Advertisment

'ସୁପାରୀ କିଲର୍‌ ସଚିନ ବାଜେ', ମନସୁଖଙ୍କୁ ହତ୍ୟା କରିବାକୁ ଦେଇଥିଲା ୪୫ ଲକ୍ଷ

ମୁମ୍ବାଇ: ବହୁଚର୍ଚ୍ଚିତ ବ୍ୟବସାୟୀ ମନସୁଖ ହିରେନ ହତ୍ୟା ମାମଲାରେ ଏନଆଇଏ ବମ୍ବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ମନସୁଖ ହିରେନଙ୍କୁ ମାରିବା ପାଇଁ ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେ ସୁପାରି କିଲର ସହ ଡିଲ୍ କରିଥିଲା । ଏହି ସୁପାରୀ କିଲର ହେଉଛନ୍ତି ତାଙ୍କର ସହଯୋଗୀ ତଥା ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ହତ୍ୟା ପାଇଁ ପ୍ରଦୀପ ୪୫ ଲକ୍ଷ ଟଙ୍କା ସଚିନ ବାଜେ ପାଖରୁ ନେଇଥିଲେ। ଆଉ ଡିଲ୍ ଅନୁଯାୟୀ ଏକ […]

ଅଦ୍ୟତନ ହୋଇଛି
'ସୁପାରୀ କିଲର୍‌ ସଚିନ ବାଜେ', ମନସୁଖଙ୍କୁ ହତ୍ୟା କରିବାକୁ ଦେଇଥିଲା ୪୫ ଲକ୍ଷ

Mansukh murder case

Advertisment

ମୁମ୍ବାଇ: ବହୁଚର୍ଚ୍ଚିତ ବ୍ୟବସାୟୀ ମନସୁଖ ହିରେନ ହତ୍ୟା ମାମଲାରେ ଏନଆଇଏ ବମ୍ବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ମନସୁଖ ହିରେନଙ୍କୁ ମାରିବା ପାଇଁ ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେ ସୁପାରି କିଲର ସହ ଡିଲ୍ କରିଥିଲା । ଏହି ସୁପାରୀ କିଲର ହେଉଛନ୍ତି ତାଙ୍କର ସହଯୋଗୀ ତଥା ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ହତ୍ୟା ପାଇଁ ପ୍ରଦୀପ ୪୫ ଲକ୍ଷ ଟଙ୍କା ସଚିନ ବାଜେ ପାଖରୁ ନେଇଥିଲେ। ଆଉ ଡିଲ୍ ଅନୁଯାୟୀ ଏକ ନଦୀରେ ମନସୁଖଙ୍କୁ ହତ୍ୟା କରି ଫିଙ୍ଗିଦେଇଥିଲେ ବୋଲି ପୂର୍ବରୁ ଚାର୍ଜଶିଟରେ ତଦନ୍ତ ଅଧିକାରୀ ଉଲ୍ଲେଖ କରିସାରିଛନ୍ତି

