Advertisment

ସମ୍ଭାବ୍ୟ ବିଚାରପତି ନିଯୁକ୍ତି ରିପୋର୍ଟ, ଅସନ୍ତୋଷ ପ୍ରକାଶ କଲେ ସିଜେଆଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ଏ ନେଇ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଏହା ଚୂଡ଼ାନ୍ତ ରିପୋର୍ଟ ନୁହେଁ। ଏପରି ଖବର ବିଭିନ୍ନ ମିଡିଆରେ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଏନ୍. ଭି. ରମନ୍ନା। ଆଜି ଜଷ୍ଟିସ ନବୀନ ସିହ୍ନା ଅବସର ଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ବିଦାୟକାଳୀନ ସଭାରେ ପ୍ରଧାନ ବିଚାରପତି ମିଡିଆର ରିପୋର୍ଟକୁ ନେଇ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ସମ୍ଭାବ୍ୟ ବିଚାରପତି ନିଯୁକ୍ତି ରିପୋର୍ଟ, ଅସନ୍ତୋଷ ପ୍ରକାଶ କଲେ ସିଜେଆଇ

CJI

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ଏ ନେଇ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଏହା ଚୂଡ଼ାନ୍ତ ରିପୋର୍ଟ ନୁହେଁ। ଏପରି ଖବର ବିଭିନ୍ନ ମିଡିଆରେ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଏନ୍. ଭି. ରମନ୍ନା। ଆଜି ଜଷ୍ଟିସ ନବୀନ ସିହ୍ନା ଅବସର ଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ବିଦାୟକାଳୀନ ସଭାରେ ପ୍ରଧାନ ବିଚାରପତି ମିଡିଆର ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ମୁଖ୍ୟତଃ ୨୦୨୭ ସୁଦ୍ଧା ଜଣେ ବିଚାରପତି ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ରିପୋର୍ଟରେ ଆକଳନ କରାଯାଇଥିଲା। ବିଚାରପତି ନିଯୁକ୍ତି ପ୍ରକ୍ରିୟା ଏକ ସ୍ୱତନ୍ତ୍ର ବ୍ୟବସ୍ଥାରେ ହେଉଥିବା ବେଳେ ଏଭଳି ଆକଳନ କରି ରିପୋର୍ଟ ଲେଖିବାରୁ ମିଡିଆ ନିବୃତ୍ତ ରହିବା ଦରକାର ବୋଲି ପ୍ରଧାନ ବିଚାରପତି କହିଛନ୍ତି। ତେବେ ଅନେକ ମିଡିଆ ସଂସ୍ଥା ଏପରି ଆକଳନ ରିପୋର୍ଟ ପ୍ରକାଶ କରି ନାହାନ୍ତି। ଏହା ସେହି ମିଡିଆ ହାଉସର ଅଭିଜ୍ଞତାକୁ ଦର୍ଶାଉଛି। ଏଭଳି ସାମ୍ୱାଦିକତା ଦେଶର ସୁପ୍ରିମକୋର୍ଟ ଏବଂ ଗଣତନ୍ତ୍ର ପାଇଁ ବାସ୍ତବ ଶକ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି।ଯଦି ମିଡିଆରେ ବିଚାରପତି ନିଯୁକ୍ତ ପ୍ରକ୍ରିୟାକୁ ନେଇ ଏଭଳି ଆକଳନ ରିପୋର୍ଟ ପ୍ରକାଶ ପାଇବ ତାହେଲେ ଅନେକ ଯୋଗ୍ୟ ବ୍ୟକ୍ତି ଥିବେ ସେମାନଙ୍କ ପ୍ରତିଭାକୁ ଏପରି ରିପୋର୍ଟ ପ୍ରଭାବ ପକାଇବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତି ଏନ. ଭି. ରମନ୍ନାଙ୍କ ନେତୃତ୍ୱାଧୀନ ଏହି କଲେଜିୟମ ମୋଟ୍ ୯ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଯେଉଁଥିରେ ତିନି ଜଣ ମହିଳା ରହିଛନ୍ତି। ତେଣୁ ଏହି ତିନି ଜଣଙ୍କ ମଧ୍ୟରେ କେହି ଜଣେ ୨୦୨୭ ସୁଦ୍ଧା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି କୁହାଯାଉଛି।

Advertisment

କଲେଜିୟମ ଯେଉଁସବୁ ନାମ ସୁପାରିଶ କରିଛନ୍ତି ସେମାନଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିବି ନାଗରତ୍ନାଙ୍କ ନାମ ମଧ୍ୟ ରହିଛି। ଯାହାଙ୍କର ଏବେ ପଦୋନ୍ନତି ହୋଇଛି। ୨୦୨୭ ବେଳକୁ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ମିଡିଆ ଆକଳନ କରିଥିଲା। ସେହିପରି କଲେଜିୟମ ସୁପାରିଶ କରିଥିବା ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ହିମା କୋହଲି ଏବଂ ଗୁଜରାଟ ହାଇକୋର୍ଟର ବିଚାରପତି ବେଲା ତ୍ରିବେଦୀ।

Supreme Court CJI