'ବିଜୟ ପର୍ବ'ରେ ଭାଇରାଲ ହେଉଛି ବିପିନ ରାୱତଙ୍କ ଶେଷ ବାର୍ତ୍ତା

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ୍‌ ରାୱତ ଆଉ ନାହାନ୍ତି। କିନ୍ତୁ ରହିଯାଇଛି ତାଙ୍କ ଶେଷ ବାର୍ତ୍ତା। ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ ୭ ତାରିଖରେ ‘ବିଜୟ ପର୍ବ’ ପାଇଁ ସେ ଆଗୁଆ ରେକର୍ଡ କରିଥିବା ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ବାର୍ତ୍ତାରେ ସିଡିଏସ୍‌ ୧୯୭୧ ଯୁଦ୍ଧରେ ଭାରତୀୟ ସେନା […]

Bipin Rawat

Madhupriya Mistry
  • Published: Sunday, 12 December 2021
  • , Updated: 12 December 2021, 12:46 PM IST

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ୍‌ ରାୱତ ଆଉ ନାହାନ୍ତି। କିନ୍ତୁ ରହିଯାଇଛି ତାଙ୍କ ଶେଷ ବାର୍ତ୍ତା। ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ ୭ ତାରିଖରେ 'ବିଜୟ ପର୍ବ' ପାଇଁ ସେ ଆଗୁଆ ରେକର୍ଡ କରିଥିବା ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ ବାର୍ତ୍ତାରେ ସିଡିଏସ୍‌ ୧୯୭୧ ଯୁଦ୍ଧରେ ଭାରତୀୟ ସେନା ହାସଲ କରିଥିବା ବିଜୟକୁ ୫୦ ବର୍ଷ ପୂର୍ତ୍ତ ଅବସରରେ ସେ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଏହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏଥିସହ ବିଜୟ ପର୍ବ ଆୟୋଜନକୁ ନେଇ ମଧ୍ୟ ସିଡିଏସ୍‌ ଭିଡିଓରେ କହିଛନ୍ତି। ହବିଜୟ ଦିବସ ଉପଲକ୍ଷେ ୧୨ରୁ ୧୪ ଡିସେମ୍ବର ଯାଏଁ ଇଣ୍ଡିଆ ଗେଟ୍‌ରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।  ଏହା ଅତ୍ୟନ୍ତ ସୌଭାଗ୍ୟର ବିଷୟ ଯେ ଆମ ସାହସୀ ସହିଦମାନଙ୍କ ସ୍ମୃତିରେ ପ୍ରତିଷ୍ଠିତ ଅମର ଜୱାନ ଜ୍ୟୋତିର ନିଆଁର ଛାୟା ତଳେ ବିଜୟ ପାର୍ବ ଆୟୋଜିତ ହେଉଛି। ଏହି ବିଜୟର ଉତ୍ସବରେ ଭାଗ ନେବାକୁ ଆମେ ସମସ୍ତ ଦେଶବାସୀଙ୍କୁ ଆମନ୍ତ୍ରଣ କରୁଛୁ। ଆମେ ଆମର ସୈନ୍ୟବାହିନୀ ପାଇଁ ଗର୍ବିତ, ଆସନ୍ତୁ ଏକାଠି ହୋଇ ବିଜୟର ପର୍ବ ପାଳନ କରିବା ବୋଲି ସିଡିଏସ୍‌ କହିଛନ୍ତି।

ରାଜଧାନୀ ଦିଲ୍ଲୀରେ ଆଜି ସ୍ୱର୍ଣ୍ଣିମ ବିଜୟ ପର୍ବ ପାଳନ କରାଯାଉଛି। ଇଣ୍ଡିଆ ଗେଟ୍ ଠାରେ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ସିଡିଏସ୍‌ ବିପିନ୍‌ ରାୱତଙ୍କ ଏହି ଶେଷ ଭିଡିଓ ବାର୍ତ୍ତାକୁ ପ୍ଲେ କରାଯାଇଥିଲା। ସିଡିଏସ୍‌ଙ୍କ ଏହି ଶେଷ ବାର୍ତ୍ତାକୁ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖି ଲୁହରେ ଭରିଯାଇଥିଲା।

ସ୍ୱର୍ଣ୍ଣିମ ବିଜୟ ପର୍ବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ସେ ଦିବଙ୍ଗତ ଜେନେରାଲ ବିପିନ ରାୱତଙ୍କୁ ମନେ ପକାଇଥିଲେ।  ଏହି କାର୍ଯ୍ୟକ୍ରମକୁ ଅତି ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା, କିନ୍ତୁ ସେନା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ପରେ ଏହାକୁ ବେଶ୍‌ ସରଳତାର ସହ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରାଜନାଥ କହିଛନ୍ତି।

https://twitter.com/ANI/status/1469903208034156547?s=20

Related story