Advertisment

ଏହି ସମୟରେ ଏନଆଇଏ କୋର୍ଟରେ ପ୍ରଦୀପ ଶର୍ମା ଜାମିନ ଆବେଦନ କରିଛନ୍ତି। କିନ୍ତୁ ଜାମିନକୁ ବିରୋଧ କରି ଆହୁରି ଅନେକ କିଛି ତଥ୍ୟ ଦେଇଛି ଏନଆଇଏ। ଯେଉଁଥିରେ କୁହାଯାଇଛି ଏହି ହତ୍ୟାର ଷଡ଼ଯନ୍ତ୍ର ମୁମ୍ବାଇ ପୁଲିସ କମିଶନରଙ୍କ ଅଫିସରେ ହୋଇଥିଲା। ଏହି ସମୟରେ ପୁଲିସ କମିଶନର ଥିଲେ ପରମବୀର ସିଂହ। ଯିଏକି ବଟି ଆଦାୟ ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟ କଚେରୀ ଦୌଡୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଯେଉଁ ଖାକି ବର୍ଦ୍ଦି ପିନ୍ଧି ଲୋକଙ୍କୁ ନ୍ୟାୟ ଦେବା କଥା ସେହି ବର୍ଦ୍ଦି ପିନ୍ଧି ସଚିନ ବାଜେ ହତ୍ୟାର ଷଡଯନ୍ତ୍ର ରଚିଥିଲା। ଏଥିପାଇଁ ପ୍ରଦୀପ ଶର୍ମାଙ୍କୁ କ୍ରାଇମ ପାର୍ଟନର ଭାବେ ବ୍ୟବହାର କରିଛି। ମୁମ୍ବାଇ ପୁଲିସରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ପ୍ରଦୀପ ଜଣାଶୁଣା। ବିବାଦୀୟ କାର୍ଯ୍ୟକଳାପ ପାଇଁ ସେ ପୁଲିସ ଚାକିରିରୁ ନିଲମ୍ବିତ ହୋଇଥିଲେ। ପରେ ଶିବସେନା ଟିକେଟରୁ ବିଧାୟକ ଭାବେ ନିର୍ବାଚନ ଲଢି ମାଟି କାମୁଡିଥିଲେ।

ଏନଆଇଏର ଏହି ଦାବି ପରେ ମହାରାଷ୍ଟ୍ର ସରକାର କିଭଳି ଜଣେ ଅପରାଧୀ ପୁଲିସ ଅଧିକାରୀକୁ ସୁରକ୍ଷା ଦେଉଥିଲା ସେ ନେଇ ପ୍ରଶ୍ନ ଉଠିଛି। ଆଉ ପୁଲିସର ନାକ ତଳେ ଏତେ କଥା ହେଉଥିବା ବେଳେ ପରମବୀର ସିଂହ ଏବଂ ସେତେବେଳେର ଡିଜି କେମିତି କିଛି ଜାଣିପାରିଲେନି ତାହା ମଧ୍ୟ ପ୍ରଶ୍ନ ଘେରରେ।

Advertisment

ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲେଆ। ଏହି ଅଟ୍ଟାଳିକା ଆଗରୁ ବିସ୍ଫୋରଣ ଭର୍ତ୍ତି ସ୍କୋର୍ପିଓ ଜବତ ହୋଇଥିଲା। ଏହି କାରର ମାଲିକ ମନସୁଖ ହିରେନ। ଯାହାକୁ ସଚିନ ବାଜେ ଆଣି ବ୍ୟବହାର କରୁଥିଲେ। ଉଭୟ ବାଜେ ଏବଂ ମନସୁଖ ଭଲ ସାଙ୍ଗ। ତେବେ ବିସ୍ଫୋରଣ ସାମଗ୍ରୀ ଭର୍ତ୍ତି କାର ମାମଲାରେ ମହାରାଷ୍ଟ୍ର ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦଶ ଦେବା ପରେ ମନସୁଖ ହିରେନ ତଦନ୍ତ ପରିସରଭୁକ୍ତ ହୋଇଥିଲେ। ଆଉ କ୍ରାଇମବ୍ରାଞ୍ଚ ତଦନ୍ତର ନେତୃତ୍ୱ ନେଇଥିଲେ ସଚିନ ବାଜେ। ଏହି ସମୟରେ ମନସୁଖ କହିଥିଲେ କାରଟି ଦୁଇ ଦିନ ହେବ ହଜିଯାଇଥିଲା। ସେ ଏ ନେଇ ଥାନାରେ ଏତଲା ଦେଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା। ତଦନ୍ତ ଭାର ଏଟିଏସ ହାତକୁ ଯିବା ପରେ ହଠତ୍ ମନସୁଖଙ୍କ ମୃତଦେହ ଏକ ନଦୀରୁ ଉଦ୍ଧାର ହୋଇଥିଲା।

Sachin Vaze
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe