Advertisment

ସିଡିଏସ ବିପିନ୍‌ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ମୃତ

ଚେନ୍ନାଇ: ତାମିଲନାଡୁ କୁନ୍ନୁର ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରତର ହୋଇଛନ୍ତି। ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସମେତ ୧୪ ଜଣ ଥିଲେ । ତାମିଲନାଡ଼ୁର ନିଲଗିରି ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କେତେକ ସେନା କର୍ମଚାରୀଙ୍କୁ ଆହତ ଅବସ୍ଥାରେ ହସପିଟାଲ ନିଆଯାଇଥିବା ସୂଚନା ମିଳିଛି।  ଦୁର୍ଘଟଣାସ୍ଥଳରେ ହେଲିକପ୍ଟରଟି ଜଳୁଥିବା ଓ ସେଥିରୁ ଧୂଆଁ ବାହାରୁଥିବା ଟେଲିଭିଜନ ଫୁଟେଜରୁ ଦେଖିବାକୁ ମିଳିଛି। An […]

author-image
Tapas Behera
ଅଦ୍ୟତନ ହୋଇଛି
ସିଡିଏସ ବିପିନ୍‌ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ମୃତ

iop

ଚେନ୍ନାଇ: ତାମିଲନାଡୁ କୁନ୍ନୁର ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରତର ହୋଇଛନ୍ତି। ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସମେତ ୧୪ ଜଣ ଥିଲେ । ତାମିଲନାଡ଼ୁର ନିଲଗିରି ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କେତେକ ସେନା କର୍ମଚାରୀଙ୍କୁ ଆହତ ଅବସ୍ଥାରେ ହସପିଟାଲ ନିଆଯାଇଥିବା ସୂଚନା ମିଳିଛି।  ଦୁର୍ଘଟଣାସ୍ଥଳରେ ହେଲିକପ୍ଟରଟି ଜଳୁଥିବା ଓ ସେଥିରୁ ଧୂଆଁ ବାହାରୁଥିବା ଟେଲିଭିଜନ ଫୁଟେଜରୁ ଦେଖିବାକୁ ମିଳିଛି।
https://twitter.com/IAF_MCC/status/1468496444063576065?s=20

Advertisment

ମିଳିଥିବା ସୂଚନା ଅନୁଯାୟୀ, ସିଡିଏସ ବିପିନ୍ ରାୱତ ଏବଂ ତାଙ୍କର ପରିବାର ସଦସ୍ୟ Mi-series ଚପରରେ ଯାତ୍ରା କରୁଥିଲେ। ତେବେ ତାମିଲନାଡ଼ୁର ସୁଲୁର ଏବଂ କୋଏମ୍ବାଟୁର ମଧ୍ୟରେ ଏହି ଚପଟି କ୍ରାସ୍ କରିଥିବା ଏଏନଆଇ ରିପୋର୍ଟ କରିଛି। ବିପିନ୍ ରାୱତ ଓ ଅନ୍ୟମାନେ  କୋଏମ୍ବାଟୁରର ସୁଲର ଏୟାରବେସ୍‌ରୁ କନ୍ନୁରୁର ୱେଲିଂଟନ୍‌ ଅଭିମୁଖେ  ସେନା ହେଲିକପ୍ଟରରେ ଯାତ୍ରା କରୁଥିଲେ। ତେବେ ହେଲିକପ୍ଟରଟି କୌଣସି କାରଣରୁ କ୍ରାସ୍‌ କରିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏକାଧିକ ଟିମ୍‌ ଲାଗିଛନ୍ତି।

ସେପଟେ ଏନେଇ ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରାଯାଇଛି।  IAF Mi-17V5 ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସହ ପରିବାର ସଦସ୍ୟ ଯାତ୍ରା କରୁଥିଲେ। ଏହା କନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦଶ ଦିଆଯାଇଛି ବୋଲି କୁହାଯାଇଛି।

Advertisment

ତେବେ ଏହି ହେଲିକପ୍ଟରରେ ଯେଉଁମାନେ ଥିଲେ ସେମାନଙ୍କ ତାଲିକା ମଧ୍ୟ ଆସିଯାଇଛି। ତାହା ଏଥିରେ ସଂଲଗ୍ନ କରାଗଲା

[caption id="attachment_697433" align="alignnone" width="300"]publive-image ହେଲିକପ୍ଟରରେ ଏହି ସଦସ୍ୟମାନେ ଥିଲେ।[/caption]

Army Chopper Crash CDS Bipin Rawat