Advertisment

ଆସନ୍ତା ମାସରୁ ଛୋଟ ପିଲାଙ୍କ ଟିକାକରଣ! ଚିନ୍ତା ବଢ଼ାଇଲା ୫୪ ଜିଲ୍ଲା

ନୂଆଦିଲ୍ଲୀ: ମହମାରୀ କରୋନା ସଂକ୍ରମଣ ଭିତରେ ଭଲ ଖବର ସାମ୍ନାକୁ ଆସିଛି। ଆସନ୍ତା ମାସରୁ ଦେଶରେ ୧୮ରୁ କମ ବୟସ୍କ ପିଲାମାନଙ୍କୁ କରୋନାର ସୁରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇ ପାରେ। ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ଆଜି ବିଜେପିର ସଂସଦୀୟ ଦଳର ବୈଠକରେ ଶ୍ରୀ ମାଣ୍ଡଭିୟ କହିଛନ୍ତି, ସରକାର ଆସନ୍ତା ମାସରୁ ଛୋଟ ପିଲାମାନଙ୍କର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି। ଏଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ। ସେହିପରି […]

ଅଦ୍ୟତନ ହୋଇଛି
ରାଜ୍ୟରେ ୪୦୭ କରୋନା ଆକ୍ରାନ୍ତ ଚିହ୍ନଟ, ୬ ମୃତ

Corona1

Advertisment

ନୂଆଦିଲ୍ଲୀ: ମହମାରୀ କରୋନା ସଂକ୍ରମଣ ଭିତରେ ଭଲ ଖବର ସାମ୍ନାକୁ ଆସିଛି। ଆସନ୍ତା ମାସରୁ ଦେଶରେ ୧୮ରୁ କମ ବୟସ୍କ ପିଲାମାନଙ୍କୁ କରୋନାର ସୁରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇ ପାରେ। ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି।

Advertisment

ଆଜି ବିଜେପିର ସଂସଦୀୟ ଦଳର ବୈଠକରେ ଶ୍ରୀ ମାଣ୍ଡଭିୟ କହିଛନ୍ତି, ସରକାର ଆସନ୍ତା ମାସରୁ ଛୋଟ ପିଲାମାନଙ୍କର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି। ଏଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ। ସେହିପରି ଭାରତ ବିଶ୍ୱର ସବୁଠାରୁ ଅଧିକ ଟିକା ଉତ୍ପାଦନକାରୀ ରାଷ୍ଟ୍ରରେ ଖୁବଶୀଘ୍ର ପରିଣତ ହେବାକୁ ଯାଉଛି।

କାରଣ ଦେଶରେ ଟିକା ଉତ୍ପାଦନ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟକ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରାଯିବ। ଲାଇସେନ୍ସ ପାଇବା ପରେ ସେମାନେ ଦେଶରେ ଉତ୍ପାଦନ ଆରମ୍ଭ କରିବେ ବୋଲି ମଧ୍ୟ ସେ କହିଛନ୍ତି। ଯଦି ଏପରି ହେବ, ତା’ହେଲେ କରୋନାର ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Advertisment

ଅଧିକ ପଢନ୍ତୁ : ଭ୍ୟାକ୍‌ସିନ୍‌-ଅସମାନତା

ଅନ୍ୟପକ୍ଷରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଅନୁଷ୍ଠିତ ନିୟମିତ ସାମ୍ବାଦିକ ସମ୍ମିଳନୀରେ ଦେଶର କରୋନା ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏଯାଏ ମହାମାରୀର ପ୍ରଭାବ ଶେଷ ହୋଇନାହିଁ। ଦେଶରୁ କରୋନାର ଦ୍ୱିତୀୟ ଲହର ସରିନାହିଁ।

ଦେଶର ୫୪ଟି ଜିଲ୍ଲାରେ ଏବେ ବି ପଜିଟିଭିଟି ରାଟ୍ ୧୦% ଉପରେ ରହୁଛି। ୧୨ଟି ରାଜ୍ୟରେ ଏହି ୫୪ଟି ଜିଲ୍ଲା ରହିଛି। ଗତ ସପ୍ତାହରେ ୪୬ଟି ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଥିଲା। ୨୨ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ଓ ପିଜିଟିଭିଟି ରେଟ୍ କ୍ରମାଗତ ବଢ଼ୁଛି। ସଂକ୍ରମଣର ସ୍ତର ହ୍ରାସ ପାଇବା ପ୍ରକ୍ରିୟ ବର୍ତ୍ତମାନ ଧିମା ହୋଇଯିବା ଚିନ୍ତାର ବିଷୟ।

ଦେଶର ଏମିତି ୬୨ଟି ଜିଲ୍ଲା ରହିଛି, ଯେଉଁଠାରେ ଏବେ ଦୈନିକ ୧୦୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ନୂଆ ଆକ୍ରାନ୍ତମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସୀମିତ ଅଞ୍ଚଳ ମଧ୍ୟରୁ ଠାବ କରାଯାଉଛି। ତେଣୁ ସେଠାରେ ଆଇସୋଲେସନ ଓ ଟେଷ୍ଟିଂ ବ୍ୟବସ୍ଥାକୁ ଜୋରଦାର କରିବାକୁ ଶ୍ରୀ ଅଗ୍ରୱାଲ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି, କିଛି ଜିଲ୍ଲାକୁ ଛାଡ଼ି ଦେଲେ ବାକି ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। କ୍ରମାଗତ ଭାବେ ସକ୍ରିୟ ମାମଲା ହ୍ରାସ ପାଉଛି। ମେ’ ୧୧ ପରଠାରୁ ସାପ୍ତାହିକ ସଂକ୍ରମଣ ମଧ୍ୟ ହ୍ରାସ ପାଇଛି।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe