ଠିକ୍ ସମୟରେ ପହଞ୍ଚିଲାନି ବର, ଆଉ ଜଣଙ୍କୁ ବାହା ହୋଇଗଲା କନ୍ୟା

ମୁମ୍ବାଇ: ଶୀର୍ଷକ ହିଁ କହି ଦେଉଛି ଯେ ଏହା ଏକ ବେଶ୍ ରୋଚକ ଘଟଣା। ଆଉ ଏହି ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ମାଲକପୁର ପାଙ୍ଗ୍ରା ଗାଁରେ। ଘଟଣାଟି ଏପ୍ରିଲ ୨୨ ତାରିଖର। ସେହିଦିନ ଗାଁର ଜଣେ ଯୁବତୀଙ୍କ ବାହାଘର ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ଶୁଭ ବେଳା ଅନୁସାରେ ଅପରାହ୍ଣ ୪ଟାରୁ ବେଦୀରେ ଆରମ୍ଭ ହୋଇଥା’ନ୍ତା ବାହାଘର ପ୍ରକ୍ରିୟା। ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଥିଲା। ତେବେ ବର ସେହି ସମୟରେ ମଣ୍ଡପରେ ପହଞ୍ଚି ପାରିଲା […]

marriage

marriage

Jitendra Garnayak
  • Published: Thursday, 28 April 2022
  • Updated: 28 April 2022, 09:44 PM IST

Sports

Latest News

ମୁମ୍ବାଇ: ଶୀର୍ଷକ ହିଁ କହି ଦେଉଛି ଯେ ଏହା ଏକ ବେଶ୍ ରୋଚକ ଘଟଣା। ଆଉ ଏହି ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ମାଲକପୁର ପାଙ୍ଗ୍ରା ଗାଁରେ।

ଘଟଣାଟି ଏପ୍ରିଲ ୨୨ ତାରିଖର। ସେହିଦିନ ଗାଁର ଜଣେ ଯୁବତୀଙ୍କ ବାହାଘର ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ଶୁଭ ବେଳା ଅନୁସାରେ ଅପରାହ୍ଣ ୪ଟାରୁ ବେଦୀରେ ଆରମ୍ଭ ହୋଇଥା’ନ୍ତା ବାହାଘର ପ୍ରକ୍ରିୟା। ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଥିଲା। ତେବେ ବର ସେହି ସମୟରେ ମଣ୍ଡପରେ ପହଞ୍ଚି ପାରିଲା ନାହିଁ। କାରଣ ଶୋଭାଯାତ୍ରାରେ ଆସୁଥିବା ବରଯାତ୍ରୀ ଦଳ ନୃତ୍ୟ କରିବାରେ ବ୍ୟସ୍ତ ଥିଲେ। କୁହାଯାଉଛି, ବରଯାତ୍ରୀ ଖାଲି ନାଚୁ ନଥିଲେ, ତା’ସହିତ ମଦ ମଧ୍ୟ ପିଉଥିଲେ। ନିଜେ ବର ଏଥିରୁ ବାଦ୍ ପଡ଼ି ନଥିଲା। ସାଙ୍ଗମାନଙ୍କ ସହିତ ମିଶି ସେ ମଧ୍ୟ ମଦ ପିଇଥିଲା। ଏଣୁ ବିବାହ ମଣ୍ଡପରେ ପହଞ୍ଚିଲା ବେଳକୁ ରାତି ୮ଟା ବାଜି ଯାଇଥିଲା।

ବର ମଣ୍ଡପରେ ପହଞ୍ଚିଲା ବେଳକୁ କନ୍ୟାଙ୍କ ବାପା ଖୁବ୍ ରାଗି ଯାଇଥିଲେ। ସେ ଉକ୍ତ ଯୁବକଙ୍କ ସହିତ ତାଙ୍କ ଝିଅର ବାହାଘର କରିବେ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଥିଲେ। ବାହାଘରକୁ ଆସିଥିବା ଜଣେ ସଂପର୍କୀୟଙ୍କ ସହିତ ଆଲୋଚନା କରିବା ପରେ ତାଙ୍କ ସହିତ ଝିଅର ବାହାଘର କରାଇଥିଲେ ସେ।

କନ୍ୟାଙ୍କ ବାପା କହିଛନ୍ତି, ବାହାଘର ସମୟ ୪ଟାରୁ ଆରମ୍ଭ ହେଉଥିଲା। କିନ୍ତୁ ବରଯାତ୍ରୀ ଠିକ୍ ସମୟରେ ପହଞ୍ଚି ପାରିଲେନି। ସେମାନେ ୪ ଘଣ୍ଟା ବିଳମ୍ବରେ ରାତି ୮ଟାରେ ମଣ୍ଡପରେ ପହଞ୍ଚିଲେ। ତେଣୁ ମୁଁ ଏ ବାହାଘର ଭାଙ୍ଗି ଦେଲି। ମୋର ଜଣେ ସଂପର୍କୀୟଙ୍କ ସହିତ ଝିଅର ବାହାଘର କରାଇଲି।

ସେହିଭଳି କନ୍ୟାଙ୍କ ମା’ କହିଛନ୍ତି, ବର ଓ ତା’ର ସାଙ୍ଗମାନେ ମଦ ପିଇଥିଲେ। ସେମାନେ ବିଳମ୍ବରେ ମଣ୍ଡପରେ ପହଞ୍ଚିଥିଲେ। ମଣ୍ଡପରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ ଆମେ ଆଉ ଝିଅକୁ ସେ ଭଳିଆ ବର ସହିତ ବାହା କରିବାକୁ ଚାହିଁଲୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos