ସରବଜିତ ସିଂହଙ୍କ ଭଉଣୀ ଦଲବୀର କୌରଙ୍କ ଦେହାନ୍ତ

ଚଣ୍ଡିଗଡ: ପାକିସ୍ତାନ ଜେଲ୍‌ରେ ରହି ମୃତ୍ୟୁ ହୋଇଥିବା ଭାରତୀୟ ନାଗରିକ ସରବଜିତ ସିଂହଙ୍କ ଭଉଣୀ ଦଲବୀର କୌରଙ୍କର ଦେହାନ୍ତ ହୋଇଛି। ଦଲବୀର କୌର ତାଙ୍କ ଭାଇ ସରବଜିତଙ୍କୁ ପାକିସ୍ତାନ ଜେଲ୍‌ରୁ ଉଦ୍ଧାର କରିବା ପାଇଁ ଅନେକ ସଙ୍ଘର୍ଷ କରିଥିଲେ। କିନ୍ତୁ ୨୦୧୩ରେ ସରବଜିତଙ୍କ ଲାହୋର ଜେଲରେ ମୃତ୍ୟୁ ଘଟିଥିଲେ। ନ୍ୟୁଜ୍ ଏଜେନ୍ସି ANI ମୁତାବକ, ଦଲବୀର କୌର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦ୍‌ଘାତ ଯୋଗୁ ଅମୃତସରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ […]

dalbir-kaur-sister-of-sarabjit-singh

Madhupriya Mistry
  • Published: Sunday, 26 June 2022
  • , Updated: 26 June 2022, 11:27 AM IST

ଚଣ୍ଡିଗଡ: ପାକିସ୍ତାନ ଜେଲ୍‌ରେ ରହି ମୃତ୍ୟୁ ହୋଇଥିବା ଭାରତୀୟ ନାଗରିକ ସରବଜିତ ସିଂହଙ୍କ ଭଉଣୀ ଦଲବୀର କୌରଙ୍କର ଦେହାନ୍ତ ହୋଇଛି। ଦଲବୀର କୌର ତାଙ୍କ ଭାଇ ସରବଜିତଙ୍କୁ ପାକିସ୍ତାନ ଜେଲ୍‌ରୁ ଉଦ୍ଧାର କରିବା ପାଇଁ ଅନେକ ସଙ୍ଘର୍ଷ କରିଥିଲେ। କିନ୍ତୁ ୨୦୧୩ରେ ସରବଜିତଙ୍କ ଲାହୋର ଜେଲରେ ମୃତ୍ୟୁ ଘଟିଥିଲେ।

ନ୍ୟୁଜ୍ ଏଜେନ୍ସି ANI ମୁତାବକ, ଦଲବୀର କୌର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦ୍‌ଘାତ ଯୋଗୁ ଅମୃତସରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ ହୋଇଛି।  ପଞ୍ଜାବର ଭିଖିୱିଣ୍ଡରେ ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ।

ଅନ୍ତର୍ଜାତୀୟ ସ୍ତରରେ ଦଲବୀର ପରିଚିତ ଥିଲେ। କାରଣ ସେ ତାଙ୍କ ଭାଇଙ୍କୁ ପାକିସ୍ତାନ ଜେଲରୁ ଉଦ୍ଧାର କରିବା ପାଇଁ ଉଚ୍ଚସ୍ତରରେ ଆଇନଗତ ଲଢ଼େଇ ଲଢ଼ିଥିଲେ। ହେଲେ ତାଙ୍କର ସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା। ଶେଷରେ ପାକିସ୍ତାନର ଜେଲରେ ହିଁ ତାଙ୍କ ଭାଇଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ସଂଘର୍ଷର କାହାଣୀକୁ ନେଇ 'ସରବଜିତ' ନାଁରେ ଏକ ହିନ୍ଦୀ ଫିଲ୍ମ ତିଆରି ହୋଇଥିଲା। ଏହାପରେ ଦଲବୀରଙ୍କ କାହାଣୀ ସାରା ବିଶ୍ୱ ଜାଣିଥିଲା।

ଦଲବୀର ଅସ୍ଥମାରେ ପୀଡ଼ିତ ଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ନେଇଥିଲେ। ଦଲବୀରଙ୍କର ବିୟୋଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ଅକାଳୀ ଦଳ ମୁଖ୍ୟ ଓ ବହୁ ନେତାମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତୀୟ ନାଗରିକ ସରବଜିତ ସିଂହ ୩୦ ଅଗଷ୍ଟ ୧୯୯୦ରେ ହଠାତ୍ ପାକିସ୍ତାନର ସୀମାରେ ପହଞ୍ଚି ଯାଇଥିଲେ। ସେଠାରୁ ପାକିସ୍ତାନୀ ସେନା ତାଙ୍କୁ ଗୁପ୍ତଚର ଭାବି ବନ୍ଦୀ କରି ନେଇଥିଲା। ୧୯୯୧ରେ, ପାକିସ୍ତାନ କୋର୍ଟ ସରବଜିତଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଲାହୋର ଏବଂ ଫୈସଲାବାଦରେ ବୋମା ବିସ୍ଫୋରଣ ଷଡଯନ୍ତ୍ର କରିଥିବା ସରବଜିତ୍ ନାଁରେ ଅଭିଯୋଗ ଥିଲା।

ତେବେ ୨୦୦୮ରେ, ସରବଜିତଙ୍କ ଫାଶୀ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲାଗିଥିଲା। ସରବଜିତ ପାକିସ୍ତାନର ରାଷ୍ଟ୍ରପତିଙ୍କ ନିକଟରେ ଅନେକ ଥର କ୍ଷମା ଆବେଦନ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଶେଷରେ ମେ ୨୦୧୩ରେ,  ଲାହୋରର କୋଟ ଲଖପାତ ଜେଲ ଭିତରେ ୪୯ ବର୍ଷୀୟ ସରବଜିତଙ୍କ ଉପରେ ଅନ୍ତେବାସୀମାନେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା।

Related story