Advertisment

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ: ମୃତ୍ୟୁସଂଖ୍ୟା ୧୧କୁ ବଢ଼ିଲା

ଚେନ୍ନାଇ: ତାମିଲନାଡୁର କନ୍ନୁର ଠାରେ ହୋଇଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ବାୟୁସେନାର ଏହି ଏମଆଇ ସିରିଜ୍‌ ହେଲିକପ୍ଟରରେ ତିନି ସେନାର ମୁଖ୍ୟ(ସିଡିଏସ୍‌) ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ରହିଥିଲେ। ୧୪ ଜଣଙ୍କୁ ନେଇ ହେଲିକପ୍ଟର୍‌ଟି ୱେଲିଂଟନ୍‌ ଏୟାରବେସ୍‌କୁ ଯାଉଥିଲା। ତେବେ ଏହା କୋଏମ୍ବାଟୁର ଓ ସୁଲୁର ମଧ୍ୟରେ କ୍ରାଶ ହୋଇଯାଇଛି। ଘଟଣାସ୍ଥଳରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]

ଅଦ୍ୟତନ ହୋଇଛି
ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ: ମୃତ୍ୟୁସଂଖ୍ୟା ୧୧କୁ ବଢ଼ିଲା

Crash

Advertisment

ଚେନ୍ନାଇ: ତାମିଲନାଡୁର କନ୍ନୁର ଠାରେ ହୋଇଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ବାୟୁସେନାର ଏହି ଏମଆଇ ସିରିଜ୍‌ ହେଲିକପ୍ଟରରେ ତିନି ସେନାର ମୁଖ୍ୟ(ସିଡିଏସ୍‌) ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ରହିଥିଲେ।

Advertisment

୧୪ ଜଣଙ୍କୁ ନେଇ ହେଲିକପ୍ଟର୍‌ଟି ୱେଲିଂଟନ୍‌ ଏୟାରବେସ୍‌କୁ ଯାଉଥିଲା। ତେବେ ଏହା କୋଏମ୍ବାଟୁର ଓ ସୁଲୁର ମଧ୍ୟରେ କ୍ରାଶ ହୋଇଯାଇଛି। ଘଟଣାସ୍ଥଳରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାୟୁସେନାର ସ୍ୱତନ୍ତ୍ର ଟିମ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସିଡିଏସ ବିପିନ ରାୱତ ଘଟଣାରେ ଗୁରୁତର ଆହତ ହୋଇଥିବା କୁହାଯାଉଛି। କିନ୍ତୁ ତାଙ୍କ ପତ୍ନୀ ମଧୁଲିକା ରାୱତ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦୁର୍ଘଟଣା ସ୍ଥଳରୁ ଆସିଥିବା ଫଟୋ ଓ ଭିଡିଓରେ ହେଲିକପ୍ଟରଟି ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି।

Advertisment

କନ୍ନୁର ଠାରୁ ୭ କିମି ଦୂର କାଟ୍ଟେରୀ ନିକଟ ଗୋଟିଏ ଜଙ୍ଗଲିଆ ଅଞ୍ଚଳରେ ହେଲିକପ୍ଟରଟି ଖସି ପଡ଼ିଥିଲା। ଖରାପ ପାଗ ଯୋଗୁ ଏପରି ଘଟିଛି ବୋଲି କୁହାଯାଉଛି। ତେବେ ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଘଟଣାକୁ ନେଇ ବିବୃତି ଦେବେ।

ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରି କହିଛି ଯେ Mi-17V5 ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସହ ପରିବାର ସଦସ୍ୟ ଯାତ୍ରା କରୁଥିଲେ। ଏହା କନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦଶ ଦିଆଯାଇଛି। ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲଏସ ଲିଡର, ଲେଫଟ୍‌ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ।

Army Chopper Crash CDS Bipin Rawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe