Advertisment

ଖାଲି ହାତରେ ଫେରିଲେ ସିଦ୍ଧୁ!

ନୂଆଦିଲ୍ଲୀ: ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ଜାରି ରହିଥିବା କଳି ଥମିବାର ନାଁ ନେଉନାହିଁ। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଚାଲିଥିବା ବିବାଦର ପ୍ରଥମ ପର୍ଯ୍ୟାୟ ତ ସିଦ୍ଧୁ ଜିତିସାରିଛନ୍ତି। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ କ୍ୟାପଟେନ୍ ଅମରିନ୍ଦର ସିଂହ ତାଙ୍କ ଉପରେ ଭାରୀ ପଡ଼ିଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧୁ ଦିଲ୍ଲୀରେ ପାର୍ଟିର ଶୀର୍ଷ ନେତା ରାହୁଲ […]

ଅଦ୍ୟତନ ହୋଇଛି
ଖାଲି ହାତରେ ଫେରିଲେ ସିଦ୍ଧୁ!

sidhu1

Advertisment

ନୂଆଦିଲ୍ଲୀ: ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ଜାରି ରହିଥିବା କଳି ଥମିବାର ନାଁ ନେଉନାହିଁ। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଚାଲିଥିବା ବିବାଦର ପ୍ରଥମ ପର୍ଯ୍ୟାୟ ତ ସିଦ୍ଧୁ ଜିତିସାରିଛନ୍ତି। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ କ୍ୟାପଟେନ୍ ଅମରିନ୍ଦର ସିଂହ ତାଙ୍କ ଉପରେ ଭାରୀ ପଡ଼ିଥିବା ଦେଖିବାକୁ ମିଳୁଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧୁ ଦିଲ୍ଲୀରେ ପାର୍ଟିର ଶୀର୍ଷ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିଲେ। କିନ୍ତୁ ସିଦ୍ଧୁଙ୍କୁ କେହିବି ସମୟ ଦେଲେ ନାହିଁ। ଯେଉଁକାରଣରୁ ସିଦ୍ଧୁ ଖାଲି ହାତରେ ପଞ୍ଜାବ ଫେରିଯାଇଛନ୍ତି।

ଦୁହିଁଙ୍କ ମଧ୍ୟରେ ବୁଝାମଣା ଲାଗି କଂଗ୍ରେସ ପାର୍ଟିର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଚଣ୍ଡିଗଡ଼ ପହଞ୍ଚିଥିଲେ। ରାୱତ ଦୁଇ ନେତାଙ୍କୁ ସାମ୍ନାସାମ୍ନି ବସାଇ ସମାଧାନର ବାଟ କାଢ଼ିବାକୁ ଚାହୁଁଥିଲେ। କିନ୍ତୁ ସିଦ୍ଧୁ ହରିଶ ରାୱତଙ୍କୁ ସମୟ ଦେବା ବଦଳରେ ଦିଲ୍ଲୀ ଆସି ନିଜ କଥା ପାର୍ଟିର ଶୀର୍ଷ ନେତା ଆଗରେ ରଖିବାକୁ ଠିକ୍ ମନେ କଲେ। ତେବେ ହରିଶ ରାୱତଙ୍କୁ ଅଣଦେଖା କରିବା ସିଦ୍ଧୁଙ୍କ ଉପରେ ଭାରୀ ପଡ଼ିଛି। ସିଦ୍ଧୁଙ୍କ ଏଭଳି ଆଚରଣ ପରେ ପାର୍ଟିର ହାଇ କମାଣ୍ଡ ତାଙ୍କ ଉପରେ ଅସନ୍ତୋଷ ହୋଇଛି।

Advertisment

ସୂଚନାଯୋଗ୍ୟ, ହରିଶ ରାୱତ ମଙ୍ଗଳବାର ଚଣ୍ଡିଗଡ଼ରେ ପହଞ୍ଚିବା ପରେ ସିଦ୍ଧୁ ଓ ଅନ୍ୟ ନେତାମାନଙ୍କୁ ଭେଟିଥିଲେ। ଏହା ପରେ ହରିଶ ରାୱତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଭେଟିଥିଲେ। ଏହି ସମୟରେ ନିର୍ବାଚନ ଆଗକୁ ଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହଙ୍କୁ ହଟାଇବା ପାଇଁ ଯେଉଁ ଦାବି କରୁଛନ୍ତି, ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଥିଲେ। ହରିଶ ରାୱତ ଚଣ୍ଡିଗଡ଼ରେ ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ପିସିସି ସାଧାରଣ ସମ୍ପାଦକ ପ୍ରଗତ ସିଂହ, କାର୍ଯ୍ୟକାରୀ ସଭାପତି କୁଲଜିତ ନଗ୍ରା, ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ସାକ୍ଷାତ କରି ସମାନ କଥା ଦୋହରାଇଛନ୍ତି।

Amarinder-Sidhu Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe