ପ୍ରବଳ ଶୀତରେ ଥରୁଛି ଉତ୍ତର ଭାରତ, ଅରେଞ୍ଜ ଆଲର୍ଟ ଜାରି

ନୂଆଦିଲ୍ଲୀ: ପ୍ରବଳ ଶୀତ। ଚାରିଆଡେ କୁହିଡି ସାଙ୍ଗକୁ କୋହଲା ପବନ। ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ। ଲଗାତାର ଖସୁଛି ପାରଦ। ଦିଲ୍ଲୀ ଏନ୍‌ସିଆର୍ ସମେତ ପୂରା ଉତ୍ତର-ପଶ୍ଚିମ ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି  ଲଗାତର ପାରଦ ଖସୁଥିବା ରେକର୍ଡ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଦିଲ୍ଲୀ ସମେତ ଉତ୍ତର ଭାରତ କିଛି ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଗକୁ ଆହୁରି ଘନ କୁହୁଡି, ଥଣ୍ଡା ଓ ଶୀତ ଲହରୀ ଜାରି […]

Cold wave

Madhupriya Mistry
  • Published: Sunday, 08 January 2023
  • , Updated: 08 January 2023, 08:31 AM IST

ନୂଆଦିଲ୍ଲୀ: ପ୍ରବଳ ଶୀତ। ଚାରିଆଡେ କୁହିଡି ସାଙ୍ଗକୁ କୋହଲା ପବନ। ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ। ଲଗାତାର ଖସୁଛି ପାରଦ। ଦିଲ୍ଲୀ ଏନ୍‌ସିଆର୍ ସମେତ ପୂରା ଉତ୍ତର-ପଶ୍ଚିମ ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି  ଲଗାତର ପାରଦ ଖସୁଥିବା ରେକର୍ଡ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଦିଲ୍ଲୀ ସମେତ ଉତ୍ତର ଭାରତ କିଛି ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଗକୁ ଆହୁରି ଘନ କୁହୁଡି, ଥଣ୍ଡା ଓ ଶୀତ ଲହରୀ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ଦିଲ୍ଲୀ ସମତେ ପୂରା ଉତ୍ତର ଭାରତରେ ଶନିବାର ମଧ୍ୟ ଶୀତର ପ୍ରକୋଜ ଜାରି ରହିଥିଲା। ରାଜଧାନୀର ଅନେକ ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ୧.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଇଏମ୍‌ଡି ମୁତାବକ, ଭାରତର ମୈଦାନୀ ଅଞ୍ଚଳରେ ଘନ କୁହୁଡି ଜାରି ରହିବ। କିନ୍ତୁ ପଶ୍ଚିମ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ଏହା କମ୍ ହେବ।

ଆଜି ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧ରୁ୩ ଡିଗ୍ରୀ ଭିତରେ ରହିବା ସମ୍ଭାବନା ରହିଛି। ସେପଟେ ହରିୟାଣା, ଦିଲ୍ଲୀ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ତାପମାତ୍ରା ୩ରୁ ୭ ଡିିଗ୍ରୀ ଯାଏଁ ପାର୍ ହୋଇପାରେ ବୋଲି ପାଣିପାଗ ଅନୁମାନ କରିଛି।

ସେପଟେ ପ୍ରବଳ ଶୀତ ଯୋଗୁଁ ଅନେକ ରାଜ୍ୟରେ ସ୍କୁଲଗୁଡିକର ଶୀତ ଛୁଟି ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ୟୁପି, ମଧ୍ୟପ୍ରଦେଶ, ବିହାର ଓ ଝାଡଖଣ୍ଡରେ ଶୀତକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରାଯାଇଛି।

Related story