ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ସହ ଥରୁର, ଲୋକେ କହିଲେ- 'ରାଜନୀତି'ର ରଣବୀର କପୁର…

ନୂଆଦିଲ୍ଲୀ: ଭାରତ ପାଇଁ ମିସ୍‌ ୟୁନିର୍ଭସ ମୁକୁଟ ଆଣି ଇତିହାସ ରଚିଛନ୍ତି ହରନାଜ କୌର ସାନ୍ଧୁ। ସେ ବନିଛନ୍ତି ବ୍ରହ୍ମାଣ ସୁନ୍ଦରୀ। ଦୀର୍ଘ ୨୧ ବର୍ଷ ପରେ ଭାରତ ପୁଣିଥରେ ଏହି ସମ୍ମାନ ପାଇଛି। ଡିସେମ୍ବର ୧୩ ତାରିଖରେ ସେ ଏହି ସୁନ୍ଦରୀ ମୁକୁଟ ହାତେଇବା ପରେ ଏବେ ସେ ଭାରତ ଫେରିଛନ୍ତି। ତେବେ ଏହା ପୂର୍ବରୁ ତାଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର। ଟ୍ୱିଟର୍‌ରେ ହରନାଜଙ୍କ ସହ ଏକ ଫଟୋ ଶେଆର […]

Harnaz and tharoor

Madhupriya Mistry
  • Published: Thursday, 16 December 2021
  • , Updated: 16 December 2021, 05:19 PM IST

ନୂଆଦିଲ୍ଲୀ: ଭାରତ ପାଇଁ ମିସ୍‌ ୟୁନିର୍ଭସ ମୁକୁଟ ଆଣି ଇତିହାସ ରଚିଛନ୍ତି ହରନାଜ କୌର ସାନ୍ଧୁ। ସେ ବନିଛନ୍ତି ବ୍ରହ୍ମାଣ ସୁନ୍ଦରୀ। ଦୀର୍ଘ ୨୧ ବର୍ଷ ପରେ ଭାରତ ପୁଣିଥରେ ଏହି ସମ୍ମାନ ପାଇଛି। ଡିସେମ୍ବର ୧୩ ତାରିଖରେ ସେ ଏହି ସୁନ୍ଦରୀ ମୁକୁଟ ହାତେଇବା ପରେ ଏବେ ସେ ଭାରତ ଫେରିଛନ୍ତି। ତେବେ ଏହା ପୂର୍ବରୁ ତାଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର।

ଟ୍ୱିଟର୍‌ରେ ହରନାଜଙ୍କ ସହ ଏକ ଫଟୋ ଶେଆର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଥରୁର। ଏହି ଫଟୋକୁ ଶେଆର କରି ସେ ଲେଖିଛନ୍ତି, 'ହରନାଜ ସନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଖୁସି ଲାଗୁଛି। ସେ ଭାରତ ଫେରି ବହୁତ ଉତ୍ସାହିତ ଅଛନ୍ତି। ଭାରତ ମଧ୍ୟ ତାଙ୍କୁ ସ୍ୱାଗତ କରି ଗର୍ବ ଅନୁଭଵ କରୁଛି। ସାକ୍ଷାତ ବେଳେ ସେତିକି ହିଁ ଆକର୍ଷକ ଲାଗୁଥିଲେ ଯେତିକି ସେ ମଞ୍ଚ ଉପରେ ଲାଗୁଥିଲେ।’

ଶଶୀ ଥରୁର ଏହି ଫଟୋକୁ ଶେଆର କରିବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି। ୟୁଜର୍ସମାନେ ଥରୁରଙ୍କ ଏହି ଫଟୋରେ ଅଜବଗଜବ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ଆପଣ ରାଜନୀତିର ରଣବୀର କପୁର। ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଯୁବତୀ, ଲଢ଼ିପାରିବି, ପ୍ରଚାର ପାଇଁ ହରନାଜ ବେଷ୍ଟ।

ସୂଚନା ମୁତାବକ, ୨୦୦୦ରେ ମିସ୍‌ ୟୁନିର୍ଭସ ଟାଇଟଲ ଲାରା ଦତ୍ତା ଜିତିଥିଲେ। ତାଙ୍କ ପରେ ଆଉ କୌଣସି ପ୍ରତିଯୋଗୀ ଭାରତ ପାଇଁ ସଫଳତା ଆଣିନଥିଲେ। ଏବେ ହରନାଜ୍ ୨୧ ବର୍ଷ ପରେ ଭାରତକୁ ଏହି ଗୌରବ ଆଣିଦେଇଛନ୍ତି। ଏହାକୁ ମିଶାଇ ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ ହାସଲ କରିଛି। ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ହରନାଜ୍ ସାନ୍ଧୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମିସ୍ ପରାଗୁଏ ଦ୍ୱିତୀୟ ସ୍ଥାନରେ ଓ ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିଲେ।

https://twitter.com/ShashiTharoor/status/1471070277622665216?s=20

Related story