଲାଟିକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଥିଲେ ପାଇଲଟ।

ଦିଲ୍ଲୀ ନିକଟସ୍ଥ ଫରିଦାବାଦର ବଲ୍ଲଭଗଡ ଷ୍ଟେସନରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଅଳ୍ପକେ ବର୍ତ୍ତିଯାଇଥିବା ଦୁଇ ବର୍ଷ ବାଳକର ଘର ହରିଆଣା ବୋଲି ଜଣାପଡ଼ିଛି। ଜଣେ ରେଳ ଅଧିକାରୀ କହିଛନ୍ତି ଯେ ଡିଭିଜନାଲ ରେଲଓ୍ୱେ ମ୍ୟାନେଜର ଲୋକୋ ପାଇଲଟଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ପୁରସ୍କାର ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos