Advertisment

ଜୁହି ଚାୱଲାଙ୍କ ୫ଜି ବିରୋଧୀ ଆବେଦନ ଖାରଜ, ୨୦ ଲକ୍ଷ ଫାଇନ ଦେବେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ବହୁତ ବଡ଼ ଝଟକା ଲାଗିଛି। ସେ ଭାରତରେ ୫ଜି ନେଟୱର୍କ ସେବା ଆରମ୍ଭ ନ କରିବା କିମ୍ବା ଏହାର ପରୀକ୍ଷଣ ନ କରିବା ପାଇଁ କରିଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଭିତ୍ତିହୀନ ଆବେଦନ କରିଥିବାରୁ କୋର୍ଟ ଜୁହିଙ୍କ ଉପରେ ୨୦ ଲକ୍ଷ ଟଙ୍କା ଫାଇନ ଲାଗୁ କରିଛନ୍ତି। କୋର୍ଟ ଭିଡିଓ କନଫରେନ୍ସିଂରେ ଶୁଣାଣି କରୁଥିବା ବେଳେ ଜୁହି ଏହାକୁ ସୋଶାଲ ମିଡିଆରେ ଶେୟାର କରିଥିଲେ। […]

ଅଦ୍ୟତନ ହୋଇଛି
ଜୁହି ଚାୱଲାଙ୍କ ୫ଜି ବିରୋଧୀ ଆବେଦନ ଖାରଜ, ୨୦ ଲକ୍ଷ ଫାଇନ ଦେବେ

Juhi-Chawla

Advertisment

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ବହୁତ ବଡ଼ ଝଟକା ଲାଗିଛି। ସେ ଭାରତରେ ୫ଜି ନେଟୱର୍କ ସେବା ଆରମ୍ଭ ନ କରିବା କିମ୍ବା ଏହାର ପରୀକ୍ଷଣ ନ କରିବା ପାଇଁ କରିଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଭିତ୍ତିହୀନ ଆବେଦନ କରିଥିବାରୁ କୋର୍ଟ ଜୁହିଙ୍କ ଉପରେ ୨୦ ଲକ୍ଷ ଟଙ୍କା ଫାଇନ ଲାଗୁ କରିଛନ୍ତି। କୋର୍ଟ ଭିଡିଓ କନଫରେନ୍ସିଂରେ ଶୁଣାଣି କରୁଥିବା ବେଳେ ଜୁହି ଏହାକୁ ସୋଶାଲ ମିଡିଆରେ ଶେୟାର କରିଥିଲେ। ଏହି କାରଣରୁ କୋର୍ଟ ତାଙ୍କ ଉପରେ ପ୍ରବଳ ବର୍ଷିଥିଲେ।

Advertisment

ଜୁହି ତାଙ୍କ ଆବେଦନରେ କହିଥିଲେ ଯେ ୫ଜି ନେଟୱର୍କରୁ ବାହାରୁଥିବା ବିକିରଣ ଲୋକ ଓ ପରିବେଶ ଉପରେ କ’ଣ ପ୍ରଭାବ ପକାଉଛି, ତା’ର ଗବେଷଣା କରାଯାଉ। ଗବେଷଣା ଶେଷ ନ ହେବା ଯାଏ ଏହାର କାର୍ଯ୍ୟକାରିତା ଉପରେ ରୋକ ଲଗାଇବାକୁ ସେ ନିବେଦନ କରିଥିଲେ।

ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, କେବଳ ଶସ୍ତା ଲୋକପ୍ରିୟତା ପାଇଁ ଏପରି ଏକ ଆବେଦନ କରାଯାଇଛି। ଏପରି ଆବେଦରେ କୌଣସି ଯର୍ଥାଥତା ନାହିଁ। କେବଳ ଅଦରକାରୀ ଭାବେ ଏହାକୁ ଫାଇଲ କରାଯାଇଛି। ଆବେଦନରେ କୌଣସି ବିଜ୍ଞାନିକଭିତ୍ତିକ ତଥ୍ୟ ନାହିଁ।

Advertisment

ଆବେଦନକାରୀ (ଜୁହି) ଚାହିଁଥିଲେ ପ୍ରଥମେ ସରକାରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଅବଗତ କରାଇ ପାରିଥାଆନ୍ତେ। କିନ୍ତୁ ସେ ସେମିତି କିଛି ନ କରି ସିଧା କୋର୍ଟରେ ଆବଶ୍ୟକନଥାଇ ଆବେଦନ କରିଛନ୍ତି।  ଏହାଦ୍ୱାରା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ ହୋଇଛି। ଶୁଣାଣି ବେଳେ ଆବେଦନକାରୀ ଭିଡିଓ ଲିଙ୍କକୁ ସୋଶାଲ ମିଡିଆରେ ଶେୟାର କରିଥିଲେ। ଏହା ଆଇନର ଦୁରୂପଯୋଗ। ଲିଙ୍କ ଶେୟାର ଯୋଗୁ ଶୁଣାଣିରେ ୩ଥର ବିଭ୍ରାଟ ସୃଷ୍ଟି ହୋଇଥିଲା।

କିଛି ଲୋକ ଅନାଧିକାର ଭାବେ ଶୁଣାଣି ସମୟରେ ପ୍ରବେଶ କରି ଗୀତ ଗାଇଥିଲେ। ତେଣୁ ଆବେଦନକାରୀଙ୍କୁ ଏଥିପାଇଁ ୨୦ ଲକ୍ଷ ଟଙ୍କାର ଫାଇନ ଦାଖଲ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫ଜି ବିରୋଧୀ ଆବେଦନର ଶୁଣାଣି ବେଳେ ଜଣେ ପ୍ରଶଂସକ ଜୁହିଙ୍କ ଗୀତ ଗାଇଥିଲେ। ଏଥିରେ କୋର୍ଟ ବିରକ୍ତି ପ୍ରକାଶ କରି ଅନାଧିକାର ଭାବେ ପ୍ରବେଶ କରିଥିବା ଲୋକଙ୍କୁ ଚିହ୍ନଟ ପାଇଁ କହିଛନ୍ତି। ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦୀର୍ଘ ଦିନ ଧରି ମୋବାଇଲ୍ ଟାୱାରରୁ ବାହାରୁଥିବା କ୍ଷତିକାରକ ବିକିରଣ ବିରୋଧରେ ସଚେତନତା ସୃଷ୍ଟି କରୁଥିବା ଜୁହି ନିକଟରେ ୫ଜି ଟେକ୍ନୋଲୋଜି ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି। ଏହି ଅତ୍ୟାଧୁନିକ ୫ଜି ନେଟୱର୍କ ଦ୍ୱାରା ନିର୍ଗତ ହେବାକୁ ଥିବା ବିକିରଣ ଅତ୍ୟନ୍ତ ମାରାତ୍ମକ ଓ ଘାତକ ହୋଇପାରେ ବୋଲି ସେ କହିଥିଲେ।

ଜୁହି କହିଥିଲେ, ଆମେ କୌଣସି ପ୍ରକାରରେ ଟେକ୍ନୋଲଜିକାଲ ବିକାଶ ବିରୋଧରେ ମତ ଦେଉନାହୁଁ। ବରଂ ଅତ୍ୟାଧୁନିକ ଉତ୍ପାଦକୁ ବ୍ୟବହାର କରିବା ସହ ଏହାର ଉପଭୋଗ କରୁଛୁ। କିନ୍ତୁ ଏହି ଉତ୍ପାଦଗୁଡ଼ିକ ବ୍ୟବହାର କରିବାବେଳେ ଏହାର କୁପରିଣାମକୁ ମଧ୍ୟ ବୁଝିବା ଦରକାର।

ମୋବାଇଲ୍ ଟାୱାରରୁ ବାହାରୁଥିବା ଆରଏଫ୍ ବିକିରଣ ବିଷୟରେ ଗବେଷଣା କରାଯାଇଥିଲା। ଏଗୁଡ଼ିକ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପାଇଁ ଅତ୍ୟନ୍ତ ମାରାତ୍ମକ ବୋଲି ଗବେଷଣାରୁ ଜଣାପଡ଼ିଛି। ଭାରତରେ ୫ଜି ଟେକ୍ନୋଲୋଜି ଦ୍ୱାରା ୨୪ ଘଣ୍ଟା ଓ ୩୬୫ ଦିନ ଲୋକମାନେ ପ୍ରଭାବିତ ହେବେ। ଏହା ନେଟୱର୍କ କ୍ଷମତାକୁ ବୃଦ୍ଧି କରିବ। ହେଲେ ଏଥିରୁ ନିର୍ଗତ ବିକିରଣ ମାନବଜାତି ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଉଦ୍ଭିଦଙ୍କ ଉପରେ କୁ ପ୍ରଭାବ ପକାଇବ ବୋଲି ସେ କହିଥିଲେ।

Juhi Chawla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe