ବାଇଡେନ ସରକାରକୁ ଘେରିଲେ ନିଜ ଦଳର ସାଂସଦ

ଓ୍ୱାଶିଂଟନ: ଆଫଗାନିସ୍ତାନରେ ଦେଖାଦେଇଥିବା ପରିସ୍ଥିତି ପାଇଁ ଆଫଗାନ ସରକାର ଦାୟୀ ବୋଲି କହି ନିଜ ଉପରୁ ଦୋଷ ଖସାଇ ଦେଇଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ହେଲେ ଆଫଗାନିସ୍ତାନରେ ଯାହା ହେଲା ସେଥିପାଇଁ ବାଇଡେନ ସରକାର ଦାୟୀ ବୋଲି ଆମେରିକାର ଜଣେ ସାଂସଦ କହିଛନ୍ତି। ଯିଏକି ବାଇଡେନଙ୍କ ରାଜନୀତିକ ଦଳ ଡେମୋକ୍ରାଟିକ ପାର୍ଟିର ସାଂସଦ। ଏକ ଆଲେଖ୍ୟ ଜରିଆରେ ସେ କହିଛନ୍ତି କାହିଁକି ଆଫଗାନିସ୍ତାନ ପରିସ୍ଥିତି ପାଇଁ ବାଇଡେନ ସରକାର ଦାୟୀ। ଫରେନ ପିଲିସି ଡଟ୍ କମ […]

Afghanistan

Subhransu Sekhar
  • Published: Wednesday, 18 August 2021
  • , Updated: 18 August 2021, 01:14 PM IST

ଓ୍ୱାଶିଂଟନ: ଆଫଗାନିସ୍ତାନରେ ଦେଖାଦେଇଥିବା ପରିସ୍ଥିତି ପାଇଁ ଆଫଗାନ ସରକାର ଦାୟୀ ବୋଲି କହି ନିଜ ଉପରୁ ଦୋଷ ଖସାଇ ଦେଇଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ହେଲେ ଆଫଗାନିସ୍ତାନରେ ଯାହା ହେଲା ସେଥିପାଇଁ ବାଇଡେନ ସରକାର ଦାୟୀ ବୋଲି ଆମେରିକାର ଜଣେ ସାଂସଦ କହିଛନ୍ତି। ଯିଏକି ବାଇଡେନଙ୍କ ରାଜନୀତିକ ଦଳ ଡେମୋକ୍ରାଟିକ ପାର୍ଟିର ସାଂସଦ। ଏକ ଆଲେଖ୍ୟ ଜରିଆରେ ସେ କହିଛନ୍ତି କାହିଁକି ଆଫଗାନିସ୍ତାନ ପରିସ୍ଥିତି ପାଇଁ ବାଇଡେନ ସରକାର ଦାୟୀ। ଫରେନ ପିଲିସି ଡଟ୍ କମ ନାମକ ଏକ ଓ୍ୱେବସାଇଟରେ ନିଜର ଆଲେଖ୍ୟ ଲେଖି ବାଇଡେନ ସରକାର ଉପରେ ବର୍ଷିଛନ୍ତି ଜିମ୍ ଲାଙ୍ଗେଭିନ୍।

ଡେମୋକ୍ରାଟିକ୍ ପାର୍ଟିର ନେତା ତଥା ସାଂସଦ ଜିମ୍ ଲାଙ୍ଗେଭିନ୍ (Jim Langevin) ଆଲେଖ୍ୟ ଜରିଆରେ କହିଛନ୍ତି ବାଇଡେନ ସରକାର ଯେତେବେଳେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ସେ ବିରୋଧ କରିଥିଲେ। ହେଲେ ଏହାକୁ ବାଇଡେନ ସରକାର ନଜର ଅନ୍ଦାଜ କରିଥିଲେ ବୋଲି ଏହି ସାଂସଦ ଜଣଙ୍କ ଆଲେଖ୍ୟ ଜରିଆରେ କହିଛନ୍ତି। ମେ ମାସରେ ଆମେରିକା ଗୃହ ସଶସ୍ତ୍ର ସେବା କମିଟିର ଏକ ବୈଠକ ବସିଥିଲା। ଏହି ବୈଠକରେ ଲାଙ୍ଗେଭିନ୍ ଜଣେ ବରିଷ୍ଠ ସେନା ଅଧିକାରୀଙ୍କୁ ପଚାରିଥିଲେ ଯେ ଯଦି ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ଅବସ୍ଥା ଖରାପ ହୁଏ ଏବଂ ସେଠାକାର ସରକାର ଯଦି ସାହାଯ୍ୟ ମାଗନ୍ତି, ତେବେ ଆମେରିକାର ଆଭିମୁଖ୍ୟ କ’ଣ ହେବ?

ଏହା ଉପରେ ଅଧିକାରୀ କହିଥିଲେ ଯେ ସେ ଏପରି 'ଆକଳନ' ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁ ନାହାଁନ୍ତି। ଖାଲି ସେ ନୁହଁ କମିଟିରେ ଥିବା ଅନ୍ୟ ସଦସ୍ୟ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା ବୋଲି ଲାଙ୍ଗେଭିନ୍ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଅଫିସ ହ୍ୱାଇଟ୍ ହାଉସ ମଧ୍ୟ ଏ ବାବଦରେ ନିରବ ରହିଥିବା ସେ କହିଛନ୍ତି। ଲାଙ୍ଗେଭିନ୍ ଲେଖିଛନ୍ତି ଯେ ଯାହାକୁ ସେତେବେଳେ 'ବାଇଡେନ ସରକାର କାଳ୍ପନିକ ବୋଲି କହୁଥିଲା ତାହା ଏବେ ସତରେ ପରିଣତ ହୋଇଛି। ତେଣୁ ଆଫଗାନିସ୍ତାନରେ ଏପରି ପରିସ୍ଥିତି ହୋଇଛି। ଏବେ ଆଫଗାନିସ୍ତାନରେ ଜୋର ଜବରଦସ୍ତି ବିବାହ କରାଯାଉଛି, ଲୋକମାନେ ଅନ୍ୟ ଦେଶକୁ ପଳାଉଛନ୍ତି। ଏହା ଏକ ବଡ଼ ବିପର୍ଯ୍ୟୟ ବୋଲି ସେ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ଯାହା ବି ହେଲା ସେଥିପାଇଁ ଆଫଗାନିସ୍ତାନ ସରକାର ଦାୟୀ। କାରଣ ଆଫଗାନିସ୍ତାନର ଯବାନ ନିଜ ଦେଶ ପାଇଁ ଲଢ଼ିଲେ ନାହିଁ। ଆମେରିକା ଦୀର୍ଘ ୨୦ ବର୍ଷ ଧରି ସମସ୍ତ ପ୍ରକାର ସହଯୋଗ କରିଛି। ଏହାପରେ ବି ଆଫଗାନିସ୍ତାନ ସରକାର ଠିକ୍ ଭାବରେ ନେତୃତ୍ୱ ନେଇପାରିଲେନି ବୋଲି ଆମେରିକାରର ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ। ନିଜ ଉପରୁ ଦୋଷ ଛଡ଼ାଇ ସମସ୍ତ ପ୍ରକାର ସମାଲୋଚନକୁ ସେ ଏହି ଅବସରରେ ଖାରଜ କରିଥିଲେ।

Related story