Advertisment

ମୁଖ୍ୟମନ୍ତ୍ରୀ ଭାଙ୍ଗିଲେ କୋଭିଡ୍ ନିୟମ, ଥାନାରେ ଅଭିଯୋଗ କଲେ ବିଜେପି ନେତା

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଆସନ ଯିବା ନିଶ୍ଚିତ ପ୍ରାୟ ଜାଣିବା ପରେ ବୁଧବାର ରାତିରେ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ଛାଡ଼ି ଦେଇଥିଲେ। ଜିନିଷ ପତ୍ର ଧରି ସେ ତାଙ୍କ ନିଜ ଘର ‘ମାତୋଶ୍ରୀ’କୁ ଚାଲି ଯାଇଥିଲେ। ସେ ସରକାରୀ ବାସଭବନ ଛାଡ଼ିଲା ବେଳକୁ ବାହାରେ ସମର୍ଥକଙ୍କ ଭିଡ଼ ଜମିଥିଲା। ସେହିପରି ‘ମାତୋଶ୍ରୀ’ରେ ପହଞ୍ଚିଲା ବେଳକୁ ବି ସେଠାରେ ସମର୍ଥକଙ୍କ ଭିଡ଼ ଜମିଥିଲା।  କୋଭିଡ୍ ପଜିଟିଭ୍ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାରରୁ ବାହାରି ଉଭୟ ସ୍ଥାନରେ ସମର୍ଥକଙ୍କୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ଭାଙ୍ଗିଲେ କୋଭିଡ୍ ନିୟମ, ଥାନାରେ ଅଭିଯୋଗ କଲେ ବିଜେପି ନେତା

Uddhab

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଆସନ ଯିବା ନିଶ୍ଚିତ ପ୍ରାୟ ଜାଣିବା ପରେ ବୁଧବାର ରାତିରେ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ଛାଡ଼ି ଦେଇଥିଲେ। ଜିନିଷ ପତ୍ର ଧରି ସେ ତାଙ୍କ ନିଜ ଘର ‘ମାତୋଶ୍ରୀ’କୁ ଚାଲି ଯାଇଥିଲେ। ସେ ସରକାରୀ ବାସଭବନ ଛାଡ଼ିଲା ବେଳକୁ ବାହାରେ ସମର୍ଥକଙ୍କ ଭିଡ଼ ଜମିଥିଲା। ସେହିପରି ‘ମାତୋଶ୍ରୀ’ରେ ପହଞ୍ଚିଲା ବେଳକୁ ବି ସେଠାରେ ସମର୍ଥକଙ୍କ ଭିଡ଼ ଜମିଥିଲା।  କୋଭିଡ୍ ପଜିଟିଭ୍ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାରରୁ ବାହାରି ଉଭୟ ସ୍ଥାନରେ ସମର୍ଥକଙ୍କୁ ଭେଟି ଥିଲେ ଓ ସେମାନଙ୍କ ଉଦ୍ଦେଶ୍ୟରେ ହାତ ହଲାଇଥିଲେ।

Advertisment

ଟେଲିଭିଜନରେ ଏହି ଦୃଶ୍ୟ ଦେଖିବା ପରେ ବିଜେପି ନେତା ତଜିନ୍ଦର ପଲ ସିଂହ ବାଗ୍ଗା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ସେ ଅନ୍‌ଲାଇନ୍‌ରେ ମୁମ୍ବାଇର ମାଲାବାର ହିଲ୍ ଥାନାରେ ଏହି ଏତଲା ଦେଇଛନ୍ତି। ଉଦ୍ଧବ ଠାକରେ କୋଭିଡ୍ ନିୟମକୁ ଉଲ୍ଲଂଘନ କରିଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

ଶ୍ରୀ ବାଗ୍ଗା ଲେଖିଛନ୍ତି, କୋଭିଡ୍ ପ୍ରୋଟୋକଲ୍‌ ଅନୁଯାୟୀ ଜଣେ ରୋଗୀ କାହାକୁ ଭେଟି ପାରିବେ ନାହିଁ। ସେ ଏକାନ୍ତବାସରେ ରହିବେ। ମୁଖ୍ୟମନ୍ତ୍ରୀ ଏହି ପ୍ରୋଟୋକଲ୍ ଭାଙ୍ଗି ତାଙ୍କ ସମର୍ଥକମାନଙ୍କୁ ଭେଟିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ୍ ପିଜିଟିଭ୍ ଥିବା ନେଇ ବୁଧବାର ଜଣାପଡ଼ିଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା। ପରେ ନିଜେ ଉଦ୍ଧବ ଠାକରେ ଏ ବିଷୟରେ କହିଥିଲେ।

ସେହିଭଳି ବିଜେପି ନେତା ଅମିତ ମାଲବିୟ ଟ୍ୱିଟ୍ କରି କହିଛନ୍ତି, ଆମକୁ କୁହାଗଲା ଯେ ଉଦ୍ଧବ ଠାକରେ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ତା’ପରେ ସେ ଶରଦ ପାୱାରଙ୍କୁ ତାଙ୍କ ଘରେ ଭେଟିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କୁ ଭେଟିଛନ୍ତି। ସେ ଘରୁ ବାହାରିବା ଉଚିତ୍ ନଥିଲା। ତାଙ୍କର ଏହିଭଳି ଧୋକାବାଜି କାର୍ଯ୍ୟ ଯୋଗୁ ଆଜି ଶିବସେନାରେ ବିଦ୍ରୋହ ଦେଖା ଦେଇଛି।

Maharashtra Govt Uddhav Thackeray Maharashtra Politics