ଦେଶର ସବୁଠୁ ବଡ଼ କାର୍ ଚୋର ପୁଣି ଗିରଫ, ୨୭ ବର୍ଷରେ ଚୋରି କରିଛି ୫ ହଜାରରୁ ଅଧିକ କାର୍‌

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ ସୋମବାର ଅନୀଲ ଚୌହାନ ନାମକ ଜଣେ ଅପରାଧୀକୁ ଗିରଫ କରିଛି, ଯାହାକୁ କୁହାଯାଉଛି ଦେଶର ସବୁଠୁ ବଡ଼ କାର୍ ଚୋର। ସେ ଦେଶର ସବୁଠୁ ବଡ଼ କାର୍ ଚୋର ବୋଲି ନିଜେ ଦିଲ୍ଲୀ ପୁଲିସ୍ ଦାବି କରିଛି। ଦିଲ୍ଲୀ ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ୫୨ ବର୍ଷୀୟ ଅନୀଲ ଗତ ୨୭ ବର୍ଷରେ ୫ ହଜାରରୁ ଅଧିକ କାର୍ ଚୋରି କରିଛି। ସେ ବିଳାସମୟ ଜୀବନ ବଞ୍ଚୁଛି। ଦିଲ୍ଲୀ, ମୁମ୍ବାଇ ଓ ଉତ୍ତର-ପୂର୍ବ […]

Anil Chauhan

Anil Chauhan

Jitendra Garnayak
  • Published: Monday, 05 September 2022
  • Updated: 05 September 2022, 06:37 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ ସୋମବାର ଅନୀଲ ଚୌହାନ ନାମକ ଜଣେ ଅପରାଧୀକୁ ଗିରଫ କରିଛି, ଯାହାକୁ କୁହାଯାଉଛି ଦେଶର ସବୁଠୁ ବଡ଼ କାର୍ ଚୋର। ସେ ଦେଶର ସବୁଠୁ ବଡ଼ କାର୍ ଚୋର ବୋଲି ନିଜେ ଦିଲ୍ଲୀ ପୁଲିସ୍ ଦାବି କରିଛି।

ଦିଲ୍ଲୀ ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ୫୨ ବର୍ଷୀୟ ଅନୀଲ ଗତ ୨୭ ବର୍ଷରେ ୫ ହଜାରରୁ ଅଧିକ କାର୍ ଚୋରି କରିଛି। ସେ ବିଳାସମୟ ଜୀବନ ବଞ୍ଚୁଛି। ଦିଲ୍ଲୀ, ମୁମ୍ବାଇ ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ତା’ର ଅନେକ ସଂପତ୍ତି ରହିଛି।

କୌଣସି ସୂତ୍ରରୁ ଖବର ପାଇ ଆଜି ସେଣ୍ଟ୍ରାଲ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ୍ ଷ୍ଟାଫ୍‌ ଅନୀଲକୁ ଦେଶବନ୍ଧୁ ଗୁପ୍ତା ରୋଡ୍‌ରୁ ଗିରଫ କରିଛନ୍ତି। ତା’ଠାରୁ ୬ଟି ପିସ୍ତଲ ଓ ୭ଟି ଗୁଳି ଜବତ କରାଯାଇଛି। ପୁଲିସ୍ କହିବା ଅନୁଯାୟୀ, ଅନୀଲ ଏବେ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସଂପୃକ୍ତ ଥିଲା। ସେ ଉତ୍ତର ପ୍ରଦେଶରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ବେଆଇନ ଘୋଷିତ ସଂଗଠନ ଗୁଡ଼ିକୁ ବିକ୍ରି କରୁଥିଲା।

ଅନୀଲ ଦିଲ୍ଲୀର ଖାନପୁର ଅଞ୍ଚଳରେ ଅଟୋ ଚଲାଉଥିଲା। ସେ ୧୯୯୫ ମସିହାରେ ପ୍ରଥମେ କାର୍ ଚୋରି କରିବା ଆରମ୍ଭ କରିଥିଲା। ସେହି ସମୟରେ ସେ ମାରୁତି ୮୦୦ କାର୍ ଚୋରି କରୁଥିଲା। ସେ ଦେଶର ବିଭିନ୍ନ ସ୍ଥାନରୁ କାର୍ ଚୋରି କରି ଜମ୍ମୁ-କଶ୍ମୀର ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକ ସହିତ ନେପାଳକୁ ପଠାଉଥିଲା। ଚୋରି କଲା ବେଳେ ସେ କିଛି ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା ମଧ୍ୟ କରିଥିଲା। ପୂର୍ବରୁ ସେ ଏକାଧିକ ଥର ଗିରଫ ହୋଇଥିଲା। ୨୦୧୫ରେ ଜଣେ କଂଗ୍ରେସ ବିଧାୟକଙ୍କ ସହିତ ତାକୁ ଗିରଫ କରାଯାଇଥିଲା। ସେ ୫ ବର୍ଷ ଜେଲ୍‌ରେ ରହିଥିଲା। ୨୦୨୦ରେ ତାକୁ ଛଡ଼ା ଯାଇଥିଲା। ତା’ ନାଁରେ ୧୮୦ଟି ମାମଲା ରୁଜୁ ହୋଇଛି।

ଅନୀଲ ଏବେ ଆସାମରେ ରହୁଛି। ସେଠାରେ ତା’ର ଅମାପ ସଂପତ୍ତି ରହିଛି। ସେ ତିନି ଜଣଙ୍କୁ ବାହା ହୋଇଛି। ତା’ର ୭ ଜଣ ସନ୍ତାନସନ୍ତତି ଅଛନ୍ତି। ଏକ ସମୟରେ ସେ ଆସାମରେ ସରକାରୀ ଠିକାଦାର ଭାବେ କାମ କରୁଥିଲା ଓ ସ୍ଥାନୀୟ ରାଜନେତାଙ୍କ ସହିତ ତା’ର ସଂପର୍କ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story