Advertisment

ଆମ ଦଳରେ ମାଙ୍କଡ଼ ପଦବୀ ଖାଲି ଅଛି: ଚନ୍ନି

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି। ଚାଲିଛି ଆକ୍ରମଣ-ପ୍ରତି ଆକ୍ରମଣ। ଶାଣିତ ହେଉଛି ବାକ୍ୟବାଣ। ପଞ୍ଜାବର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନ୍‌ନ କଂଗ୍ରେସ ବିରୋଧରେ ଦେଇଥିବା ଟିପ୍ପଣୀକୁ ନେଇ କାଉଣ୍ଟର କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି। ପଞ୍ଜାବର କଂଗ୍ରେସ ଏକ ‘ସର୍କସ’ ବୋଲି କଟାକ୍ଷ କରିଥିଲେ ଭଗୱନ୍ତ ମନ୍‌ନ। ପ୍ରତିଜବାରେ ଚନ୍ନି କହିଛନ୍ତି ଯେ, ‘କଂଗ୍ରେସ ସର୍କସ’ରେ ରେ ମାଙ୍କଡ଼ ଭୂମିକା ଖାଲି ରହିଛି। ଚନ୍ନି କହିଛନ୍ତି […]

ଅଦ୍ୟତନ ହୋଇଛି
ଆମ ଦଳରେ ମାଙ୍କଡ଼ ପଦବୀ ଖାଲି ଅଛି: ଚନ୍ନି

channi

Advertisment

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି। ଚାଲିଛି ଆକ୍ରମଣ-ପ୍ରତି ଆକ୍ରମଣ। ଶାଣିତ ହେଉଛି ବାକ୍ୟବାଣ। ପଞ୍ଜାବର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନ୍‌ନ କଂଗ୍ରେସ ବିରୋଧରେ ଦେଇଥିବା ଟିପ୍ପଣୀକୁ ନେଇ କାଉଣ୍ଟର କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି। ପଞ୍ଜାବର କଂଗ୍ରେସ ଏକ ‘ସର୍କସ’ ବୋଲି କଟାକ୍ଷ କରିଥିଲେ ଭଗୱନ୍ତ ମନ୍‌ନ। ପ୍ରତିଜବାରେ ଚନ୍ନି କହିଛନ୍ତି ଯେ, ‘କଂଗ୍ରେସ ସର୍କସ’ରେ ରେ ମାଙ୍କଡ଼ ଭୂମିକା ଖାଲି ରହିଛି। ଚନ୍ନି କହିଛନ୍ତି ଯେ, ‘ହମାରୀ ସର୍କସ ହେ ତୋ ବନ୍ଦର କା ରୋଲ୍‌ ହେ ଉସ୍‌ ମେଁ’। ଆମ ସର୍କସରେ ମାଙ୍କଡ଼ ଭୂମିକା ଖାଲି ରହିଛି। ସେମାନେ ଚାହିଁଲେ ଯୋଗ ଦେଇ ପାରିବେ। ଆମେ ତାଙ୍କୁ ସ୍ୱାଗତ କରୁଛୁ।  ସେମାନେ ଚାହିଁଲେ ଦିଲ୍ଲୀ, ହରିୟାଣା କିମ୍ବା ୟୁପିରେ ଯୋଗ ଦେଇ ପାରିବେ। ପଞ୍ଜାବ ନିର୍ବାଚନ ପୂର୍ବରୁ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କ ସହ ମିଶି ଏକ ସାମ୍ବାଦିକ ସମ୍ମିନୀ କରିଥିଲେ। ଭଗୱନ୍ତ କହିଥିଲେ ଯେ, ପଞ୍ଜବାରେ କଂଗ୍ରେସ ଦଳ ହେଉଛି ଏକ ସର୍କସ। ସେ କହିଥିଲେ ଯେ, ଉଭୟ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଚନ୍ନି ପରାଜିତ ହେବେ।

Advertisment

ସେଠାରେ ତାଙ୍କୁ ଆପ୍‌ ପରାସ୍ତ କରିବ। ଚନ୍ନି କେବେ ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଭଗୱନ୍ତ କହିଛନ୍ତି। ଚଳିତ ନିର୍ବାଚନ ଜନମତ କଂଗ୍ରେସ ସପକ୍ଷରେ ଯିବ ବୋଲି ଚନ୍ନି କହିଛନ୍ତି । ଆପକୁ ‘କାଲା ଅଂରେଜ୍‌’ କହିବା ସହ ବ୍ରିଟିସରଙ୍କ ସହ ତୁଳନା କରିଛନ୍ତି ଚନ୍ନି। କହିଛନ୍ତି ବ୍ରାଉନ୍‌ ବ୍ରିଟିସର ମାନେ ପଞ୍ଜାବକୁ ଲୁଟ୍‌ କରିବା ପାଇଁ ଆସିଛନ୍ତି।  ରାଘବ ଚଢ଼ା ଏବଂ ୫୦୦୦ ବାହାର ଲୋକ ପଞ୍ଜାବରେ ନିର୍ବାଚନ ଲଢ଼ିବା ପାଇଁ  ପ୍ରବେଶ କରିଛନ୍ତି ।

ସେହିପରି ଭଗୱନ୍ତ ମନନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚନ୍ନି।  ଚନ୍ନି କହିଛନ୍ତି ଯେ, ଭଗଓନ୍ତ ମାତ୍ର ଦ୍ୱାଦଶ ପାସ୍ କରିଛନ୍ତି । ସେହିପରି କେଜ୍ରିୱାଲଙ୍କ ବିଷୟରେ ମନ୍ତବ୍ୟ ଦେଇ ଚନ୍ନି କହିଛନ୍ତି ଯେ, ତାଙ୍କ ଘର ହରିୟାଣାରେ। କିନ୍ତୁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଞ୍ଜବ ସରକାରଙ୍କ ସହ ହରିୟାଣା ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ପାଣିକୁ ନେଇ ଲଢ଼େଇ ଜାରି ରହିଛି। ତେଣୁ ଏଠିକାର ଲୋକେ ଆପ୍‌କୁ ଗ୍ରହଣ କରିବେ ନାହିଁ ବୋଲି ଚନ୍ନି କହିଛନ୍ତି।

Advertisment
Punjab Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe