Advertisment

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥର ରେକର୍ଡ ୯୯.୦୪% ପିଲା ପାସ୍ କରିଛନ୍ତି। ୨୦,୯୭,୧୨୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦,୭୬,୯୯୭ ଜଣ ପାସ୍ କରିଛନ୍ତି। ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ୦.୩୫ ପ୍ରତିଶତ ଅଧିକ ରହିଛି। ଛାତ୍ରୀଙ୍କ ପାସ୍ ହାର ୯୯.୨୪% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୮.୮୯% ରହିଛି। ୫୭,୮୨୪ ଜଣ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି […]

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

students

Advertisment

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥର ରେକର୍ଡ ୯୯.୦୪% ପିଲା ପାସ୍ କରିଛନ୍ତି। ୨୦,୯୭,୧୨୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦,୭୬,୯୯୭ ଜଣ ପାସ୍ କରିଛନ୍ତି।

Advertisment

ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ୦.୩୫ ପ୍ରତିଶତ ଅଧିକ ରହିଛି। ଛାତ୍ରୀଙ୍କ ପାସ୍ ହାର ୯୯.୨୪% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୮.୮୯% ରହିଛି।

୫୭,୮୨୪ ଜଣ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ୨,୦୦,୯୬୨ ଛାତ୍ରଛାତ୍ରୀ ୯୦ରୁ୯୫ ପ୍ରତିଶତ ମଧ୍ୟରେ ନମ୍ବର ରଖିଛନ୍ତି।

Advertisment

ତ୍ରିଭେନ୍ଦ୍ରମ ରିଜନ୍‌ରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଥିବା ବେଳେ ଭୁବନେଶ୍ୱର ରିଜନ୍‌ରେ ୯୯.୬୨% ପିଲା ପାସ୍ କରିଛନ୍ତି। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ନବୋଦୟ ସ୍କୁଲ୍‌ ଗୁଡ଼ିକର ୯୯.୯୯% ପିଲା ପାସ୍ କରିଛନ୍ତି।

କରୋନା ଯୋଗୁ ଚଳିତ ବର୍ଷ ପରୀକ୍ଷା କରାଯାଇ ନଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ଦଶମ ଶ୍ରେଣୀ ପିଲାଙ୍କର ମୂଲ୍ୟାୟନ କରିଛି ସିବିଏସ୍‌ଇ।  cbseresults.nic.inhttp://cbse.gov.inରେ ରେଜଲ୍ଟ ଉପଲବ୍ଧ କରାଯାଇଛି।

ଛାତ୍ରଛାତ୍ରୀମାନେ CBSE Digilocker ୱେବସାଇଟ୍, digilocker.gov.in କୁ ଲଗ୍ ଇନ୍ କରି ମଧ୍ୟ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ଏହାସହ ମାର୍କ ଶିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ପାଇପାରିବେ। ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି, ସେମାନେ ଅଫଲାଇନ ଜରିଆରେ ପରୀକ୍ଷା ଦେଇପାରିବେ । COVID-19 ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁଲାଇ ୩୦ ତାରିଖରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା।

CBSE Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe