ତାଲିବାନ ବିରୋଧରେ କାହିଁକି ଅସ୍ତ୍ର ଉଠାଇଲାନି ଆଫଗାନିସ୍ତାନ ସେନା?

କାବୁଲ: ଆଫଗାନିସ୍ତାନରେ ଏବେ ଦୀର୍ଘ ୨୦ ବର୍ଷ ପରେ ତାଲିବାନ ଶାସନ ଫେରିଛି। ଯେଉଁ ତାଲିବାନକୁ ଆମେରିକା ୨୦୦୧ରେ ତଡ଼ି ଦେଇ ଆଫଗାନିସ୍ତାନରେ ସରକାର ଗଢ଼ିବାରେ ସହାୟତା କରିଥିଲା। ଏବେ ସେହି ତାଲିବାନଙ୍କ ପ୍ରଭାବ ଦେଖି ରବିବାର ଆମେରିକାର ସରକାରୀ ଅଧିକାରୀମାନେ ମଧ୍ୟ ଆକାଶମାର୍ଗରେ ଆଫଗାନିସ୍ତାନରୁ ଛୁ ମାରିଛନ୍ତି। କିଏ କହୁଛି ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କର ଏହା ବଡ଼ ବିଫଳତା ତ ଆଉ କିଏ କହୁଛି ଆମେରିକାର ବାଇଡେନ ସରକାରର ଭୁଲ ରଣନୀତି ପାଇଁ ଏପରି […]

Taliban-vs-afghan-solider

Taliban-vs-afghan-solider

Subhransu Sekhar
  • Published: Monday, 16 August 2021
  • Updated: 16 August 2021, 05:43 PM IST

Sports

Latest News

କାବୁଲ: ଆଫଗାନିସ୍ତାନରେ ଏବେ ଦୀର୍ଘ ୨୦ ବର୍ଷ ପରେ ତାଲିବାନ ଶାସନ ଫେରିଛି। ଯେଉଁ ତାଲିବାନକୁ ଆମେରିକା ୨୦୦୧ରେ ତଡ଼ି ଦେଇ ଆଫଗାନିସ୍ତାନରେ ସରକାର ଗଢ଼ିବାରେ ସହାୟତା କରିଥିଲା। ଏବେ ସେହି ତାଲିବାନଙ୍କ ପ୍ରଭାବ ଦେଖି ରବିବାର ଆମେରିକାର ସରକାରୀ ଅଧିକାରୀମାନେ ମଧ୍ୟ ଆକାଶମାର୍ଗରେ ଆଫଗାନିସ୍ତାନରୁ ଛୁ ମାରିଛନ୍ତି। କିଏ କହୁଛି ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କର ଏହା ବଡ଼ ବିଫଳତା ତ ଆଉ କିଏ କହୁଛି ଆମେରିକାର ବାଇଡେନ ସରକାରର ଭୁଲ ରଣନୀତି ପାଇଁ ଏପରି ହେଲା। କିନ୍ତୁ ଏଠି ଉଙ୍କିମାରିଥିବା ପ୍ରଶ୍ନ ହେଲା ଆମେରିକା ଦୀର୍ଘ ୨୦ ବର୍ଷ ହେବ ଆଫଗାନିସ୍ତାନ ପାଇଁ ସୁରକ୍ଷା ବଳୟ ତିଆରି କରୁଥିଲା। ଏଥିପାଇଁ ଆମେରିକା ସେନା ପ୍ରଶିକ୍ଷଣ ମଧ୍ୟ ଦେଇଥିଲା। ହେଲେ ତାଲିବାନ ଆଗରେ ଏହି ସେନା ମୁଣ୍ଡ ଟେକି ପାରିଲାନି। ତେଣୁ ସେନା ଏବେ କାହିଁକି ନରମି ଗଲା ତାହା ଏବେ ବଡ଼ ପ୍ରଶ୍ନ ଯାହାର କାରଣ ଖୋଜିବାର ଆବଶ୍ୟକତା ରହିଛି। ଆଧୁନିକ ଇତିହାସରେ ବୋଧହୁଏ ଏହା ପ୍ରଥମ ଘଟଣା ଯେ ଗୋଟିଏ ସଂଖ୍ୟା ଲଘୁ ଗୋଷ୍ଠୀ ଆଗରେ ହାର ମାନିଛି ଗୋଟିଏ ବଡ଼ ବର୍ଗ

ତାଲିବାନ ଧୀରେ ଧୀରେ ଗୋଟିଏ ଗୋଟିଏ ରାଜ୍ୟ ଦଖଲ କରୁଥିବା ଦେଖି ଗତ ମଙ୍ଗଳବାର (ଅଗଷ୍ଟ ୧୦)ରେ ଆମେରିକାର ହ୍ୱାଇଟ୍ ହାଉସ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ବାଇଡେନ କହିଥିଲେ ମୁଁ ଆଫଗାନିସ୍ତାନ ନେତାଙ୍କୁ ଏକଜୁଟ ହୋଇ ନିଜ ଦେଶ ପାଇଁ ଲଢ଼େଇ କରିବାକୁ ଅନୁରୋଧ କରୁଛି। ଆମେରିକା ଏବେ ବି ଆଫଗାନିସ୍ତାନ ସହ ରହିଛି। ଆମେରିକା ସାମରିକ ଶକ୍ତି ଯୋଗାଇବ, ଆଫଗାନ ସେନାକୁ ଦରମା ଦେଉଛି ଏବଂ ସମସ୍ତ ପ୍ରକାର ଯନ୍ତ୍ରପାତି ସହିତ ଖାଦ୍ୟ ସାମଗ୍ରୀ ଯୋଗାଉଛି। ଏବେ କିନ୍ତୁ ଆଫଗାନବାସୀଙ୍କୁ ନିଜ ପାଇଁ ଯୁଦ୍ଧ କରିବାକୁ ହେବ। ଏହାପରେ ପରେ ପ୍ରଥମେ ଆଫଗାନର ଅର୍ଥମନ୍ତ୍ରୀ ଖାଲିଦ ପେଇନ୍ଦା ଦେଶ ଛାଡ଼ି ଦେଇଥିଲେ। ଆଉ ପରେ ପରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଦେଶ ଛାଡ଼ି ଦେଇଛନ୍ତି।

ଚଳିତ ବର୍ଷ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ସେପ୍ଟେମ୍ୱର ସୁଦ୍ଧା ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ସେବେଠାରୁ ତାଲିବାନ ସମଗ୍ର ଦେଶରେ ସେନା ବିରୋଧରେ ଆକ୍ରମଣ ଆରମ୍ଭ କରିଥିଲା।

ଏହାପୂର୍ବରୁ ଫେବୃଆରୀ ୨୦୨୦ରେ କାତାରର ଦୋହାରେ ତାଲିବାନ ଟ୍ରମ୍ପ ପ୍ରଶାସନ ସହିତ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାଜି ହୋଇଥିଲା। ଏଥିରୁ ପ୍ରମାଣିତ ହୋଇଥିଲା ଆମେରିକା ଦ୍ୱାରା ତାଲିମପ୍ରାପ୍ତ ଆଫଗାନିସ୍ତାନ ସୈନିକମାନେ ତାଲିବାନଠାରୁ କମ୍ ଦକ୍ଷ।

ସରକାରୀ ସେନା କାହିଁକି ତାଲିବାନ ମୁହାଁ ହେଲେ?

