ରାଜଧାନୀରେ କରୋନା ବିସ୍ଫୋରଣ, ଜାରି ହୋଇପାରେ ୟେଲୋ ଆଲର୍ଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ବିସ୍ଫୋରଣ।  ୬ମାସର ଭାଙ୍ଗିଲା ରେକର୍ଡ। ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଏକାଥରକେ ୩୩୧ ଜଣ କରୋନା ସଂକ୍ରମିତ। ୬ ମାସ ମଧ୍ୟରେ ପ୍ରଥମଥର ପାଇଁ ଦିଲ୍ଲୀରେ ଏତେ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି। ଏହାବ୍ୟତୀତ ଜଣେ କରୋନା ଅକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ସଜାଗ ହୋଇପଡିଛନ୍ତି। ରାଜଧାନୀରେ ବର୍ତ୍ତମାନ କରୋନାର ୧,୨୮୯ ଆକ୍ଟିଭ କେସ୍‌ ରହିଛି। ଗତ […]

Corona

Madhupriya Mistry
  • Published: Monday, 27 December 2021
  • , Updated: 27 December 2021, 05:59 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ବିସ୍ଫୋରଣ।  ୬ମାସର ଭାଙ୍ଗିଲା ରେକର୍ଡ। ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଏକାଥରକେ ୩୩୧ ଜଣ କରୋନା ସଂକ୍ରମିତ। ୬ ମାସ ମଧ୍ୟରେ ପ୍ରଥମଥର ପାଇଁ ଦିଲ୍ଲୀରେ ଏତେ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି। ଏହାବ୍ୟତୀତ ଜଣେ କରୋନା ଅକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ସଜାଗ ହୋଇପଡିଛନ୍ତି।

ରାଜଧାନୀରେ ବର୍ତ୍ତମାନ କରୋନାର ୧,୨୮୯ ଆକ୍ଟିଭ କେସ୍‌ ରହିଛି। ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବଢ଼ିଚାଲିଛି। ରବିବାର ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୩୦୦ରେ ଉପରେ ପହଞ୍ଚିଯାଇଛି।

ଯଦି ଦିଲ୍ଲୀରେ କରୋନା ମାମଲା ଏହିପରି ଭାବେ ବଢ଼ିଚାଲେ, ତେବେ ଶୀଘ୍ର ଆଉ କିଛି ପ୍ରତିବନ୍ଧକ ଘୋଷଣା କରାଯାଇପାରେ। ଏପରିକି ଦିଲ୍ଲୀରେ ୟେଲୋ ଆଲର୍ଟ ମଧ୍ୟ ଲାଗୁ ହୋଇପାରେ। ଯଦି ଦିଲ୍ଲୀରେ ହଳଦିଆ ଆଲର୍ଟ ଲାଗୁ ହୁଏ, ତେବେ କଟକଣା ଆହୁରି ବଢ଼ିପାରେ।

ଯଦି ଦିଲ୍ଲୀରେ ୟେଲୋ ଆଲର୍ଟ ଲାଗୁ ହୁଏ, ତେବେ ରାତି ୧୦ ଟାରୁ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏହା ବ୍ୟତୀତ, ଅଡ୍‌ ଇଭେନ୍‌ ଅନୁଯାୟୀ ଦୋକାନଗୁଡିକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ଅତ୍ୟାବଶ୍ୟକ ସେବା କିମ୍ବା ସାମଗ୍ରୀ ସହିତ ଦୋକାନ ଏବଂ ମଲ୍ ଅନ୍ତର୍ଭୁକ୍ତ ରହିବ। ଏଥି ସହିତ ୫୦% କ୍ଷମତା ସହିତ ରେଷ୍ଟୁରାଣ୍ଟ ଖୋଲାଯିବ। ସେହିପରି ପୁଣି ଥରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ ବନ୍ଦ ହୋଇଯିବ।

https://twitter.com/ANI/status/1475419943814385666?s=20

Related story