Advertisment

ସେନା ହେଲିକପ୍ଟର କ୍ରାଶ୍: ହସପିଟାଲରେ ସିଡିଏସ ବିପିନ ରାୱତ

ଚେନ୍ନାଇ: ତାମିଲନାଡୁ କୁନ୍ନୁର ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୪ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ହସିପିଟାଲକୁ ନିଆଯାଇଛି।  ମିଳିଥିବା ସୂଚନା ଅନୁଯାୟୀ, ସିଡିଏସ ବିପିନ୍ ରାୱତ ଏବଂ ତାଙ୍କର ପରିବାର ସଦସ୍ୟ Mi-series ହେଲିକପ୍ଟରରେ ଯାତ୍ରା କରୁଥିଲେ। ତେବେ ତାମିଲନାଡ଼ୁର ସୁଲୁର ଏବଂ […]

author-image
Tapas Behera
ଅଦ୍ୟତନ ହୋଇଛି
ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ବିପିନ ରାଓ୍ୱତ

CDS BIPIN RAWAT

ଚେନ୍ନାଇ: ତାମିଲନାଡୁ କୁନ୍ନୁର ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୪ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ହସିପିଟାଲକୁ ନିଆଯାଇଛି।  ମିଳିଥିବା ସୂଚନା ଅନୁଯାୟୀ, ସିଡିଏସ ବିପିନ୍ ରାୱତ ଏବଂ ତାଙ୍କର ପରିବାର ସଦସ୍ୟ Mi-series ହେଲିକପ୍ଟରରେ ଯାତ୍ରା କରୁଥିଲେ।

Advertisment

ତେବେ ତାମିଲନାଡ଼ୁର ସୁଲୁର ଏବଂ କୋଏମ୍ବାଟୁର ମଧ୍ୟରେ ଏହି ହେଲିକପ୍ଟରଟି କ୍ରାସ୍ କରିଥିବା ଏଏନଆଇ ରିପୋର୍ଟ କରିଛି। ବିପିନ୍ ରାୱତ ଓ ଅନ୍ୟମାନେ କୋଏମ୍ବାଟୁରର ସୁଲର ଏୟାରବେସ୍‌ରୁ କନ୍ନୁରୁର ୱେଲିଂଟନ୍‌ ଅଭିମୁଖେ  ସେନା ହେଲିକପ୍ଟରରେ ଯାତ୍ରା କରୁଥିଲେ। ତେବେ ହେଲିକପ୍ଟରଟି କୌଣସି କାରଣରୁ କ୍ରାସ୍‌ କରିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏକାଧିକ ଟିମ୍‌ ଲାଗିଛନ୍ତି।

ସେପଟେ ଏନେଇ ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରାଯାଇଛି।  IAF Mi-17V5 ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସହ ପରିବାର ସଦସ୍ୟ ଯାତ୍ରା କରୁଥିଲେ। ଏହା କନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦଶ ଦିଆଯାଇଛି ବୋଲି କୁହାଯାଇଛି। ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ ଲିଡର, ଲେଫଟ୍‌ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ,ନାଏକ ଗୁରସେୱ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ ସହ  ମୋଟ ୧୪ ଜଣ ଥିଲେ।

Advertisment
Army Chopper Crash CDS Bipin Rawat