ଆଫଗାନିସ୍ତାନ ଉପରେ ସୋଭିଏତ୍ ୟୁନିଅନ ବା ଏବେର ରୁଷର ଆକ୍ରମଣ ବିରୋଧରେ ମୋର୍ଚ୍ଚା ଖୋଲିଥିବା ତଥା ଜଣାଶୁଣା କମାଣ୍ଡର ତଥା ରାଜନେତା ଅହମ୍ମଦ ଶାହ ମାସୁଦଙ୍କ ଭାଇ ଅହମ୍ମଦ ୱାଲି ମାସୁଦ ବ୍ରିଟେନରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଥିଲେ।

ସେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ କହିଛନ୍ତି ଯେ ଆଫଗାନିସ୍ତାନରେ ନେତା ଦୁର୍ନୀତିଗ୍ରସ୍ତ। ଏଠାରେ ସୈନିକଙ୍କୁ ଲଢ଼େଇ କରିବା ପାଇଁ କୌଣସି ପ୍ରେରଣା ନାହିଁ। ଖାଇବାକୁ ମଧ୍ୟ ପାଉ ନାହାନ୍ତି। ତେଣୁ ସରକାର ଯେତେବେଳେ ଖାଇବା ଦେଉ ନାହିଁ ସେତେବେଳେ କାହାକୁ ଦେଖି ଲଢ଼ିବେ ଏହି ସେନା? ତେଣୁ ଏହି ସେନା ତାଲିବାନଙ୍କ ସମ୍ପର୍କ ରଖିଥିଲେ।

ଅଗଷ୍ଟ ପୂର୍ବରୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ ସେନାର ଛୋଟ ଛୋଟ କମାଣ୍ଡରମାନେ ତାଲିବାନ ନିକଟରେ ଆତ୍ମସମର୍ପଣ କରିବା ଆରମ୍ଭ କରିଥିଲେ। ଅଗଷ୍ଟ ୯ରେ ସାମଙ୍ଗାନର ପୂର୍ବତନ ସିନେଟର ତଥା ତାଜିକ୍ ଜାମିଆଟ୍-ଇ-ଇସଲାମି ଦଳର ମୁଖ୍ୟ ଆସିଫ୍ ଅଜିମି ତାଲିବାନ ପାଖକୁ ଯାଇଥିଲେ। ତାଲିବାନ ସହିତ ଅଜିମିଙ୍କ ଘନିଷ୍ଠତା ବଢ଼ିବା ଦ୍ୱାରା ଘନି ସରକାର ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା। କୁହାଯାଉଛି ଯେ ଅଜିମି ପକ୍ଷ ପରିବର୍ତ୍ତନ କରିବା ପରେ ସରକାରର ସ୍ଥିରତା ନେଇ ପ୍ରଶ୍ନ ଉଠିଥିଲା। ୨୦୦୧ରେ ଆମେରିକାର ଆକ୍ରମଣ ପୂର୍ବରୁ ଅହମ୍ମଦ ଶାହା ମାସୁଦଙ୍କ ନେତୃତ୍ୱରେ ଜାମିଆତ-ଇ-ଇସଲାମି ତାଲିବାନ ସହିତ ଭଲ ସମ୍ପର୍କ ଥିଲା।

ଅଜିମି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ କହିଛନ୍ତି, ସୋଭିଏତ ସମର୍ଥିତ ଶାସନ ପରେ ଏଠାରେ ଇସଲାମିକ ନିୟମ ଲାଗୁ କରିବା ପାଇଁ ୧୯୮୦ ମସିହାରେ ଜାମିଆତ-ଇ-ଇସଲାମି ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ୨୦୦୧ରେ ଆମେରିକା ତାଲିବାନକୁ ବେଦଖଲ କରିବା ପରେ ଆମେ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲୁ। କିନ୍ତୁ ଆମେ ଚାହୁଁଥିଲୁ ଇସଲାମିକ ସରକାର। କିନ୍ତୁ ଏହି ସରକାର ଆମେରିକାର ପୋଷା କୁକୁର ଭଳି ରହିଲା। ଯିଏ ଏହି ସରକାର ବିରୁଦ୍ଧରେ ଠିଆ ହେବ, ଏବେ ଆମେ ତାଙ୍କ ସହିତ ରହିବୁ।

କାହିଁକି ଆଫଗାନିସ୍ତାନ ସେନା ଅସ୍ତ୍ର ଉଠାଇଲାନି?

ଆଫଗାନିସ୍ତାନରେ ୩,୫୦,୦୦୦ ସୈନିକ ରହିଛନ୍ତି। ଯେତେବେଳେ କି ତାଲିବାନଙ୍କ ସଂଖ୍ୟା ୧ ଲକ୍ଷ ଭିତରେ ରହିଛି ବୋଲି କୁହାଯାଉଛି। ତେଣୁ ତାଲିବାନକୁ ପରାସ୍ତ କରିବାକୁ ଯଥେଷ୍ଟ ସୈନିକ ରହିଛନ୍ତି। କିନ୍ତୁ ଏପରି ଘଟିଲା ନାହିଁ। ତେବେ ଆଫଗାନିସ୍ତାନ ସରକାରରେ ଦୁର୍ନୀତି ଅଧିକ ରହିଥିବାରୁ ଗୁଳି ଓ ଖାଦ୍ୟ ସାମଗ୍ରୀ ସରିଯିବା ପରେ ଅଧିକାଂଶ ସୈନ୍ୟ ଆତ୍ମସମର୍ପଣ କରିବା ଆରମ୍ଭ କରିଥିଲେ। ଅନେକ ରିପୋର୍ଟ ଅନୁଯାୟୀ, ସୈନିକମାନେ ମାସ ମାସ ଧରି ବିନା ଦରମାରେ କାମ କରୁଥିଲେ।

ହେଲେ ଗତ ୨୦ ବର୍ଷ ହେବ ଆଫଗାନିସ୍ତାନରେ ନାଟୋ ସହଯୋଗୀମାନଙ୍କ ସହ ଆମେରିକା ଏଠାରେ ସୈନ୍ୟ ସଂଖ୍ୟା ବଢ଼ାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇଛି। କିନ୍ତୁ ଆଫଗାନିସ୍ତାନର ସାମରିକ ଏବଂ ବାୟୁ ସେନା ଯୁଦ୍ଧ କରିବା ପାଇଁ ବାହାର ଦେଶ ଉପରେ ନିର୍ଭର କରେ। ସେମାନେ କିପରି ସହାୟତା କରିବେ ତାହା ଚୁକ୍ତି ଉପରେ ନିର୍ଭରଶୀଳ।

ଆଫଗାନିସ୍ତାନ ଭଳି ଦେଶରେ ଏହି ସମସ୍ତ ଦିଗରେ ସ୍ଥାୟୀ ସମାଧାନ ନଥିଲା। ଯେଉଁଠି ଜିନିଷ ସୀମିତ ଏବଂ କୌଶଳର ଅଭାବ ରହିଛି। ତାଲିବାନକୁ ମୁକାବିଲା କରିବାରେ ଆଫଗାନିସ୍ତାନ ବାୟୁସେନାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଛି।

କେତେକ ଆଫଗାନିସ୍ତାନ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ଉଡ଼ାଇବାରେ ସକ୍ଷମ, କିନ୍ତୁ ପାଶ୍ଚାତ୍ୟ ଦେଶର ଦକ୍ଷ ପରିଚାଳକମାନେ ଏବେ ସେଠାରୁ ଚାଲିଯାଇଛନ୍ତି। ଏଭଳି କଠିନ ସମୟରେ ଆଫଗାନିସ୍ତାନ ସୈନିକମାନେ ଏକାକୀ ହୋଇଯାଇଛନ୍ତି।

କେବଳ ଜୁଲାଇରେ ହଜାରେରୁ ଅଧିକ ଆଫଗାନିସ୍ତାନ ସୈନିକ ପଡୋଶୀ ଦେଶ ତାଜିକିସ୍ତାନକୁ ପଳାଇଥିଲେ। ସୈନିକମାନଙ୍କ ମଧ୍ୟରେ କୌଣସି ଉତ୍ସାହ ନାହିଁ କାରଣ ଅନେକ ସ୍ତରରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story