ରାହୁଲଙ୍କୁ ଭେଟିଲେ ନୀତୀଶ, ଦୋହରାଇଲେ ପୁରୁଣା କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖି ନାହାନ୍ତି ବୋଲି ସୋମବାର ପୁଣି ଦୋହରାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର। ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଛାଡ଼ିବା ପରେ ଏବଂ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଓ ଅନ୍ୟମାନଙ୍କ ସହିତ ମିଶି ବିହାରରେ ପୁଣି ସରକାର ଗଠନ କରିବା ପରେ ଆଜି ପ୍ରଥମ ଥର ପାଇଁ ନୀତୀଶ କୁମାର […]

Rahul and Nitish

Rahul and Nitish

Jitendra Garnayak
  • Published: Monday, 05 September 2022
  • Updated: 05 September 2022, 09:20 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖି ନାହାନ୍ତି ବୋଲି ସୋମବାର ପୁଣି ଦୋହରାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର। ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଛାଡ଼ିବା ପରେ ଏବଂ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଓ ଅନ୍ୟମାନଙ୍କ ସହିତ ମିଶି ବିହାରରେ ପୁଣି ସରକାର ଗଠନ କରିବା ପରେ ଆଜି ପ୍ରଥମ ଥର ପାଇଁ ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଆଲୋଚନା ହୋଇଥିଲା। ସେମାନେ ଦେଶର ରାଜନୀତିକ ସ୍ଥିତି ସହିତ ବିପକ୍ଷକୁ ମଜବୁତ କରିବା ସଂପର୍କରେ ଆଲୋଚନା କରିଥିଲେ।

ରାହୁଲଙ୍କୁ ଭେଟିବା ପରେ ନୀତୀଶ କହିଥିଲେ, ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିଦେବା ପାଇଁ ନିରବଚ୍ଛିନ ଭାବେ ଉଦ୍ୟମ ଚାଲିଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଗୁଡ଼ିକୁ ଏକାଠି କରିବାକୁ ମୁଁ ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ମୋର କୌଣସି ଲକ୍ଷ୍ୟ ନାହିଁ।

ସବୁ ବିରୋଧୀ ଦଳଙ୍କୁ ଏକାଠି କରି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ନୀତୀଶ କୁମାର। ସେ ଆଜିଠୁ ତିନି ଦିନିଆ ଗସ୍ତରେ ଆସିଥିବା ବେଳେ ଏନ୍‌ସିପି ମୁଖ୍ୟ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ, ଜେଡିଏସ୍‌ ମୁଖ୍ୟ ଏଚ୍‌ଡି କୁମାରସ୍ୱାମୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ବାମ ଦଳ ନେତାମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos