Advertisment

ଭ୍ୟାକସିନ୍ ପାଇଁ ତତ୍କାଳ ଭଳି ପରିସ୍ଥିତି, ଘଣ୍ଟା ଘଣ୍ଟା ପରେ ବି ମିଳୁନି ସ୍ଲଟ୍!

ନୂଆଦିଲ୍ଲୀ: କରୋନାକୁ ନେଇ ସବୁଠି ଭୟର ବାତାବରଣ । ଲୋକେ ଏବେ ଘରୁ ବାହାରକୁ ପାଦ କାଢ଼ୁନାହାନ୍ତି । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଏକମାତ୍ର ବାଟ ହେଉଛି ଭ୍ୟାକସିନ୍ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଭ୍ୟାକସିନ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କିନ୍ତୁ ଟିକାର କମ୍ ଉପଲବ୍ଧ କାରଣରୁ ଲୋକଙ୍କୁ ସାମାନ୍ୟ ସମସ୍ୟା ହେଉଛି । ଭ୍ୟାକସିନର ସ୍ଲଟ୍ ବୁକ୍ କରିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଲ୍ୟାପଟପ୍ […]

ଅଦ୍ୟତନ ହୋଇଛି
ଭ୍ୟାକସିନ୍ ପାଇଁ ତତ୍କାଳ ଭଳି ପରିସ୍ଥିତି, ଘଣ୍ଟା ଘଣ୍ଟା ପରେ ବି ମିଳୁନି ସ୍ଲଟ୍!

corona

Advertisment

ନୂଆଦିଲ୍ଲୀ: କରୋନାକୁ ନେଇ ସବୁଠି ଭୟର ବାତାବରଣ । ଲୋକେ ଏବେ ଘରୁ ବାହାରକୁ ପାଦ କାଢ଼ୁନାହାନ୍ତି । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଏକମାତ୍ର ବାଟ ହେଉଛି ଭ୍ୟାକସିନ୍ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଭ୍ୟାକସିନ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କିନ୍ତୁ ଟିକାର କମ୍ ଉପଲବ୍ଧ କାରଣରୁ ଲୋକଙ୍କୁ ସାମାନ୍ୟ ସମସ୍ୟା ହେଉଛି । ଭ୍ୟାକସିନର ସ୍ଲଟ୍ ବୁକ୍ କରିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଲ୍ୟାପଟପ୍ ଓ ମୋବାଇଲ୍ ଧରି ବସୁଛନ୍ତି । କିନ୍ତୁ ଲୋକେ ସ୍ଲଟ୍ ବୁକ୍ କରିପାରୁ ନାହାନ୍ତି । ଏଭଳି ସ୍ଥିତିରେ ଏବେ ଭ୍ୟାକସିନ୍ ପାଇଁ ସ୍ଲଟ୍ ବୁକ୍ କରିବା ଲୋକଙ୍କୁ ରେଲୱେ ଟିକେଟ୍ ବୁକିଂ କରିବା କଥା ମନେ ପକାଇ ଦେଉଛି।

Advertisment

ଅବି କଥପାଲିୟା ନାମକ ଜଣେ ବ୍ୟକ୍ତି ନିଜର ଓ ନିଜ ଭଉଣୀ ପାଇଁ ଭ୍ୟାକସିନ୍ ସ୍ଲଟ୍ ବୁକ୍ କରିବାକୁ ଗତ କିଛି ଦିନ ଧରି ଲ୍ୟାପଟପ୍ ଆଗରେ ଘଣ୍ଟା ଘଣ୍ଟା ବିତାଉଥିବା କହିଛନ୍ତି। ତାଙ୍କ ଭଳି ଆଉ କିଛି ଲୋକ ମଧ୍ୟ ଅଭିଯୋଗ ଆଣୁଛନ୍ତି ଯେ କୋୱିନ୍ ୱେବସାଇଟରେ ସ୍ଲଟ୍ ବୁକ୍ କରିବା ବହୁତ କଷ୍ଟ। କଥପାଲିୟାଙ୍କ କହିବା ଅନୁଯାୟୀ, ସେ ଦୈନିକ ପାଖାପାଖି ୩ ଘଣ୍ଟା ଧରି ରିଫ୍ରେସ୍ କରୁଛନ୍ତି। ସମସ୍ୟା ହେଉଛି ଯେ ଯେତେବେଳେ ଭ୍ୟାକସିନ୍ ସ୍ଲଟ୍ ମିଳେ, ସେଥିରେ କ୍ୟାପଚା ପୂରଣ କରିବାକୁ ପଡ଼ିଥାଏ। ଯଦି ଏହାକୁ କ୍ଲିୟର କରାନଗଲା କିମ୍ବା ଏଥିରେ କୌଣସି ଭୁଲ୍ ହେଲା, ତାହେଲେ ସ୍ଲଟ୍ ତୁରନ୍ତ ପୂରଣ ହୋଇଯାଏ। ଯେତେବେଳେ ସଠିକ୍ ଭାବରେ ଆଗକୁ ବଢ଼ୁୂଛୁ, ସେତେବେଳକୁ ସ୍ଲଟ୍ ପୂରଣ ହୋଇଯାଉଛି। କଥପାଲିଆଙ୍କ କହିବା ଅନୁଯାୟୀ, ଯାହା ପାଖରେ ହାଇ ସ୍ପିଡ୍ ଇଣ୍ଟରନେଣ୍ଟ ଓ ଉନ୍ନତ ସ୍ମାର୍ଟଫୋନ୍ ନାହିଁ, ସେମାନଙ୍କ ପାଇଁ ଆହୁରି ସମସ୍ୟା ହେଉଥିବ।

ସେହିପରି ଜେଏନୟୁ ଏମଫିଲ୍ ସ୍କଲାର ବୈଷ୍ଣବ ମଙ୍ଗଳଙ୍କ କହିବା ଅନୁଯାୟୀ, ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ଲଟ୍ ଖାଲି ଥିବା ଦେଖାଉଛି, କିନ୍ତୁ ଏହାଠାରୁ କମ୍ ବୟସ୍କଙ୍କ ପାଇଁ ସ୍ଲଟ୍ ଫୁଲ ଦେଖାଉଛି। ଏହି ସମସ୍ୟାକୁ ଦେଖି ଆମେ ଏବେ ଦିଲ୍ଲୀ ଏନସିଆର ବାହାରେ ସ୍ଲଟ୍ ଖୋଜିବା ଆରମ୍ଭ କରିଦେଇଛୁ। କଣ୍ଟେଣ୍ଟରାଇଟର୍ କ୍ରିଷ୍ଟିନାଙ୍କ କହିଛନ୍ତି ଯେ, ‘ଏପ୍ରିଲ୍ ୨୮ ତାରିଖରେ କୋୱିନରେ ରେଜିଷ୍ଟର କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ସ୍ଲଟ୍ ବୁକ୍ କରିପାରିନାହିଁ। ଯେଉଁ କାରଣରୁ ଏବେ ନୋଏଡା ଗୁରୁଗ୍ରାମରେ ସ୍ଲଟ୍ ବୁକ୍ କରିବାକୁ ପ୍ରୟାସ କରୁଛି। କଲର୍ କୋଡ୍ ୟେଲୋ ଦେଖାଇବା ଅର୍ଥ ସ୍ଲଟ୍ ଖାଲି ଅଛି। ଯେମିତି ଏହା ଉପରେ କ୍ଲିକ୍ କରୁଛି ସ୍ଲଟ୍ ଫୁଲ୍ ଦେଖାଉଛି। ଦିନରେ ଚାରିଥର ପ୍ରୟାସ କରୁଛି, କିନ୍ତୁ ସ୍ଲଟ୍ ମିଳିପାରୁ ନାହିଁ।’

Advertisment

ଫଟୋଗ୍ରାଫର ତନୁଶ୍ରୀ ଭାସିନ୍ କହିଛନ୍ତି ଯେ ସେ ଘଣ୍ଟା ଘଣ୍ଟା ଧରି ୱେବସାଇଟରେ ସମୟ ବିତାଇବା ପରେ ରବିବାର ପାଇଁ ତାଙ୍କୁ ସ୍ଲଟ୍ ମିଳିଲା। ତାଙ୍କ ଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଟେଲିଗ୍ରାମ ଓ ଅନ୍ୟାନ୍ୟ ସୋଶାଲ ମିଡିଆ ସାଇଟରେ ଗ୍ରୁପ୍ ଜରିଆରେ ଟିକାର ଉପଲବ୍ଧ ବିଷୟରେ ସୂଚନା ନେଉଛନ୍ତି। ଯେଉଁମାନେ ୱେବ ସାଇଟ୍ ଓ ଅନ୍ୟ ଜିନିଷ ଉପରେ ଅବଗତ ଅଛନ୍ତି ସେମାନଙ୍କ ସହ ମଧ୍ୟ ଏଭଳି ସମସ୍ୟା ଉପୁଜୁଛି। ଅଜୟ ଉପାଧ୍ୟାୟ କହିଛନ୍ତି, ସବୁବେଳେ ୱେବସାଇଟ୍ ଚେକ୍ କରିବା ଓ ସ୍ଲଟ୍ ଖାଲି ଅଛି ନା ନାହିଁ ଦେଖିବା ପଦ୍ଧତି ଆଦୌ ଠିକ୍ ନୁହେଁ।

ଭ୍ୟାକସିନ୍ ପାଇଁ ବୁକ୍ କରିବା ଲୋକଙ୍କୁ ଏବେ ରେଲୱେ ତତ୍କାଳ ଟିକେଟ୍ ବୁକିଂ କରିବା କଥା ମନେ ପକାଇ ଦେଉଛି। ଅଧିକାଂଶ ଲୋକ ତତ୍କାଳ ଟିକେଟକୁ ନେଇ ନିଶ୍ଚୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କେଇ ମିନିଟ୍‌ ଭିତରେ କିପରି ଟିକେଟ୍ ଫୁଲ୍ ହୋଇ ଯାଉଛି ଏବଂ ଲୋକଙ୍କୁ ପରବର୍ତ୍ତୀ ଦିନର ବୁକିଂ ପାଇଁ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ତତ୍କାଳ ଟିକେଟ୍ ବୁକିଂ ଯେପରି ଆରମ୍ଭ ହୁଏ, ସେଥିରେ କ୍ଲିକ୍ କରିବା ମାତ୍ରକେ ୱେଟିଂ ଦେଖାଇବା ଆରମ୍ଭ ହୋଇଥାଏ। ବର୍ତ୍ତମାନ ଲୋକଙ୍କୁ ଭ୍ୟାକସିନ୍ ପାଇଁ ସ୍ଲଟ୍ ବୁକ୍ କରିବାକୁ ସେଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବା ଅନେକେ କହିଛନ୍ତି

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe