ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କୁ ତୁରନ୍ତ ମିଳିବନି ଚାକିରି। ନିଯୁକ୍ତି କ୍ଷେତ୍ରରେ ଗର୍ଭବତୀ ମହିଳାଙ୍କ ପ୍ରତି ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଭେଦଭାବକୁ ନେଇ ଆପତ୍ତି ଉଠାଇଛନ୍ତି ଦିଲ୍ଲୀ ମହିଳା କମିଶନର ସ୍ୱାତି ମାଲିୱାଲ। ତୁରନ୍ତ ଏହି ବିବାଦୀୟ ବିଜ୍ଞପ୍ତିକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ମହିଳା କମିଶନର। ଗର୍ଭବତୀ ମହିଳାଙ୍କୁ ତୁରନ୍ତ ନିଯୁକ୍ତି ଉପରେ କଟକଣା ଲଗାଇଛି ବ୍ୟାଙ୍କ। ଯେଉଁ ମହିଳାମାନେ ୩ ମାସ କିମ୍ବା ତାଠାରୁ ଅଧିକ ବର୍ଷ ଗର୍ଭବତୀ ଥିବେ ସେମାନଙ୍କୁ ତୁରନ୍ତ ନିଯୁକ୍ତି ମିଳିବ ନାହିଁ। ବ୍ୟାଙ୍କର ଏହି ପଲିସିକୁ ତୁରନ୍ତ ପ୍ୟତ୍ୟାହାର କରିବାକୁ ଦିଲ୍ଲୀ ମହିଳା କମିଶନର ଦାବି କରିଛନ୍ତି। ବ୍ୟାଙ୍କର ଏହି ନୂଆ ପଲିସିକୁ ଦିଲ୍ଲୀ ମହିଳା କମିଶନର ନିଜ ତରଫରୁ ଗୁରୁତର ସହ ନେଇଛନ୍ତି।। ମିଳିଥିବା ସୂଚନା ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ନେଇ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଏକ ନୋଟିଫିକେଶନ ଜାରି କରାଯାଇଥିଲା। ଯେଉଁଥିରେ ଗର୍ଭବତୀ ମହିଳାଙ୍କୁ ତୁରନ୍ତ ନିଯୁକ୍ତି ସୁଯୋଗରୁ ବାରଣ କରାଯାଇଛି।
ଯଦି ପ୍ରାର୍ଥୀ ଜଣକ ନିଯୁକ୍ତି ପ୍ରକ୍ରିୟାରେ ଚୟନ ହୋଇଥିବେ ଏବଂ ସେ ସେ ସମୟରେ ୩ମାସ କିମ୍ବା ତାଠାରୁ ଅଧିକ ଗର୍ଭବତୀ ଥିବେ ସେମାନଙ୍କୁ ତୁରନ୍ତ ନିଯୁକ୍ତି ସୁଯୋଗ ମିଳିବ ନାହିଁ। ସେମାନଙ୍କୁ ବ୍ୟାଙ୍କ କାର୍ଯ୍ୟ ପାଇଁ ‘ସାମୟିକ ଅକ୍ଷମ’ ବୋଲି ବିବେଚନା କରାଯିବ। ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ଏହି ନିୟମ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ବରିଷ୍ଠତା ହରାଇବ ବୋଲି ଦିଲ୍ଲୀ ମହିଳା କମିଶନର ଆପତ୍ତି ଉଠାଇଛନ୍ତି। କାରଣ ବିଳମ୍ବରେ ଯୋଗ ଦେଲେ ଏଭଳି ପରିସ୍ଥିତି ଉପୁଜିବ ବୋଲି କାରଣ ଦର୍ଶାଇଛନ୍ତି ସ୍ୱାତୀ ମାଲିୱାଲ।
ଏହି ପଲିସିକୁ ଲିଙ୍ଗଗତ ବୈଶମ୍ୟତାକୁ ଦର୍ଶାଉଛି। ସେହିପରି ସାମ୍ବିଧାନିକ ପ୍ରଦତ୍ତ ସାମାନୁପାତିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସ୍ୱାତି ମାଲିୱାଲ ଦର୍ଶାଇଛନ୍ତି। ଏନେଇ ଦିଲ୍ଲୀ ମହିଳା କମିଶନର ମାଲିୱାଲ ଉକ୍ତ ବ୍ୟାଙ୍କକୁ ନୋଟିସ ଜାରି କରି ଜୁନ୍ ୨୩ ସୁଦ୍ଧା ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି। ଗତ ବର୍ଷ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସମାନ ନିୟମ ଅଣାଯାଇଥିଲା। ହେଲେ ଦିଲ୍ଲୀ ମହିଳା କମିଶନ ଆପତ୍ତି ଉଠାଇବାରୁ ବ୍ୟାଙ୍କ ଏହି ପଲିସିକୁ ପ୍ରତ୍ୟାହାର କରିଥିଲା।