ଭଉଣୀର କଟା ମୁଣ୍ଡ ଧରି ସେଲ୍ଫି ଉଠାଇଲା ଭାଇ

ମୁମ୍ବାଇ: ସାରା ଜୀବନ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇ ଭଉଣୀ ହାତରୁ ରାଖୀ ବାନ୍ଧିଥାଏ ଭାଇ। ଭଉଣୀର ସବୁ ସୁଖ ଦୁଃଖରେ ଆପଦ ବିପଦରେ ଆସି ଭାଇ ଠିଆ ହୁଏ। କିନ୍ତୁ ସେହି ଭାଇ ଏବେ ପାଲଟିଛି ପିଶାଚ। ନିଜ ବଡ଼ ଭଉଣୀକୁ ନିର୍ମମ ଭାବେ କରିଛି ହତ୍ୟା। ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି। କେବଳ ସେତିକି ନୁହେଁ ଭଉଣୀର କଟା ମୁଣ୍ଡ ଧରି ସେଲ୍ଫି ବି ଉଠାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ ମା’ ମଧ୍ୟ […]

Brother killed sister

Madhupriya Mistry
  • Published: Monday, 06 December 2021
  • , Updated: 06 December 2021, 03:48 PM IST

ମୁମ୍ବାଇ: ସାରା ଜୀବନ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇ ଭଉଣୀ ହାତରୁ ରାଖୀ ବାନ୍ଧିଥାଏ ଭାଇ। ଭଉଣୀର ସବୁ ସୁଖ ଦୁଃଖରେ ଆପଦ ବିପଦରେ ଆସି ଭାଇ ଠିଆ ହୁଏ। କିନ୍ତୁ ସେହି ଭାଇ ଏବେ ପାଲଟିଛି ପିଶାଚ। ନିଜ ବଡ଼ ଭଉଣୀକୁ ନିର୍ମମ ଭାବେ କରିଛି ହତ୍ୟା। ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି। କେବଳ ସେତିକି ନୁହେଁ ଭଉଣୀର କଟା ମୁଣ୍ଡ ଧରି ସେଲ୍ଫି ବି ଉଠାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ ମା' ମଧ୍ୟ ସାଥ୍‌ ଦେଇଛି। ଉକ୍ତ ହତ୍ୟାକାରୀ ଭାଇ ଓ ମା'କୁ ପୁଲିସ ଗିରଫ କରିଛି। ଏଭଳି କିଛି ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି ମହାରାଷ୍ଟ୍ରର ଔରଙ୍ଗାବାଦରେ।

ପୁଲିସ ସୂଚନା ମୁତାବକ, ଔରଙ୍ଗାବାଦର କିଶୋରୀ ଓରଫ କିର୍ତ୍ତି ଥେରୀ ଜୁନ୍‌ ମାସରେ ନିଜ ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ଘରୁ ଫେରାର ହୋଇ ସେ ଅବିନାଶ ଥେରୀଙ୍କ ହାତ ଧରିଥିଲେ। ଏହି ବିବାହକୁ ନେଇ କିନ୍ତୁ କିଶୋରୀଙ୍କ ସାନ ଭାଇ ଏବଂ ମା' ରାଜି ନଥିଲେ। ପରେ ଗତ ସପ୍ତାହରେ ମୃତ ମହିଳା କିଶୋରୀଙ୍କ ପାଖକୁ ଆସିଥିଲେ ତାଙ୍କ ମା' ଶୋଭା। ଶାଶୁ ଘରକୁ ଆସି ନିଜ ଝିଅକୁ ଦେଖାସାକ୍ଷାତ କରିଯାଇଥିଲେ। ଗତକାଲି ତଥା ଡିସେମ୍ବର ୫ ତାରିଖରେ ମା' ଶୋଭା ଏବଂ ସାନ ଭାଇ ମିଶି ପୁଣି କିଶୋରୀଙ୍କ ଶଶୁ ଘରକୁ ଆସିଥିଲେ। ଏହି ସମୟରେ କିଶୋରୀ ଏବଂ ତାଙ୍କ ଶଶୁ ଶ୍ୱଶୁର ଚାଷ ଜମିରେ କାମ କରୁଥିଲେ।

ମା' ଓ ଭାଇ ଘରକୁ ଆସିବା ଜାଣି କିଶୋରୀ ଚାଷ କାମ ଛାଡି ଘରକୁ ଦୌଡି ଆସିଥିଲେ। ମା-ଭାଇଙ୍କ ପାଇଁ ପାଣି ଆଣିବା ଲାଗି ରୋଷେଇ ଘରକୁ ଯାଇଥିଲେ। ଠିକ୍‌ ଏହି ସମୟରେ ପଛପଟୁ ଆସି ମା' ଶୋଭା କିଶୋରୀଙ୍କ ଗୋଡ ଧରିଥିଲେ ଏବଂ ଭାଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ଘଟଣାସ୍ଥଳରେ କିଶୋରୀଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ଅଭିଯୁକ୍ତ ଭାଇ ଭଉଣୀର କଟା ମୁଣ୍ଡକୁ ଧରି ଘର ବାରଣ୍ଡାରେ ଠିଆ ହୋଇ ସେଲ୍ଫି ଉଠାଇଥିଲା। ଏହାପରେ ଥାନାରେ ଯାଇ ଆତ୍ମସପର୍ମଣ କରିଥିଲା। ଏସବୁ ଘଟଣା ଘଟିବା ବେଳେ କିଶୋରୀଙ୍କ ସ୍ୱାମୀ ମଧ୍ୟ ଉକ୍ତ ଘରେ ଉପସ୍ଥିତ ଥିଲେ କିନ୍ତୁ ଅସୁସ୍ଥ ଯୋଗୀ ସେ ବିଛଣାରେ ଶୋଇ ରହିଥିଲେ। ତାଙ୍କୁ ମଧ୍ୟ ଅଭିଯୁକ୍ତ ଭାଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା କିନ୍ତୁ ସେ ଖସି ପଳାଇଥିଲେ ବୋଲି ପୁଲିସ କହିଛି।

ଏବେ ଔରଙ୍ଗବାଦ ପୁଲିସ ଉକ୍ତ ଅଭିଯୁକ୍ତ ଭାଇ ଓ ମାକୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story