ବନ୍ଧୁକ ମୁନରେ ଲୁଟି ନେଲେ ଦାମୀ କାର୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଇପ୍ରୋଫାଇଲ କେଣ୍ଟନମେଣ୍ଟ ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ୍। ଜଣେ ଯୁବକଙ୍କଠାରୁ ତାଙ୍କ କାର୍ ଲୁଟି ନେଇଛନ୍ତି ୩ ଜଣ ଦୁର୍ବୃତ୍ତ। ଦିଲ୍ଲୀର ଜାତୀୟ ରାଜପଥ ୮ ଝାରେରା ଭିଲେଜ ଅଞ୍ଚଳରେ ଏହି ଘଟଣା ଘଟିଛି। ଯାହାଠାରୁ ଗାଡ଼ି ଲୁଟ୍ ହୋଇଛି, ସେ ୟୁପି ମେରଟର ୩୫ ବର୍ଷୀୟ ରାହୁଲ ବୋଲି ଜଣାପଡିଛି। ସିସିଟିଭିରେ ଲୁଟ୍ ସମୟର ଭିଜୁଆଲ୍ ରେକର୍ଡ ହୋଇଛି। ଯୁବକ ତାଙ୍କର ଫର୍ଚୁନର୍ କାର୍ ପାର୍କ କରିବାର ଠିକ୍ ଆଗରୁ ୩ ଜଣ […]

Car loot

Car loot

Madhupriya Mistry
  • Published: Monday, 31 October 2022
  • Updated: 31 October 2022, 08:34 AM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଇପ୍ରୋଫାଇଲ କେଣ୍ଟନମେଣ୍ଟ ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ୍। ଜଣେ ଯୁବକଙ୍କଠାରୁ ତାଙ୍କ କାର୍ ଲୁଟି ନେଇଛନ୍ତି ୩ ଜଣ ଦୁର୍ବୃତ୍ତ। ଦିଲ୍ଲୀର ଜାତୀୟ ରାଜପଥ ୮ ଝାରେରା ଭିଲେଜ ଅଞ୍ଚଳରେ ଏହି ଘଟଣା ଘଟିଛି। ଯାହାଠାରୁ ଗାଡ଼ି ଲୁଟ୍ ହୋଇଛି, ସେ ୟୁପି ମେରଟର ୩୫ ବର୍ଷୀୟ ରାହୁଲ ବୋଲି ଜଣାପଡିଛି।

ସିସିଟିଭିରେ ଲୁଟ୍ ସମୟର ଭିଜୁଆଲ୍ ରେକର୍ଡ ହୋଇଛି। ଯୁବକ ତାଙ୍କର ଫର୍ଚୁନର୍ କାର୍ ପାର୍କ କରିବାର ଠିକ୍ ଆଗରୁ ୩ ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସିଥିଲେ। କାର୍ ମାଲିକ ତାଙ୍କ ଗାଡ଼ି ରଖିବା ମାତ୍ରେ ଲାଲ ଟି-ସାର୍ଟ ପିନ୍ଧିଥିବା ଯୁବକ ଜଣକ ତାଙ୍କୁ ବନ୍ଧୁକ ଦେଖାଇଥିଲା। ବୋଧହୁଏ କାର୍ ଚାବି ପାଇଁ କିଛି ସମୟ ଯୁକ୍ତିତର୍କ ହୋଇଥିଲା।

https://twitter.com/ANI/status/1586725822685392896?s=20&t=5ym7Fujf79O3e5fq3tJrlA

ଏହା ପରେ ଆଉ ଦୁଇ ଜଣେ ଯୁବକ ମଧ୍ୟ ଆସି ବନ୍ଧୁକ ବାହାର କରିଥିଲା। ଦୁଇ ଦୁର୍ବୃତ୍ତ ସେହି ଗାଡ଼ି ମାଲିକକୁ ବନ୍ଧୁକ ଦେଖାଇଥିଲେ। ଏପରିକି ଗୁଳି କରିବାକୁ ଉଦ୍ୟତ ହୋଇଥିଲେ। ପାଖରେ ଏତେ ଲୋକ ଥିଲେ ମଧ୍ୟ ପ୍ରତିରୋଧ କରିବାକୁ କେହି ସାହସ କରିପାରିନଥିଲେ। ଶେଷରେ ଚାବି ଛଡ଼ାଇ ନେଇ ସେଠାରୁ ଲଗ୍‌ଜୁରୀ ଏସ୍‌ୟୁବି କାର୍ ଧରି ଫେରାର୍ ହୋଇଥିଲେ ଦୁର୍ବୃତ୍ତମାନେ।

ଏନେଇ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ତଦନ୍ତ ଆରମ୍ଭ କରିଛି ପୁଲିସ। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପୁଲିସ ପ୍ରୟାସ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos