କଂଗ୍ରେସ ନିର୍ବାଚନ ହାରିବା ପଛର କାରଣ କହିଲେ ମନୀଷ ତିଓ୍ୱାରୀ

ନୂଆଦିଲ୍ଲୀ: ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ୱାରୀ କହିଛନ୍ତି ସମସ୍ତ ନେତା ପରସ୍ପର ମଧ୍ୟରେ ଥିବା ବାଦ ବିବାଦ ଭୁଲି ବିଧାନସଭା ନିର୍ବାଚନ ପାଇଁ ଏକାଠି ହେବା ଦରକାର। ଦଳରେ ଥିବା ନେତା ନେତା ମଧ୍ୟରେ କଳହ ଏବଂ ସିନ୍ଧୁଙ୍କ ପ୍ରସଙ୍ଗରେ ଅନେକ କିଛି ଗହନ କଥା କହିଛନ୍ତି ମନୀଷ। ଏନିଡିଟିଭିକୁ ସାକ୍ଷାତକାର ଜରିଆରେ ମନୀଷ ନିଜ ଦଳ କାହିଁକି ନିର୍ବାଚନରେ ହାରେ […]

manish-tiwari

Subhransu Sekhar
  • Published: Friday, 09 July 2021
  • , Updated: 09 July 2021, 07:52 PM IST

ନୂଆଦିଲ୍ଲୀ: ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ୱାରୀ କହିଛନ୍ତି ସମସ୍ତ ନେତା ପରସ୍ପର ମଧ୍ୟରେ ଥିବା ବାଦ ବିବାଦ ଭୁଲି ବିଧାନସଭା ନିର୍ବାଚନ ପାଇଁ ଏକାଠି ହେବା ଦରକାର। ଦଳରେ ଥିବା ନେତା ନେତା ମଧ୍ୟରେ କଳହ ଏବଂ ସିନ୍ଧୁଙ୍କ ପ୍ରସଙ୍ଗରେ ଅନେକ କିଛି ଗହନ କଥା କହିଛନ୍ତି ମନୀଷ। ଏନିଡିଟିଭିକୁ ସାକ୍ଷାତକାର ଜରିଆରେ ମନୀଷ ନିଜ ଦଳ କାହିଁକି ନିର୍ବାଚନରେ ହାରେ ସେ ନେଇ ମନଖୋଲି କହିଛନ୍ତି। ମନୀଷ ହେଉଛନ୍ତି ଜି-୨୩ ଗ୍ରୁପରେ ସାମିଲ ଥିବା ନେତା। ଏହି ଗ୍ରୁପ କଂଗ୍ରେସର ଆମୂଳ ଚୂଳ ପରିବର୍ତ୍ତନ କରିବାକୁ ଦାବି କରୁଛି।

ତିଓ୍ୱାରୀ କହିଛନ୍ତି ଦଳ ହାରିବା ପଛର କାରଣ ନେତା ନେତାଙ୍କ ମଧ୍ୟରେ ଥିବା ବିବାଦ। କଂଗ୍ରେସ ମୁଖ୍ୟତଃ ଏହି ଅନ୍ତଃ କନ୍ଦଳ ପାଇଁ ହାରୁଛି ବୋଲି ତିଓ୍ୱାରୀ କହିଛନ୍ତି। ତେବେ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ନେଇ ସେତେଟା ମନ ଖୋଲି କହି ନାହାନ୍ତି ତିଓ୍ୱାରୀ। କିନ୍ତୁ ଅମରିନ୍ଦରଙ୍କ ନେତୃତ୍ୱକୁ ସମର୍ଥନ କରି ପରୋକ୍ଷରେ ସିଦ୍ଧୁଙ୍କୁ ମାରିଛନ୍ତି ବାଣ।

ସେ କହିଛନ୍ତି ପଞ୍ଜାବରେ କଂଗ୍ରେସର ସ୍ଥିତି ଠିକ୍ ରହିଛି। ରାଜ୍ୟରେ ବିଜୁଳି ସମେତ ପାଓ୍ୱାର ପ୍ଲାଣ୍ଟ ସମସ୍ୟା ରହିଛି। ହେଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ତେବେ କେନ୍ଦ୍ରରେ ବିଜେପି ସରକାର ଗ୍ରାମୀଣ ପାଣ୍ଠି ଉପରେ ରୋକ୍ ଲଗାଇଛି। ଏହା ଠିକ୍ ନୁହେଁ। ତିନି କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ କରୁଛନ୍ତି। ହେଲେ କେନ୍ଦ୍ର ସବୁ ଜାଣି ଅଜଣା ବୋଲି ତିଓ୍ୱାରୀ କହିଛନ୍ତି। ତେବେ ତୃଣମୂଳ ସ୍ତରରେ ସମସ୍ୟା ରହିଛି। ଏହି ସମସ୍ୟାରୁ ସମାଧାନ କରି ଆଗକୁ ଆସିବା ଦରକାର। ଏଥିପାଇଁ ଏକ କମିଟି ଗଠନ ହୋଇଛି। ଦଳ ଭିତରେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବାରେ କମିଟି ଗୁରୁତ୍ୱ ଦେବ। ତେବେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଏକାଠି ହୋଇ ବଢିବା ଦରକାର। ଧର୍ମନିରପେକ୍ଷତା ଏଜେଣ୍ଡା ହେବା ଦରକାର। ତେବେ ଅସନ୍ତୁଷ୍ଟ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ପାଇଁ ପରାମର୍ଶ ରହିଛି କି ବୋଲି ପ୍ରଶ୍ନରେ ତିଓ୍ୱାରୀ କହିଛନ୍ତି ଜଣେ ପରାମର୍ଶ ମାଗିଲେ ପରାମର୍ଶ ଦେବି।

Related story